Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଉନମୋଚିତ, ଯୋଗ ଦେଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଗ୍ରାମ କେଉଁଝର ଜିଲ୍ଲା ରାଇକେଲାରେ ଉନମୋଚିତ ହୋଇଛି। ଏହାକୁ ଓଡିଶା ଟେଲିଭିଜନ ନେଟୱର୍କର ଏମଡି ଜାଗୀ ମଙ୍ଗତ ପଣ୍ଡା ଉନମୋଚନ କରିଥିଲେ। ଏଥିରେ ଅରିନ୍ଦମଙ୍କ ମାଆ, ପରିବାର ଏବଂ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଓଟିଭିର ନ୍ୟୁଜ ଏଡିଟର ରାଧାମାଧବ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।

ତିଥି ଅନୁସାରେ ଆଜି ହେଉଛି ଅରିନ୍ଦମଙ୍କ ମୃତ୍ୟୁ ବାର୍ଷିକ। ହେଲେ ତାରିଖ ଅନୁସାରେ ସେ 2021 ସେପ୍ଟେମ୍ବର 24 ତାରିଖରେ ମୃତ୍ୟୁ ବରଣ କରିଥିଲେ। ସେଦିନ ସେ ମୁଣ୍ଡୁଳିଠାରେ ମହାନଦୀରେ ଫସି ରହିଥିବା ଏକ ହାତୀ ଉଦ୍ଧାର ଟିମରେ ଯାଇଥିଲେ। ଓଡ୍ରାଫ ଟିମର ଏହି ବୋଟଟି ପାଣି ଭିତରେ ବୁଡିଯାଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୨୫ ବର୍ଷରେ ପଦାର୍ପଣ କଲା ଓଡିଶାର ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଓଟିଭି

ଭୁବନେଶ୍ବର: ଆଜି ଓଡିଶାର ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଓଟିଭିକୁ ୨୫ ବର୍ଷରେ ପଦାର୍ପଣ କରିଛି। ୧୯୯୭ ମସିହା ଏପ୍ରିଲ ୧୮ ତାରିଖରେ ଏହି ନ୍ୟୁଜ ଚ୍ୟାନେଲ ଆତ୍ମପ୍ରକାଶ କରିଥିଲା। ପ୍ରଥମେ ଓଟିଭି ଏକ କେବୁଲ ଚ୍ୟାନଲ ଭାବେ ତାହାର ପ୍ରସାର କରିଥିଲା। ଏହାପରେ ସାଟେଲାଇଟ ଚ୍ୟାନେଲ ଭାବେ କାର୍ଯ୍ୟ କରିଥିଲା।

ବର୍ତ୍ତମାନ ଓଡିଶାର ନଅ ଟି ଓଡିଆ ନ୍ୟୁଜ ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ମଧ୍ୟରେ ଦୀର୍ଘ ବର୍ଷ ଧରି ଓଟିଭି ନମ୍ବର ୱାନ ନ୍ୟୁଜ ଚ୍ୟାନେଲ ଭାବେ ତାହାର ସ୍ଥିତି ରଖି ଆସିଛି। ଏହି ଚ୍ୟାନେଲରୁ ବହୁ ବିଖ୍ୟାତ ସାମ୍ବାଦିକ ଏବଂ କାର୍ଯ୍ୟକ୍ରମ ଉପସ୍ଥାପକ ବାହାରି ଯାଇଛନ୍ତି। ଏତେ ସବୁ ପ୍ରତିବନ୍ଧକ ସତ୍ବେ ଓଟିଭି ଏକ ନମ୍ବର ସ୍ଥାନ ବଜାଇ ରଖିଆସିଛି।

Categories
ବିଶେଷ ଖବର ମତାମତ ରାଜ୍ୟ ଖବର

ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ଭିନ୍ନ ଧାରା ଅୟାରମ୍ଭ

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି। ବିରୋଧୀଙ୍କ ଭାଷାରେ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଦୋଷୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ବିରୋଧୀଙ୍କ ଭାଷାରେ ବୋଧହୁଏ ଭୁଲ। ଅନ୍ୟପକ୍ଷରେ ତଥ୍ୟ ଅନୁଶୀଳନ କରି ସରକାର ଯଥାର୍ଥ ପଦକ୍ଷେପ ନେଉଛନ୍ତି ବୋଲି କୁହାଯିବ ନାହିଁ କାହିଁକି। ସରକାର କେବେ ତ୍ରୁଟି ନଥାଇ ଆକ୍ରୋଶ ମୂଳକ ପଦକ୍ଷେପ ନିଅନ୍ତି ନାହିଁ। ବରଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ଜନକଲ୍ୟାଣ କାର୍ଯ୍ୟ କରି ସାଧରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରନ୍ତି।

ଦୀର୍ଘ ବର୍ଷର ଧରି ବିଜେଡି ସରକାରକୁ ବଦନାମ କରିବାକୁ ବିରୋଧୀଙ୍କ ଚକ୍ରାନ୍ତ ଅନେକବାର ଭଣ୍ଡୁର ହୋଇଛି। ତଥାପି ବିଜେଡି କିମ୍ବା ଦଳର ମୁଖିଆ ସେଭଳି କାହାର କ୍ଷତି କରି ନାହାନ୍ତି। ଯେହେତୁ ବର୍ତ୍ତମାନ ବିରୋଧୀଙ୍କ ପାଖରେ ସରକାର ବିରୋଧରେ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ମିଡିଆ ହାଉସ ତାୱାରେ ନିଜ ରୁଟି ସେକିବା କାର୍ଯ୍ୟରେ ଲାଗି ପଡିଛନ୍ତି।

ଏହାଦ୍ୱାରା ମିଡିଆ ହାଉସର ଦୁର୍ନୀତି ଲୁଚିଯିବ ଭାବି ଏଭଳି ପ୍ରସଙ୍ଗକୁ ଢାଲ କରୁଛନ୍ତି କିଛି ବିରୋଧୀ ଦଳ ନେତା। ସେମାନେ ଜାଣିରଖିବା ଉଚିତ ଯେ, ସମ୍ପୃକ୍ତ ମିଡିଆ ହାଉସରେ ପରିଚାଳନାଗତ ଅନେକ ତ୍ରୁଟି କ୍ଷତିଗ୍ରସ୍ତମାନେ ହିଁ ପଦାକୁ ଆଣୁଛନ୍ତି। ତ୍ରୁଟିଗୁଡିକ ଧରା ପଡିଯିବାରୁ, ଭୟରେ ମିଡିଆ ହାଉସ ମୁଖିଆ ନିଜ ଦୋଷ ମିଡିଆ ଆଳରେ ସରକାରଙ୍କ ଆଡକୁ ଠେଲି ଚାଲିଛନ୍ତି। କିନ୍ତୁ ସାମ୍ନାକୁ ଆସୁଥିବା ତଥ୍ୟରେ ସେ କେତେ ଦୁର୍ନୀତି କରିଛନ୍ତି ତାହା ଲୋକଙ୍କୁ ଜଣାଉ ନାହାନ୍ତି।

ମିଡିଆ ଦ୍ୱାରା ମନଗଢା କାହାଣୀ ଲେଖି ଲୋକଙ୍କ ଆଗରେ ଭଲ ହେବାକୁ ଚେଷ୍ଟା କରୁଛନ୍ତି। ନାବାଳିକା ଦୁଷ୍କର୍ମ ହେଉ କି ସାରୁଅ ଜମି ଦୁର୍ନୀତି, ଏଥିରେ ଅନେକ ରହସ୍ୟ ଲୁଚି ରହିଛି। ପ୍ରଶାସନ ଏଗୁଡିକ ଲୋକଲୋଚନକୁ ଆଣି ନ୍ୟାୟ ସମସ୍ତଙ୍କ ପାଇଁ ସମାନ ବୋଲି ଚେଷ୍ଟା ଚଳାଇଥିଲା ବେଳେ ଚୋର ନିଜକୁ ସାଧୁ କହିଲା ଭଳି ଅନେକ କଥା ପଦାରେ ପଡୁଛି।

ସରକାରଙ୍କୁ ମିଛ ଦୋଷାରୋପ ମାଧ୍ୟମରେ ଯେତେ ଚେଷ୍ଟା କଲେ ବି ସତ କଣ ଲୋକ ଜାଣନ୍ତି। ତେଣୁ ଅନ୍ୟାୟ ଭାବେ ନିଜ ବ୍ୟବସାୟ ବଢାଇବାକୁ ସମ୍ପୃକ୍ତ ମିଡିଆ ହାଉସ ନିଜ କର୍ମଚାରୀଙ୍କୁ ସରକାରଙ୍କ ବିରୋଧରେ କାର୍ଯ୍ୟ ଲଗାଇଛନ୍ତି। ଏହା କେତେ ଯଥାର୍ଥ ତାହା ରାଜ୍ୟର ଜନସାଧାରଣ ବିଚାର କରୁଛନ୍ତି। ତେଣୁ ଗୋଟେ ଜନପ୍ରିୟ ସରକାର ବିରୋଧରେ ଯେତେ କଳଙ୍କ ଲଗାଇଲେ ବି ଲୋକ ବୁଝିଛନ୍ତି ସତ କଣ।

Categories
ଆଜିର ଖବର ରାଜ୍ୟ ଖବର

ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସିଏଫ୍‌ଓ ମନୋରଂଜନ ଷଡ଼ଙ୍ଗୀଙ୍କୁ ଗିରଫ କ୍ରାଇମବ୍ରାଞ୍ଚ କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ବିନା କୌଣସି ନୋଟିସରେ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଦଫା 420, 423, 467, 468, 471, 120 ବିର ସେକ୍ସନ 3 (1) (ଜି,କ୍ୟୁ) ଏସ୍‌ସି/ଏସ୍‌ଟି ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି।