Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା OJEE ପରୀକ୍ଷା ଫଳ, ଜାଣନ୍ତୁ ଟପରଙ୍କ ନାମ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ।  ଆଜି ଦିନ 11ଟା 30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ଏହା ପ୍ରକାଶିତ ହୋଇଛି। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିଥିଲେ।

ଏଥିରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଯେଉଁମାନେ ଟପର ହୋଇଛନ୍ତି ସେମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ..

ଏମବିଏ- ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
ଏମସିଏ-ଈଶାନ୍ତ କୁମାର ନାୟକ
ବି.ଫାର୍ମା- ଅରୂପ ପଣ୍ଡା
ଏମ.ଫାର୍ମା- ସଚିନ ନାୟକ
ଏମ ଆର୍କ-ସୃଷ୍ଟି ନଙ୍ଗାଲିଆ
ଏମ.ଟେକ ସିଭିଲ ଇଞ୍ଜିନିୟର- ସଞ୍ଜୀବ ପ୍ରଧାନ
ଏମ.ଟେକ ଇଲେକ୍ଟି୍ରକାଲ-ମିଥୁନ ଅଧିକାରୀ
ଏମଟେକ ମେକାନିକାଲ- ରାଜନ ମହାପାତ୍ର

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀମାନେ  www.ojee.nic.in ରେ ଲଗଅନ କରି ପରୀକ୍ଷା ଫଳ ମଧ୍ୟ ଜାଣିପାରିବେ। ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ପରୀକ୍ଷା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ OJEE ପରୀକ୍ଷା ଫଳ

ଭୁବନେଶ୍ବର: ଆଜି OJEE ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ବହୁଦିନ ଧରି ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଆଜି ସେମାନଙ୍କର ଭାଗ୍ୟ ଫଳ ହାସଲ କରିବେ।

ଆଜି ଦିନ 11ଟା  30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏହା ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ପ୍ରକାଶିତ ହେବ। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିବେ।

Categories
EngExam ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବଢିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ବର: ବଢିଲା ଓଜେଇଇ ଆବେଦନ ତାରିଖ। ରାଜ୍ୟରେ ଥିବା ଘରୋଇ ଏବଂ ସରକାରୀ ବୈଷୟିକ କଲେଜରେ ନାମ ଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୁଏ। ଏତରି ପରିସ୍ଥିତିକୁ ଧ୍ୟାନରେ ରଖି ଓଜେଇଇ କର୍ତ୍ତୁପକ୍ଷ ଏହାର ତାରିଖ ବୃଦ୍ଧି କରିଛନ୍ତି। ଏହି ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାର ଆବେଦନର ସମୟ ସୀମା 15 ତାରିଖ ରଖାଯାଇଥିଲା।

ପ୍ରଥମେ କଂପ୍ୟୁଟର ମାଧ୍ୟମ ପରୀକ୍ଷା କରାଯିବ। ଯାହା ଜୁନ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ କରିଯିବାର ସମୟ ଧାର୍ଯ୍ୟ କରାଯାଇଛି। ଏ ନେଇ ଛାତ୍ରଛାତ୍ରୀମାନେ ସିଧା ଓଜେଇଇ ୱେବ ସାଇଟ www.ojee.nic.in / www.odishajee.com କୁ ଯାଇ ବିସ୍ତୁତ ତଥ୍ୟ ହାସଲ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଚମକିଲେ ବାଣପୁର ଛାତ୍ରୀ ସାଇସ୍ୱପ୍ନା: ଓଜେଇଇ ଏମ.ଟେକରେ ହେଲେ ଓଡ଼ିଶା ଟପ୍ପର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାରେ ଚମକିଲେ ବାଣପୁରର ଛାତ୍ରୀ। ସାରା ରାଜ୍ୟରେ ହେଲେ ଟପ୍ପର। ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଯେଉଁଥିରେ ପ୍ଲାଷ୍ଟିକ ଇଂଜିନିୟରିଙ୍ଗରେ ଏମ.ଟେକ ବିଭାଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଛାତ୍ରୀ ସାଇସ୍ୱପ୍ନା ରାଉତରାୟ ଓଡ଼ିଶା ଟପ୍ପର ହୋଇଛନ୍ତି।

ସାଇସ୍ୱପ୍ନା ହେଉଛନ୍ତି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧମୁଣ୍ଡେଇ ଗ୍ରାମର ଶିକ୍ଷକ ରାଜକିଶୋର ରାଉତରାୟ ଏବଂ ବିନୋଦିନୀ ରାଉତରାୟଙ୍କର ଝିଅ। ସାଇସ୍ୱପ୍ନା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନ (ସମ୍ମାନ ) ରେ ସ୍ନାତକ କରିଥିବାବେଳେ ଭୁବନେଶ୍ୱର ସ୍ଥିତ ସିପେଟ-ଆଇପିଟି କଲେଜରୁ ପଲିମର ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି। ସାଇସ୍ୱପ୍ନା ପିଲାଟିଦିନରୁ ମେଧାବୀ ଛାତ୍ରୀ ରହିଥିବା ବେଳେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି।

ତେବେ ସ୍ନାତକୋତ୍ତର ପରେ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ ବିଷୟରେ ଉଚ୍ଚଶିକ୍ଷା ନିମନ୍ତେ ସାଇସ୍ୱପ୍ନା ଏମ.ଟେକ (ଓଜେଇଇ) ରେ ସଫଳ ହେବା ପାଇଁ ବହୁ ପରିଶ୍ରମ କରିଥିବାର ପ୍ରକାଶ କରିଛନ୍ତି। ପରିଶ୍ରମର ଫଳ ସଦାବେଳେ ସୁଧମୂଳ ସହ ମିଳିଥାଏ ବୋଲି ସାଇସ୍ୱପ୍ନା କହିଛନ୍ତି। ବର୍ତ୍ତମାନ ସେ ତାଙ୍କ ମନପସନ୍ଦ ଶିକ୍ଷାନୁଷ୍ଠାନରୁ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ କିମ୍ବା କେମିକାଲ ଇଞ୍ଜିନିଅରିଙ୍ଗରେ ଏମ.ଟେକ କରିବେ ଏବଂ ଭବିଷ୍ୟତରେ ଏ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ନିଜକୁ ଜଣେ ସଫଳ ରିସର୍ଚ୍ଚ ସ୍କଲାର ଭାବେ ସମଗ୍ର ଦେଶ ସାମ୍ନାରେ ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଥିବାର ପ୍ରକାଶ କରିଛନ୍ତି ସାଇସ୍ୱପ୍ନା।

ତେବେ ଏ ଖବର ପ୍ରଚାର ହେବାପରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଥିବାବେଳେ ସାଇସ୍ୱପ୍ନାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ଓଜେଇଇ, ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ଜଣ ଦେବେ ପରୀକ୍ଷା

ଭୁବନେଶ୍ବର, ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍‍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଅନ୍‍ଲାଇନ୍‍ରେ ପରୀକ୍ଷା ହେବ।

;ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପରୀକ୍ଷା ଓଡିଶା ବାହାରେ କରାଯାଇଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର କାରଯାଇଛି। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।