Categories
ଆଜିର ଖବର ରାଜ୍ୟ ଖବର

ବର୍ଣ୍ଣମାଳା ପକ୍ଷରୁ ବିଶ୍ୱ କବିତା ଦିବସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସାରସ୍ୱତ ମଞ୍ଚ ବର୍ଣ୍ଣମାଳା ପକ୍ଷରୁ ବାଲୁଗାଁ ନିକଟ ଓଡ଼ିଆର୍ଟ ଅନୁଷ୍ଠାନ ପରିସରରେ କୋଡିଏ ଓ ଏକୋଇଶି ଦୁଇଦିନ ଧରି ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି। ବର୍ଣ୍ଣମାଳାର ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶ୍ୱ କବିତା ଦିବସରେ ରାଜ୍ୟର ବିଶିଷ୍ଟ କବି ଓ ଲେଖକମାନେ ଯୋଗଦେଇ କବିତା ଓ ସଂଗୀତ ଉପସ୍ଥାପନା ମାଧ୍ୟମରେ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ତଥା ଓଡ଼ିଆ କବିତାର ଜାତୀୟତାକୁ ପ୍ରତିପାଦିତ କରିଥିଲେ।

ଉକ୍ତ ସମାରୋହରେ ବିଶିଷ୍ଟ କବୟିତ୍ରୀ ମମତା ଦାଶ, ଫନୀ ମହାନ୍ତି, ବିପିନ ନାୟକ, ପ୍ରଦୀପ ପଣ୍ଡା, ମନୁଆ ଦାସ, ଅଙ୍ଗୁରୁବାଳା ପରିଡ଼ା, ଡଃ ମିହିର ସାହୁ, ଈପସିତା ଷଡ଼ଙ୍ଗୀ, ଅନୁଗ୍ରହ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାନ୍ତି, ଚିରଶ୍ରୀ ଇନ୍ଦ୍ରସିଂ, ସୁନନ୍ଦା ପ୍ରଧାନ, ପ୍ରବାସିନୀ ହୋତା, ଅମୀୟ ରଞ୍ଜନ ମହାପାତ୍ର, ଧନଞ୍ଜୟ ସ୍ୱାଇଁ, ହରିଶ୍ଚନ୍ଦ୍ର ବେହେରା, ରାଜୀବ ପାଣି, ଶଶୀଭୁଷଣ ରଥ, ଡଃ କୈଳାସ ଚନ୍ଦ୍ର ମହାରଣା, ପ୍ରିୟଦର୍ଶିନୀ ମହାରଣା, ସରୋଜ କୁମାର ମହାପାତ୍ର, ପ୍ରମୁଖ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିବା ସହ କବି ମନର କଥା, ଓଡ଼ିଆ ଭାଷା ପାଇଁ ପ୍ରତିବଦ୍ଧତା, ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ।  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ରାଜୀବ ପାଣି।

Categories
ଆଜିର ଖବର ରାଜ୍ୟ ଖବର

୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୯ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି।ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଆର୍ଟ ଅଧ୍ୟକ୍ଷ ପ୍ରଦୋଷ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ପୁରୀର ସାହି ଯାତ୍ରା, ଭଞ୍ଜନଗର ପଶୁ ନୃତ୍ୟ, କୋରିଆନ ମୁଖା ନୃତ୍ୟ, କଲିକତା ପୁରୁଲିଆ ଛଉ, ଆଠମଲ୍ଲିକ ମୁଖା ନୃତ୍ୟ, ଝାରଖଣ୍ଡ ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।

ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଉକ୍ତ ମହୋତ୍ସବରେ କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ,ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ,ଉପ ସଭାପତି ନିରଞ୍ଜନ ଦାସ ଓ ସୁଧୀର ରାଉତ,ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ,ପରିଚାଳନା ସଦସ୍ୟ କାଶୀନାଥ ବେହେରା,ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ସଂଗ୍ରହାଳୟର ୯ମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୮ମ ଚିଲିକା ସେଲଡ଼କ ଫୋଳ୍କ କାର୍ନିଭାଲକୁ ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୮ ତମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ଉକ୍ତ ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ଓଟିଡିସି ଅଧ୍ୟକ୍ଷ ଲେନୀନ ମହାନ୍ତି, ପଦ୍ମ ଭୂଷିତ ରାଜୀବ ସେଠି, ପୁପିଲ ହୋଟେଲ ରିସର୍ଟ ସିଇଓ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇଥିଲେ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ରାଜସ୍ଥାନୀ ଫୋଳ୍କ ଡ୍ୟାନ୍ସ, ରାବଣ ଛାୟା ନାଟକ, ଗିରିଧାରୀ ଗମାଙ୍ଗ ଚାଙ୍ଗୁ ଡ୍ୟାନ୍ସ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଉକ୍ତ ମହୋତ୍ସବରେ କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ,ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ସଭାପତି ବଂଶୀଧର ଆଚାର୍ଯ୍ୟ, ଉପ ସଭାପତି ନିରଞ୍ଜନ ଦାଶ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।