Categories
ଆଞ୍ଚଳିକ

ବାଣପୁରରେ ବୈଷୟିକ କମ୍ପୁଟର ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର : ରାଜ୍ୟ ସରକାର ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ଏବଂ ଆଜିର ଯୁବପିଢ଼ି ବୈଷୟିକ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବା ବେଳେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଜେସିଏଲ ଆନୁକୂଲ୍ୟରେ ପ୍ରତି ବ୍ଲକରେ ବୈଷୟିକ କମ୍ପୁଟର ଶିକ୍ଷା ସଚେତନତା ପରିଭ୍ରମଣ ରଥର ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ବାଣପୁର ଗାଲୁଆ ଛକ ଠାରେ ଥିବା କମ୍ପୁଟର ଷ୍ଟଡି ସେଣ୍ଟର ଆନୁକୂଲ୍ୟରେ ସଚେତନତା ରଥ ପହଂଚିବା ପରେ ତାହାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା ଏବଂ ସମ୍ନାନିତ ଅତିଥି ଭାବରେ ସମାଜ ସାମ୍ବାଦିକ ଅଶୋକ କୁମାର ଜେନା, ଜୋନ ଆମ୍ବୁଲାନ୍ସ ଆଜୀବନ ସଦସ୍ୟ ତଥା ସମାଜ ସେବୀ ଅନନ୍ତ ଚରଣ ଖଟେଇ ଯୋଗଦେଇ ରଥକୁ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଉଦଘାଟନ କରିଥିଲେ।

ଶିକ୍ଷାନୁଷ୍ଠାନର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ରଥକୁ ସ୍ୱାଗତ କରିବା ସହ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଏହି କମ୍ପୁଟର ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବୈଷୟିକ ଶିକ୍ଷା ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ହାସଲ କରିବାର ସୁବିଧା ଉପଲବ୍ଧ ଥିବାରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ନାମ ଲେଖାଇବାକୁ ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ସମସ୍ତ ଅତିଥି ମାନେ ଅନୁରୋଧ କରିଛନ୍ତି।