Categories
ବିଶେଷ ଖବର ମତାମତ ରାଜ୍ୟ ଖବର

ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ଭିନ୍ନ ଧାରା ଅୟାରମ୍ଭ

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି। ବିରୋଧୀଙ୍କ ଭାଷାରେ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଦୋଷୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ବିରୋଧୀଙ୍କ ଭାଷାରେ ବୋଧହୁଏ ଭୁଲ। ଅନ୍ୟପକ୍ଷରେ ତଥ୍ୟ ଅନୁଶୀଳନ କରି ସରକାର ଯଥାର୍ଥ ପଦକ୍ଷେପ ନେଉଛନ୍ତି ବୋଲି କୁହାଯିବ ନାହିଁ କାହିଁକି। ସରକାର କେବେ ତ୍ରୁଟି ନଥାଇ ଆକ୍ରୋଶ ମୂଳକ ପଦକ୍ଷେପ ନିଅନ୍ତି ନାହିଁ। ବରଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ଜନକଲ୍ୟାଣ କାର୍ଯ୍ୟ କରି ସାଧରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରନ୍ତି।

ଦୀର୍ଘ ବର୍ଷର ଧରି ବିଜେଡି ସରକାରକୁ ବଦନାମ କରିବାକୁ ବିରୋଧୀଙ୍କ ଚକ୍ରାନ୍ତ ଅନେକବାର ଭଣ୍ଡୁର ହୋଇଛି। ତଥାପି ବିଜେଡି କିମ୍ବା ଦଳର ମୁଖିଆ ସେଭଳି କାହାର କ୍ଷତି କରି ନାହାନ୍ତି। ଯେହେତୁ ବର୍ତ୍ତମାନ ବିରୋଧୀଙ୍କ ପାଖରେ ସରକାର ବିରୋଧରେ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ମିଡିଆ ହାଉସ ତାୱାରେ ନିଜ ରୁଟି ସେକିବା କାର୍ଯ୍ୟରେ ଲାଗି ପଡିଛନ୍ତି।

ଏହାଦ୍ୱାରା ମିଡିଆ ହାଉସର ଦୁର୍ନୀତି ଲୁଚିଯିବ ଭାବି ଏଭଳି ପ୍ରସଙ୍ଗକୁ ଢାଲ କରୁଛନ୍ତି କିଛି ବିରୋଧୀ ଦଳ ନେତା। ସେମାନେ ଜାଣିରଖିବା ଉଚିତ ଯେ, ସମ୍ପୃକ୍ତ ମିଡିଆ ହାଉସରେ ପରିଚାଳନାଗତ ଅନେକ ତ୍ରୁଟି କ୍ଷତିଗ୍ରସ୍ତମାନେ ହିଁ ପଦାକୁ ଆଣୁଛନ୍ତି। ତ୍ରୁଟିଗୁଡିକ ଧରା ପଡିଯିବାରୁ, ଭୟରେ ମିଡିଆ ହାଉସ ମୁଖିଆ ନିଜ ଦୋଷ ମିଡିଆ ଆଳରେ ସରକାରଙ୍କ ଆଡକୁ ଠେଲି ଚାଲିଛନ୍ତି। କିନ୍ତୁ ସାମ୍ନାକୁ ଆସୁଥିବା ତଥ୍ୟରେ ସେ କେତେ ଦୁର୍ନୀତି କରିଛନ୍ତି ତାହା ଲୋକଙ୍କୁ ଜଣାଉ ନାହାନ୍ତି।

ମିଡିଆ ଦ୍ୱାରା ମନଗଢା କାହାଣୀ ଲେଖି ଲୋକଙ୍କ ଆଗରେ ଭଲ ହେବାକୁ ଚେଷ୍ଟା କରୁଛନ୍ତି। ନାବାଳିକା ଦୁଷ୍କର୍ମ ହେଉ କି ସାରୁଅ ଜମି ଦୁର୍ନୀତି, ଏଥିରେ ଅନେକ ରହସ୍ୟ ଲୁଚି ରହିଛି। ପ୍ରଶାସନ ଏଗୁଡିକ ଲୋକଲୋଚନକୁ ଆଣି ନ୍ୟାୟ ସମସ୍ତଙ୍କ ପାଇଁ ସମାନ ବୋଲି ଚେଷ୍ଟା ଚଳାଇଥିଲା ବେଳେ ଚୋର ନିଜକୁ ସାଧୁ କହିଲା ଭଳି ଅନେକ କଥା ପଦାରେ ପଡୁଛି।

ସରକାରଙ୍କୁ ମିଛ ଦୋଷାରୋପ ମାଧ୍ୟମରେ ଯେତେ ଚେଷ୍ଟା କଲେ ବି ସତ କଣ ଲୋକ ଜାଣନ୍ତି। ତେଣୁ ଅନ୍ୟାୟ ଭାବେ ନିଜ ବ୍ୟବସାୟ ବଢାଇବାକୁ ସମ୍ପୃକ୍ତ ମିଡିଆ ହାଉସ ନିଜ କର୍ମଚାରୀଙ୍କୁ ସରକାରଙ୍କ ବିରୋଧରେ କାର୍ଯ୍ୟ ଲଗାଇଛନ୍ତି। ଏହା କେତେ ଯଥାର୍ଥ ତାହା ରାଜ୍ୟର ଜନସାଧାରଣ ବିଚାର କରୁଛନ୍ତି। ତେଣୁ ଗୋଟେ ଜନପ୍ରିୟ ସରକାର ବିରୋଧରେ ଯେତେ କଳଙ୍କ ଲଗାଇଲେ ବି ଲୋକ ବୁଝିଛନ୍ତି ସତ କଣ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିଶନ ପକ୍ଷରୁ ଓଟିଭି ଏମଡିଙ୍କୁ ପୁଣି ସମନ

ଭୁବନେଶ୍ବର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମହିଳା କମିଶନ ପକ୍ଷରୁ ଓଟିଭି ଏମଡିଙ୍କୁ  ସମନ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଜରିଆରେ ସମନ କଲେ ମହିଳା କମିଶନ। ଅକ୍ଟୋବର ମାସର ଏକ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ଏହା ପୂର୍ବରୁ  ଓଟିଭି ଏମଡିଙ୍କୁ ଆଉଥରେ ନୋଟିସ କରାଯାଇଥିଲା। ଗତକାଲି ଏହି ନୋଟିସ ଆଧାରରେ  ଓଟିଭି ଏମଡି ହାଜର ହୋଇଥିଲେ। କିନ୍ତୁ  ଗତକାଲି ଶୁଣାଣି ହୋଇପାରିନଥିଲା।

ସେପଟେ ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୁଣି ସମୟ ମାଗିଲା କମିଶନରେଟ ପୋଲିସ। ରିପୋର୍ଟ ଦାଖଲ ପାଇଁ ୨୧ ଦିନ ସମୟ ନେଲା ପୋଲିସ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି।