Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜଭବନରେ ଓଡ଼ିଆ ନବ ବର୍ଷ ଏବଂ ହିମାଳଚ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ଓଡିଆ ନବ ବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ତଥା ବିଭିନ୍ନ ପ୍ରଦେଶର ନବବର୍ଷ ଏକ ମନୋଜ୍ଞ ପରିବେଶରେ ପାଳିତ ହୋଇଯାଇଛି । ଏହିି ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୪ ତାରିଖ ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି ।

ଏତଦ୍‌ବ୍ୟତୀତ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଆ ନବବର୍ଷରେ ସମସ୍ତେ ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ତଥା ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଉପଲକ୍ଷେ ଉକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଏବଂ ନବବର୍ଷ ପାଳନ କରୁଥିବା ଆସାମ, କେରଳ, ତାମିଲନାଡୁ, ବୈଶାଖୀ ପାଳନ କରୁଥିବା ପଞ୍ଜାବ ରାଜ୍ୟର ଅଧିବାସୀମାନଙ୍କୁ ରାଜ୍ୟପାଳ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଥିଲେ ।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏପରି ଉତ୍ସବର ମୁହୂର୍ତ ତାଙ୍କ ପାଇଁ ସ୍ୱତନ୍ତ୍ର, କାରଣ ସେ ପ୍ରଥମ ଥର ପାଇଁ ଓଡିଶାରେ ଓଡିଆ ନବ ବର୍ଷ ପାଳନ କରୁଛନ୍ତି । ସଂଯୋଗ ବଶତଃ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ପାଳନରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବରୁ ରାଜ ଭବନରେ ଉଗାଡ଼ି ଓ ଗୁଡ଼ି ପଡୱା ଉତ୍ସବ ମୁଖରିତ ପରିବେଶରେ ପାଳିତ ହୋଇଥିଲା, ଯାହା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣର୍ାଟକ ଏବଂ ମହାରାଷ୍ଟ୍ରର ସଂସ୍କୃତି ଓ ପରମ୍ପରାକୁ ଏକତ୍ରିତ କରିଥିଲା ।

ପୂର୍ବ ମାସଗୁଡ଼ିକରେ ମଧ୍ୟ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା ଏବଂ ଏହା ପ୍ରତ୍ୟେକ ରାଜ୍ୟର ସ୍ୱତନ୍ତ୍ର ପରିଚୟ, ଗୌରବମୟ ଐତିହ୍ୟ ଏବଂ ଆଧୁନିକ ଭାରତ ଗଠନରେ ଅବଦାନକୁ ପ୍ରତିଫଳିତ କରୁଥିଲା ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ନୂତନତା, ଆଶା ଏବଂ ଦିବ୍ୟ ଆଶୀର୍ବାଦର ଏକ ଶୁଭ ସମୟର ବାର୍ତ୍ତା ପ୍ରଦାନ କରେ ।

ଏହି ପବିତ୍ର ଦିନ ଆମକୁ ନୂଆ ଆଶା, ନୂଆ ବିଶ୍ୱାସର ସହିତ ନୂତନ ଆରମ୍ଭକୁ ଗ୍ରହଣ କରିବାକୁ ଆମନ୍ତ୍ରଣ କରେ । ଓଡିଶାର କାଳଜୟୀ ମନ୍ଦିର, ଆତ୍ମା ପୂର୍ଣ୍ଣ କଳା ଏବଂ ସ୍ପନ୍ଦନଶୀଳ ପରମ୍ପରା ସହିତ ଏହାର କୃପା ଏବଂ ସ୍ଥିରତା ପ୍ରେରଣା ଦେଇ ଚାଲିଛି । ମହାବିଷୁବ ସଂକ୍ରାନ୍ତିର ଆଲୋକ ଓଡିଶାକୁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ମାର୍ଗଦର୍ଶନ କରିବ ବୋଲି କହିବା ସହିତ ନୂତନ ବର୍ଷ ପ୍ରତ୍ୟେକ ଘରେ ଖୁସି ଆଣୁ ବୋଲି ରାଜ୍ୟପାଳ କାମନା କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ଓଡିଶା ଓ ହିମାଚଳ ପ୍ରଦେଶର ସୁନ୍ଦର ସଂପର୍କ ବିଷୟରେ ଅବତାରଣା କରି ୧୯୪୮ ମସିହା ଏପ୍ରେଲ ମାସରେ ହିମାଚଳ ପ୍ରଦେଶ ଗଠନ ହେବା ପର ଠାରୁ ସନ୍ତୁଳିତ ବିକାଶ, ପରିବେଶଗତ ସଂରକ୍ଷଣ ଏବଂ ସାଂସ୍କୃତିକ ଗର୍ବର ଏକ ଉଜ୍ଜଳ ଉଦାହରଣ ଭାବେ ଉଭା ହୋଇଛି ବୋଲି କହିଥିଲେ । ପର୍ଯ୍ୟଟନ, ଉଦ୍ୟାନ କୃଷି, ଶିକ୍ଷା ଏବଂ ପରିବେଶ ସଂରକ୍ଷଣରେ ଦେଶ ଗଠନରେ ହିମାଚଳ ପ୍ରଦେଶର ଭୂମିକା ପ୍ରକୃତରେ ପ୍ରଶଂସନୀୟ ।  ହିମାଚଳ ପ୍ରଦେଶର ଅନେକ ମୂଳ ବାସିନ୍ଦା ଏବେ ଓଡ଼ିଶାକୁ ନିଜର ଦ୍ୱିତୀୟ ଘର ବୋଲି କହୁଛନ୍ତି । ସେମାନଙ୍କର ଅଧ୍ୟୟନ, ବୃତ୍ତିଗତ କାର୍ଯ୍ୟ ଓଡିଶାର ବିକାଶରେ ଯୋଗଦାନ ଦେଇଛି ବୋଲି ରାଜ୍ୟପାଳ କହିଥିଲେ ।

ଏହି ସମାରୋହରେ ବକ୍ତା ଭାବେ ଯୋଗଦେଇ ଲବ୍‌ଧ ପ୍ରତିଷ୍ଠିତ କଥାକାର ପ୍ରଫେସର ଦାଶ୍ ବେନହୁର ଏବଂ ସୁନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ପଟ୍ଟନାୟକ ଓଡ଼ିଆ ନବ ବର୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନର ଆସିଷ୍ଟାଂଟ୍ ପ୍ରଫେସର ରାଜ କୁମାର ଓଡିଶା ସହିତ ହିମାଚଳ ପ୍ରଦେଶର ସଂପର୍କ, ନିଜ ରାଜ୍ୟର ବୈଶିଷ୍ଟ୍ୟ ଏବଂ ଓଡିଶାରେ ନିଜର ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଡିସିନାଲ ଡିସିପି ଶ୍ରୀମତୀ ଅମରିତ୍ ପାଲ୍ କୌର୍ ବୈଶାଖୀ ପାଳନର ବିଶେଷତ୍ଵ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଂଜ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତଥା ବିଭିନ୍ନ ଅନୁଷ୍ଠାନ ସୌଜନ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Categories
ଆଞ୍ଚଳିକ

ଖୋର୍ଦ୍ଧାରେ ଓଡିଆ ନବ ବର୍ଷ ପାଳିତ, ବିଭିନ୍ନ ପ୍ରତିଯୋଗୀତାରେ ଯେଉଁମାନେ ଜିତିଲେ ଦେଖନ୍ତୁ ତାଙ୍କ ତାଲିକା

ଖୋର୍ଦ୍ଧା: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା,ସମ୍ମାନନୀୟ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ସେନାପତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମଳେନ୍ଦୁ ନାୟକ ଯୋଗ ଦେଇଥିଲେ।

ସେହିପରି ଡେପୁଟି କଲେକ୍ଟର ଟି.ଟୁଲୀଆମା,ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ରଞ୍ଜନ ମହାନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ,ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି, ସହକାରୀ ଜିଲ୍ଲାପାଳ କ୍ରିଷ୍ଣା କୁମାର ଜେନା ଓ ଭୁବନେଶ୍ୱରୀ କଂହର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟାନ୍ୟ ଅଧିକାରୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ଅଙ୍ଗନବାଡି କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ ଏହାର ଆୟୋଜନ ସହ ପରିଚାଳନା କରିଥିଲେ।

ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଝୋଟି ଓ ଚିତା,ହୁଳୁହୁଳୀ, ମୁରୁଜ ଓ ପିଠା ପଣା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ନିମ୍ନ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା। ସେହିଭଳି ଏହି କାର୍ଯ୍ୟକ୍ରମରେ ପଣା ମଧ୍ୟ ବଣ୍ଟନ କରାଯାଇଥିଲା।

ପିଠା ପଣା ପ୍ରତିଯୋଗିତାର ଫଳାଫଳ –
ପ୍ରଥମ ସ୍ଥାନ -ଖୋର୍ଦ୍ଧା ପ୍ରକଳ୍ପ
ଦ୍ଵିତୀୟ ସ୍ଥାନ -ଜଟଣୀ ପ୍ରକଳ୍ପ
ତୃତୀୟ ସ୍ଥାନ -ବାଲିଅନ୍ତା ପ୍ରକଳ୍ପ

ଝୋଟି ଓ ଚିତା ପ୍ରତିଯୋଗିତା ଫଳାଫଳ
ପ୍ରଥମ ସ୍ଥାନ -ସୁଜାତା ରାଉତରାୟ -ଜଙ୍କିଆ
ଦ୍ଵିତୀୟ ସ୍ଥାନ -ଶିବାନୀ ବାରିକ -ବାଣପୁର
ତୃତୀୟ ସ୍ଥାନ -ପ୍ରିୟଦର୍ଶିନୀ ପ୍ରଧାନ -ଚିଲିକା

ମୁରୁଜ ପ୍ରତିଯୋଗିତା ଫଳାଫଳ –
ପ୍ରଥମ ସ୍ଥାନ -ଭା୍ନୁପ୍ରିୟା ବେହେରା -ବେଗୁନିଆ
ଦ୍ଵିତୀୟ ସ୍ଥାନ -ପୁଷ୍ପିତା ଭୋଳ -ଟାଙ୍ଗୀ
ତୃତୀୟ ସ୍ଥାନ -ଦେବଯାନୀ ଦାଶ -ଖୋର୍ଦ୍ଧା

ହୁଳୁହୁଳି ପ୍ରତିଯୋଗିତା ଫଳାଫଳ –
ପ୍ରଥମ ସ୍ଥାନ -ସାଗରିକା ଦାଶ -ଜଟଣୀ
ଦ୍ଵିତୀୟ ସ୍ଥାନ -ସୁଜାତା ଜେନା -ଭୁବନେଶ୍ୱର ଗ୍ରାମାଞ୍ଚଳ
ତୃତୀୟ ସ୍ଥାନ -ପ୍ରତିମା ଖଟୁଆ -ଜଟଣୀ ବ୍ଲକ

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।

ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ।

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ।

ଆଜି ବିଷୁବ ସଂକ୍ରାନ୍ତି ଦଣ୍ଡ ଠାକୁରଙ୍କ ଉଦଯାପନୀ ଦିବସ ଅବସରରେ ଭଗତାମାନେ ଆଜି ନିଆଁରେ ଚାଲିଥିଲେ। ପ୍ରଥମେ ଠାକୁର ପୁଷ୍କରିଣୀରେ ସ୍ନାନ କରିବା ପରେ ଏକ ଶୋଭାଯାତ୍ରାରେ ଠାକୁର ନାଚି ନାଚି କୋଠି ନିକଟକୁ ଆସିଥିଲେ। ତାପରେ ପୂଜା ପାଠ ପରେ ଦଣ୍ଡ ଠାକୁର ପ୍ରଥମେ ଝାମୁ ଗାଡ଼ ନିଆଁରେ ଚାଲିଥିଲେ। ତାପରେ ପାଟ ଭଗତା, ଅନ୍ୟ ଭଗତାମାନେ ଏବଂ ମାନସିକ ଧାରୀ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ। ଝାମୁ ଚଲା ସରିଲା ପରେ ରଣପୁର ବଡ଼ କୋଠି ଓ ସାନ କୋଠି ପାଟ ଭଗତାମାନେ ଦେହର କଣ୍ଟା ଫୋଡି ରଣପୁରର ବିଭିନ୍ନ ସାହି ସାହି ବୁଲିଥିଲେ। ଏହା ସହିତ ପୁରୁଣାବସନ୍ତ, ସାନଗଡ଼, କଙ୍କିଆ, ବରମୂଳ, ସରଙ୍ଗାଧରପୁର, ଲେମ୍ବୋଡ଼ି ଆଦି ବିଭିନ୍ନ ଠାରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ଖରା ହେତୁ ବିଭିନ୍ନ ଗ୍ରାମ ତଥା ଛକମାନଙ୍କରେ ସ୍ବେଛାସେବମାନେ ଦହି ପଣା, ଲେମ୍ବୁ ପଣା ବଣ୍ଟନ କରିଥିଲେ।

ସେହିପରି ରଣପୁର ମଣିନାଗ ପର୍ବତ ପାଦ ଦେଶରେ ଅବସ୍ଥିତ ଦୁର୍ଗ ମହାବୀରଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ଅଷ୍ଟଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞର ଗୋଧୂଳି ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯାଇଛି। ଏହି ଯଜ୍ଞ ଦେଖିବା ପାଇଁ ରଣପୁର ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କୁ ରାମ ଖେଚୁଡି ଓ କ୍ଷୀର ପ୍ରସାଦ ବଣ୍ଟନ କରାଯାଇଥିଲା। ଦୁର୍ଗ ମହାବୀର ଉନ୍ନୟନ କମିଟିର ସଦସ୍ୟମାନେ ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି