Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କୋଡିଏ ବର୍ଷ ପରେ ପୁଣି ଥରେ ତୁଳସୀ

ଭୁବନେଶ୍ଵର: ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନସାନ୍ ହେଇଯାଉଥିଲା। ତୁଳସୀ ତୁଳସୀ ଗୀତଟି କାନରେ ଶୁଭିଲେ ଛୋଟ ଛୁଆ ଠାରୁ ବୋହୂ, ଆଈ ପର୍ଯ୍ୟନ୍ତ ସମସ୍ତେ ଟିଭି ସାମ୍ନାରେ ବସି ପଡୁଥିଲେ। ଟାଇଟେଲ ଗୀତ ଟି ଦେହକୁ ଶୀତେଇ ଦେଉଥିଲା। ଶୈଳଭାମା ମହାପାତ୍ର ଙ୍କ କଣ୍ଠର ଯାଦୁ ସମସ୍ତ ଦର୍ଶକଙ୍କ ମନରେ ଗୁଣୁଗୁଣୁ ଶୁଭୁଥିଲା। “ତୁଳସୀ ତୁଳସୀ, ଆମ ଅଗଣାର ତୁଳସୀ, ସେ ତ ଦୁଇ ପତରରୁ ବାସୁଅଛି…..”।

ଓଡିଆ ଟେଲିଭିଜନ ଦୁନିଆରେ ପ୍ରଥମଥର ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଛି କଲର୍ସ ଓଡ଼ିଆ ଚ୍ୟାନେଲ। ଦୀର୍ଘବର୍ଷ ଧରି ଈ ଟିଭି ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଧାରାବାହିକ ତୁଳସୀ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସାରିତ ହେଉଛି। ପ୍ରତିଟି ଓଡ଼ିଆ ଦର୍ଶକଙ୍କ ମନରେ ଘର କରିଥିଲା ତୁଳସୀ। ଧାରାବାହିକ ତୁଳସୀ ବନ୍ଦ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ମନରୁ ପାଶୋରି ପାରି ନାହାଁନ୍ତି ଦର୍ଶକ। ଦର୍ଶକଙ୍କ ସେଇ ଭାବାବେଗକୁ ଲକ୍ଷ୍ୟ କରି କଲର୍ସ ଓଡ଼ିଆ ଚ୍ୟାନେଲର ମୁଖ୍ୟ ସାଇନି କୋଡିଏ ବର୍ଷ ତଳର ଫର୍ଦ୍ଦକୁ ପୁଣି ଥରେ ଦର୍ଶକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି।

ଗତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ହୋଟେଲ ଶୀତଲ ଠାରେ ତୁଳସୀ ଧାରାବାହିକର ସମସ୍ତ କଳାକାର ଟେକ୍ନିସିଆନ୍ସ ଓ କର୍ମଚାରୀଙ୍କୁ ଏକାଠି କରି ପୁରୁଣା ସ୍ମୃତିକୁ ମନେପକାଇବା ପାଇଁ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। କଳାକାର ମାନଙ୍କ ମଧ୍ୟରେ ମୁଖ୍ୟ ନାୟିକା ଈପସିତା ମହାନ୍ତି, ସୋମେଶ ମହାନ୍ତି, ଅଶୋକ ଦାଶ, ଜୀନା, ହର ରଥ, ସୋମା ଭୌମିକ, ଅଭିନଵ ସିଂ, ବେବି ପ୍ରଧାନ, ବିନାୟକ ମିଶ୍ର, ଏଲି ପାଢ଼ୀ, ଏଲିନା ରାଉତ, ଉପାସନାଙ୍କ ସମେତ ଆହୁରି ଅନେକ କଳାକାର, ଟେକ୍ନିସିଆନ୍ସ ମାନଙ୍କ ମଧ୍ୟରେ ବରିଷ୍ଠ କ୍ୟାମେରାମ୍ୟାନ ଦିଲ୍ଲୀପ ରାୟ, ଫୁକୁ ଭାଇ, ସାଉଣ୍ଡ ଇଞ୍ଜିନିଅର ମାନସ ବେହେରା, ବରିଷ୍ଠ ନିର୍ଦ୍ଦେଶକ ସୁବ୍ରତ ନାୟକ ଏବଂ ତାଙ୍କ ପୁରୁଣା ଟିମ୍, କଣ୍ଠଶିଳ୍ପୀ ଶୈଳଭାମା, ପ୍ରଯୋଜକ ସ୍ବର୍ଗତ ସୁବାଷ ରାଉତ ଙ୍କ ସୁପୁତ୍ର ଯୁବ ପ୍ରଯୋଜକ ସନ୍ଦୀପ ରାଉତ (ବାବୁନା), ଉପଦେଷ୍ଟା ପ୍ରମିଳା ରାଉତଙ୍କ ସହିତ ଈଟିଭି ଓଡ଼ିଆ ଚ୍ୟାନେଲର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ସଞ୍ଜୟ ପାଠକ, ପ୍ରଯୋଜକ ସତ୍ୟ ରଥ, ସହ ପ୍ରଯୋଜକ ପ୍ରଣୟ ଜେଠୀ ପ୍ରମୁଖ ସାମିଲ ହୋଇଥିଲେ।

ଶ୍ରୀଯୁକ୍ତ ପାଠକ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବରେ ସବୁ ସ୍ମୃତି ବଖାଣି ଥିଲେ। ନିର୍ଦ୍ଦେଶକ ସୁବ୍ରତ ନାୟକ ତୁଳସୀ ଧାରାବାହିକ ମାଧ୍ୟମରେ ଅନେକ କଳାକାର ସୃଷ୍ଟି କରିଥିଲେ ଯେଉଁମାନେ ବର୍ତ୍ତମାନ ସମୟର ଜଣେ ଜଣେ ତାରକା।

ଉପସ୍ଥିତ ପ୍ରତ୍ୟେକ ୟୁନିଟର ବ୍ୟକ୍ତି ବିଶେଷ ନିଜ ନିଜ ଅନୁଭୂତି ବଖାଣି ଥିଲେ। ତେବେ ଓଡ଼ିଆ ଦର୍ଶକ ପୁଣି ଥରେ କୋଡିଏ ବର୍ଷ ତଳର ସେଇ ବହୁ ଲୋକପ୍ରିୟ ମେଗା ଧାରାବାହିକ ତୁଳସୀ କଲର୍ସ ଓଡ଼ିଆ ଚ୍ୟାନେଲରେ ପ୍ରତ୍ୟେକ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ ଘଟିକାରୁ ୬ ଘଟିକା ଏକଘଣ୍ଟା ଯାଏଁ ଦେଖିପାରିବେ।

କଲର୍ସ ଓଡ଼ିଆ ଟିଆରପି ପାଇଁ ନୁହେଁ ବରଂ ଲୋକଙ୍କ ଭାବାବେଗକୁ ଧ୍ୟାନ ରଖି ତୁଳସୀ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ “ଜୀ ସାର୍ଥକ ସଂସାର ଆୱାର୍ଡ”

ଭୁବନେଶ୍ଵର: ଜ଼ୀ ସାର୍ଥକରେ ଦେଖନ୍ତୁ ଆଜି ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ ”ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୩”। ଯେଉଁଥିରେ ଆପଣ ମାନେ ଦେଖିବେ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିବା କଳାକାର ଓ ଟିମ୍ କୁ ମିଳିବ ଆୱାର୍ଡ ଯେପରିକି ବେଷ୍ଟ ଫିଲ୍ମ, ବେଷ୍ଟ ସେରିଏଲ, ବେଷ୍ଟ ହୀରୋ, ବେଷ୍ଟ ହିରୋଇନ ଓ ଏହିପରି ଅନେକ କାଟାଗୋରୀରେ ମିଳିବ ଆୱାର୍ଡ।

ତେବେ କେବଳ ଆୱାର୍ଡ ଦିଆଯିବ ନାହିଁ ଏହି କାର୍ଯକ୍ରମରେ ବରଂ ଓଡ଼ିଶାର ମନୋରଞ୍ଜନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ କଳାକାରଙ୍କ ଦେଖିବେ ପ୍ରଦର୍ଶନ ଖାସ କରି ଓଲିଉଡର ନାମୀ ଦାମୀ କଳାକାର ଏହି ସୋ’ ରେ ଭାଗ ନେବେ, ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର, ବାବୁଶାନ ମହାନ୍ତି, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା, ଏଲିନା, ଶୈଳେନ୍ଦ୍ର, ସ୍ଵରାଜ, ଜ୍ୟୋତି, ଦୀପକ, ରିୟା ଶୀତଲ୍ ଓ ଅନ୍ୟମାନେ।

କେବଳ ଓଲିଉଡ୍ କଳାକାର ନୁହନ୍ତି ଜୀ ସାର୍ଥକରେ ପ୍ରସାରିତ ସମସ୍ତ ମେଗା ଧାରାବାହିକର କଳାକାର ଯୋଡି ମାନେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଇ ମଞ୍ଚ ଦୁଲୁକେଇବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଶିବ- ଶକ୍ତି, ଅମ୍ବର-ଧାରା, ବିଷ୍ଣୁ-ପ୍ରିୟା, ସନ୍ଧ୍ୟା-ରାଗିଣୀ, କରନ-ଖୁସି, ଏଜେ-ମାନିନୀ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, “ଜୀ ସାର୍ଥକ ହେଉଛି ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ, ତେଣୁ ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ଏହି ଆୱାର୍ଡ ସୋ ସହିତ ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ। ଏହି ଆୱାର୍ଡ ସୋ ଆମର କଳାକାର ଓ ଟେକ୍ନିକାଲ ସଦସ୍ୟ ମାନଙ୍କୁ ଏକ ଅନନ୍ୟ ଅନୁଭବ ଦେଇଥାଏ ଯେ ତାଙ୍କ କାମ କେତେ ମୁଲ୍ୟବାନ ଦର୍ଶକଙ୍କ ପାଇଁ ଓ ସଚେତନ କରାଏ ଯେ ଭଲ କାମ ସର୍ବଦା ପୁରସ୍କୃତ ହୁଏ ତେଣୁ ଏହି କାର୍ଯକ୍ରମ ପ୍ରତିଭାକୁ ସମ୍ମାନ ଦେବାର ଏକ ବଡ଼ ମାଧ୍ୟମ ଆମ ପାଇଁ।

ତେବେ ଦେଖିବାକୁ ଭୁଲିବେନି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚାନ୍ନେଲର ଏହି ୧ ନମ୍ବର ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ଯାହା ପ୍ରସାରିତ ହେବାକୁ ଯାଉଛି ଆଜି ସନ୍ଧ୍ୟା ୬ ଟାରେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ନଭେମ୍ବର ୫ରେ ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ “ଜୀ ସାର୍ଥକ ସଂସାର ଆୱାର୍ଡ”

ଭୁବନେଶ୍ଵର: ଜ଼ୀ ସାର୍ଥକରେ ଦେଖନ୍ତୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ ”ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୩”। ଯେଉଁଥିରେ ଆପଣ ମାନେ ଦେଖିବେ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିବା କଳାକାର ଓ ଟିମ୍ କୁ ମିଳିବ ଆୱାର୍ଡ ଯେପରିକି ବେଷ୍ଟ ଫିଲ୍ମ, ବେଷ୍ଟ ସେରିଏଲ, ବେଷ୍ଟ ହୀରୋ, ବେଷ୍ଟ ହିରୋଇନ ଓ ଏହିପରି ଅନେକ କାଟାଗୋରୀରେ ମିଳିବ ଆୱାର୍ଡ।

ତେବେ କେବଳ ଆୱାର୍ଡ ଦିଆଯିବ ନାହିଁ ଏହି କାର୍ଯକ୍ରମରେ ବରଂ ଓଡ଼ିଶାର ମନୋରଞ୍ଜନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ କଳାକାରଙ୍କ ଦେଖିବେ ପ୍ରଦର୍ଶନ ଖାସ କରି ଓଲିଉଡର ନାମୀ ଦାମୀ କଳାକାର ଏହି ସୋ’ ରେ ଭାଗ ନେବେ, ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର, ବାବୁଶାନ ମହାନ୍ତି, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା, ଏଲିନା, ଶୈଳେନ୍ଦ୍ର, ସ୍ଵରାଜ, ଜ୍ୟୋତି, ଦୀପକ, ରିୟା ଶୀତଲ୍ ଓ ଅନ୍ୟମାନେ।

କେବଳ ଓଲିଉଡ୍ କଳାକାର ନୁହନ୍ତି ଜୀ ସାର୍ଥକରେ ପ୍ରସାରିତ ସମସ୍ତ ମେଗା ଧାରାବାହିକର କଳାକାର ଯୋଡି ମାନେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଇ ମଞ୍ଚ ଦୁଲୁକେଇବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଶିବ- ଶକ୍ତି, ଅମ୍ବର-ଧାରା, ବିଷ୍ଣୁ-ପ୍ରିୟା, ସନ୍ଧ୍ୟା-ରାଗିଣୀ, କରନ-ଖୁସି, ଏଜେ-ମାନିନୀ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, “ଜୀ ସାର୍ଥକ ହେଉଛି ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ, ତେଣୁ ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ଏହି ଆୱାର୍ଡ ସୋ ସହିତ ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ। ଏହି ଆୱାର୍ଡ ସୋ ଆମର କଳାକାର ଓ ଟେକ୍ନିକାଲ ସଦସ୍ୟ ମାନଙ୍କୁ ଏକ ଅନନ୍ୟ ଅନୁଭବ ଦେଇଥାଏ ଯେ ତାଙ୍କ କାମ କେତେ ମୁଲ୍ୟବାନ ଦର୍ଶକଙ୍କ ପାଇଁ ଓ ସଚେତନ କରାଏ ଯେ ଭଲ କାମ ସର୍ବଦା ପୁରସ୍କୃତ ହୁଏ ତେଣୁ ଏହି କାର୍ଯକ୍ରମ ପ୍ରତିଭାକୁ ସମ୍ମାନ ଦେବାର ଏକ ବଡ଼ ମାଧ୍ୟମ ଆମ ପାଇଁ।

ତେବେ ଦେଖିବାକୁ ଭୁଲିବେନି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚାନ୍ନେଲର ଏହି ୧ ନମ୍ବର ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ଯାହା ପ୍ରସାରିତ ହେବାକୁ ଯାଉଛି ଆସନ୍ତା ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆବର୍ଷରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ ୩ ଟି ନୂଆ ଧାରାବାହିକ ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’। ସବୁବେଳେ ଦର୍ଶକଙ୍କ ମନମୁତାବକ ଭରପୁର ମନୋରଂଜନ ଦେଇଆସୁଥିବା ଜୀ-ସାର୍ଥକ, ନୂଆ ବର୍ଷର ଆରମ୍ଭ ସହ ଏଥର ସଂପୂର୍ଣ୍ଣ ୩ ଟି ନିଆରା କାହାଣୀକୁ ନେଇ ତିଆରି କରିଛି ୩ ଟି ନୂଆ ଧାରାବାହିକ। ଏବଂ ଏହା ଜାନୁଆରୀ ୨ ରୁ ମନୋରଞ୍ଜନ ଚ୍ୟାନେଲ୍, ଜୀ-ସାର୍ଥକରେ ଆରମ୍ଭ ହେଉଛି। ଏହି ଧାରାବାହିକ ସବୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ କୁହାଯାଇଛି।

ପ୍ରଥମେ ସନ୍ଧ୍ୟା ୬:୩୦ରୁ ଆରମ୍ଭ ହେବ ଏକ ଭିନ୍ନ ଧରଣର ପ୍ରତିଶୋଧର ଏକ ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’। ବିଜୟିନୀ ଧାରାବାହିକକୁ ଆପଣମାନେ ଯେଉଁ ଭଲପାଇବା ଦେଇଥିଲେ ତାକୁ ଆଧାର କରି ଜ଼ୀ ସାର୍ଥକ ନେଇଆସଛି ଏହି ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’। ପ୍ରତିଶୋଧର ନିଆଁରେ ଜଳୁଥିବା ମଣିଷ ଯେତେବେଳେ ନିଜ ଜିଦ୍ଦୀରେ ଆସେ, ସେ କିଛି ବି କରିପାରେ ତାହା ହୋଇଛି ଏହି କାହାଣୀର ମୂଳ ବିଷୟବସ୍ତୁ।
କାହାଣୀରେ ପ୍ରତ୍ୟେକ ମୁହୂର୍ତ୍ତରେ ରହିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟ ଜନକ ମୋଡ଼ ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୁଚିପୁର୍ଣ୍ଣ କରିଛି। ୧୯ ବର୍ଷର କାହାଣୀକୁ ଏକ ସମୟନୁପାକ୍ଷିକ ଧାରାବାହିକରେ ଅତ୍ୟନ୍ତ ସୁନ୍ଦର ଭାବରେ ପରିଦର୍ଶିତ କରାଯାଇଛି, ହେଲେ କାହିଁକି ଓ କେମିତି ଜାଣିବା ଏତେ ସହଜ ହେବନି ଦର୍ଶକଙ୍କ ପାଇଁ ବୋଲି ଧାରାବାହିକର ଟିମ କହିଛନ୍ତି। ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା, ସିମ୍ରନ ଚରିତ୍ରରେ ରାଧିକା। ଧାରାବାହିକ ରେ କିଏ କାହା ପାଇଁ ଗଢ଼ା ହେଇଚି, କିଏ କାହା ସହିତ ସମ୍ପର୍କ ରେ ରହିବ, ବୈଭବ ସହିତ ରାଧିକା ନା ଦେବିକା ସହିତ କ୍ରିଷ୍ନା? ଏହା ହିଁ ମୁଖ୍ୟ ରହସ୍ୟ। ଅଭିନେତ୍ରୀ ଦୀପିକା ତ୍ରୀପାଠିଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି। ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୬:୩୦ ରେ ପ୍ରସାରିତ ହେବ।

ନୂଆବର୍ଷରୁ ରୁ ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ସବୁ ଧାରାବାହିକ ମଧ୍ୟରେ ଦ୍ଵିତୀୟରେ ରହିଛି “ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି। ଏମାନଙ୍କ ଯୋଡି ବନିବ ତ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୋଇ ବିବାହ ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ମାନିନୀ ଅତି କମ୍ ବୟସରେ ବିବାହ କରି ତିନିଟି ବୋହୂଙ୍କ ଶାଶୁ ହୋଇ କେମିତି ତୁଲେଇବ ପରିବାର? ମୁଖ୍ୟ ଚରିତ୍ର ମାନିନୀ ଭୂମିକା ରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକା ରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।

ଜୀ-ସାର୍ଥକର ତୃତୀୟ ଭେଟି ରହିଛି ‘ଖୁସିର ଛୁଙ୍କ’। ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୯ରେ ପ୍ରସାରିତ ହେବ। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି। ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ୟ ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ। ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।

ଜୀ-ସାର୍ଥକ ସର୍ବଦା ଓଡ଼ିଶାର କଳା ଓ ସଂସ୍କୃତିକୁ ଗୁରୁତ୍ଵ ଦେଇଆସିଛି ଯେଉଁଥି ପାଇଁ ଆପଣମାନେ ଜୀ-ସାର୍ଥକକୁ ଭଲପାଇବା ଓ ଅଗ୍ରାଧିକାର ଦେଇଛନ୍ତି, ତାହା ଏହି ନୂଆବର୍ଷ ୨୦୨୩ ରେ 3ଟି ନୂଆ ମେଗା ଧାରାବାହିକ ଆସିବା ସହ ଆହୁରି ୩ ଗୁଣ ବଢିବ ବୋଲି ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ, ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଯେହେତୁ ଓଡିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ନୂଆ ବର୍ଷରେ ଆସୁଥିବା ଉପରୋକ୍ତ 3ଟି ନୂଆ ମେଗା ଧାରାବାହିକର କାହାଣୀ ଗୁଡିକ ହୋଇଛି, ତାହା ଓଡ଼ିଶା ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଦେବା ସହ ନିଶ୍ଚୟ ଦର୍ଶକାଦୃତ ହେବ।