Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ।

ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ। ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି।

ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି।

ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କଲେ ଓଡ଼ିଶା କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ଏଚ୍‌ପିସିର ସାତ ଜଣ କ୍ରୀଡ଼ାବିତ୍ ଚମତ୍କାର ପ୍ରଦର୍ଶନ କରି ମୋଟ ସାତଟି ମେଡାଲ୍ ଜିତିଛନ୍ତି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ ପରଫରମାନ୍ସ ସେଂଟର୍‌ର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ୍‌ସ କହିଛନ୍ତି ଯେ, “ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ କ୍ରୀଡ଼ାବିତ୍‌ମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ତାଲିମ ସମୟରେ ସେମାନେ ନିଜ ଭିତରେ ଯଥା ସମ୍ଭବ ଉନ୍ନତି ଆଣିବାକୁ ଉଦ୍ୟମ କରିଥିଲେ ଯାହା ସେମାନେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି । ଆମର ସାତ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସମସ୍ତେ ବିଜେତା ଭାବେ ପୋଡିୟମ୍ ଦଖଲ କରି ପ୍ରତ୍ୟାବର୍ତନ କରିଛନ୍ତି ।’’

ନିକଟରେ ରାଂଚିରେ ଶେଷ ହୋଇଥିବା ସିନିୟର ଫେଡେରେସନ୍ କପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଜ୍ଞା ପ୍ରଶାନ୍ତୀ ସାହୁ ଏଠାରେ ୧୩.୬୩ ସେକେଣ୍ଡ୍ ସହ ୧୦୦ ମିଟର ବାଧାଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି । ଅଭିଷେକ ଦଳବେହେରା ୧୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନରେ ରହିବା ସହିତ ଚଳିତ ମାସରେ ଭୁବନେଶ୍ୱରରେ ହେବାକୁ ଥିବା ଆନ୍ତଃ-ରାଜ୍ୟ ଦୌଡ଼କୁଦ ଚାମ୍ପିଅନ୍‌ସିପ୍ ପାଇଁ ସେ ଯୋଗ୍ୟତା ସମୟ ମଧ୍ୟ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ।

କ୍ରୀଡ଼ାବିତ ପ୍ରଜ୍ଞା ସାହୁ କହିଛନ୍ତି ଯେ, “ସିନିୟର ଫେଡେରେସନ୍ କପ୍‌ରେ ମୋ ପ୍ରଦର୍ଶନ ପରେ ଏହି ବିଜୟ ମୋ ପାଇଁ ନିହାତି ଜରୁରୀ ଥିଲା, କାରଣ ସେଠାରେ ମୁଁ ଅଳ୍ପକେ ମେଡାଲ୍‌ରୁ ବଂଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲି। ଦ୍ରୁତ ଆରମ୍ଭ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ତାହାକୁ ହାସଲ କରିବାରେ ସଫଳ ହୋଇଥିବାରୁ ମୁଁ ବେଶ ସନ୍ତୁଷ୍ଟ। ଉଚ୍ଚ ପ୍ରଦର୍ଶନ ଜାରି ରଖିବା ଏବଂ ପରବର୍ତୀ ପ୍ରତିଯୋଗିତା ପାଇଁ ତାଲିମ ନେବା ଲାଗି ଏହି ସ୍ୱର୍ଣ୍ଣ ପଦକ ମୋତେ ଉତ୍ସାହିତ କରିବ। ଆମ ପ୍ରଶିକ୍ଷକଙ୍କ ମୋ ଉପରେ ବିଶ୍ୱାସ ରହିଛି ଏବଂ ନିରନ୍ତର ପ୍ରଦର୍ଶନ ଜାରି ରଖିବାକୁ ମୁଁ ସୁନିଶ୍ଚିତ କରିବାକୁ ଚାହୁଛି।’’

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ସଂସ୍କରଣରେ ସାରା ଦେଶର ଶ୍ରେଷ୍ଠ ୨୦୫ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦୦ କ୍ରୀଡ଼ାବିତ୍‌ଙ୍କୁ ୨୧ ପ୍ରକାର ବିଭିନ୍ନ କ୍ରୀଡ଼ାରେ ୨୭ଟି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ଦେଖିବାକୁ ମିଳିଥିଲା । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‌ପିସିର କ୍ରୀଡ଼ାବିତ୍‌ମାନେ ହେଉଛନ୍ତି:

ପ୍ରଜ୍ଞା ପ୍ରଶାନ୍ତୀ ସାହୁ ୧୩.୬୩ ସେକେଣ୍ଡ୍‌୍ ସହିତ ମହିଳା ୧୦୦ ମିଟର ବାଧାଦୌଡ଼ରେ ଜିତିଛନ୍ତି ସ୍ୱର୍ଣ୍ଣ

ସୁସ୍ମିତା ଟିଗା ୧୦:୪୨.୪୩ ସମୟ ସହିତ ମହିଳା ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଜିତିଛନ୍ତି ସ୍ୱର୍ଣ୍ଣ

ମନିଷା ମେରେଲ୍ ମହିଳା ଲମ୍ବ ଡିଆଁରେ ୬ ମିଟର ଡିଆଁ ସହିତ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ଲାଲୁ ପ୍ରସାଦ ଭୋଇ ଓ ଅଭିଷେକ ଦଳବେହେରାଙ୍କୁ ପୁରୁଷ ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ରୌପ୍ୟ (୧୦.୬୦) ଓ ବ୍ରୋଞ୍ଜ (୧୦.୭୨) ପଦକ

ସ୍ୱାଧୀନ ମାଝି ୨.୧୧ ମିଟର ଡିଆଁ ସହ ପୁରୁଷ ଉଚ୍ଚ ଡିଆଁରେ ଜିତିଛନ୍ତି ରୌପ୍ୟ

ମୌମିତା ମଣ୍ଡଳ ୫.୮୭ ମିଟର ଡେଇଁ ମହିଳା ଲମ୍ବ ଡିଆଁରେ ଜିତିଛନ୍ତି ରୌପ୍ୟ ପଦକ

ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର ଏକ ମିଳିତ ସହଯୋଗିତା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍‌ସ ହାଇ-ପରଫରମାନ୍ସ ସେଂଟର ଭାରତର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶ୍ୱ ସ୍ତରୀୟ ପ୍ରଶିକ୍ଷଣ, ଉପକରଣ, କ୍ରୀଡ଼ା ଔଷଧ ଓ ଥଇଥାନ ଭଳି ବ୍ୟାପକ ସହଯୋଗ ପ୍ରଦାନ କରୁଛି। ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ୫୦ରୁ ଅଧିକ କ୍ରୀଡ଼ାବିତ୍ ପ୍ରଶିକ୍ଷଣ ହାସଲ କରୁଥିବା ବେଳେ ଏହି କେନ୍ଦ୍ର ଶୁଭାରମ୍ଭ ହେବା ପରଠାରୁ ଚମତ୍କାର ଫଳାଫଳ ପ୍ରଦାନ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

୧୦ମ ଏସିଆନ୍‍ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ ରେ ଚମକିଲେ ଜ୍ୟୋତି ଏବଂ ରୋଜି

ଭୁବନେଶ୍ୱର: ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟରର ଜ୍ୟୋତି ୟାରାଜୀ ଏବଂ ରୋଜି ମୀନା କାଜାଖସ୍ତାନର ଆସ୍ତାନାଠାରେ ୨୦୨୩ ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୦ମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଦମ୍‍ଦାର ପ୍ରଦର୍ଶନ କରିବା ସହିତ ପଦକ ହାସଲ କରିଛନ୍ତି। ଏହି ଦୁଇ ବାଳିକା ଭାରତୀୟ କ୍ରୀଡାବିତ୍‍ ଦଳର ଅଂଶବିଶେଷ ଥିଲେ, ଯାହା ଗୋଟିଏ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ଆଦି ମୋଟ ୮ଟି ପଦକ ବିଜେତା ହୋଇଥିଲେ। ଏହି ପ୍ରତିଯୋଗିତାରେ ସଟ୍‍ପୁଟ, ପୋଲ ଭଲ୍ଟ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ୬୦ମିଟର ହର୍ଡଲ୍ସ, ୬୦ ମିଟର ସ୍ପ୍ରିଣ୍ଟ ଏବଂ ପେଣ୍ଟାଥଲନ ଆଦି ବିଭାଗ ରହିଥିଲା।

ଭାରତୀୟ ଆଥଲେଟିକ୍ସ ଦଳରେ ଓଡ଼ିଶା ରିଲାଏନ୍ସ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟରର ଛଅଜଣ ପ୍ରତିଯୋଗୀ ଯଥା: ଜ୍ୟୋତି ୟାରାଗୀ, ରୋଜି ମୀନା, ଅମ୍ଳାନ ବୋରଗୋହେନ୍‍, ଏଲାକ୍କିୟା ଦାସନ, ସପ୍ନା କୁମାରୀ ଏବଂ ତେଜସ ଶିର୍ଷେ ପ୍ରମୁଖ ସାମିଲ ହୋଇଥିଲେ।

ଜ୍ୟୋତି କ୍ରମାଗତ ଭାବରେ ନୂଆ ରେକର୍ଡ ସ୍ଥାପନ କରିବା ସହିତ ପୂର୍ବ ରେକର୍ଡ ଭାଙ୍ଗି ଚାଲିଛନ୍ତି ଏବଂ ୬୦ ମିଟର ହର୍ଡଲ୍ସରେ ସେ ତାଙ୍କର ସର୍ବୋତ୍ତମ ସମୟ ୮.୧୩ ସେକେଣ୍ଡ ସହିତ ଏକ ରୌପ୍ୟ ପଦକ ହାସଲ କରିଥିଲେ। ଏହା ତାଙ୍କର ପଞ୍ଚମ ଜାତୀୟ ଇନ୍‍ଡୋର ରେକର୍ଡ ହୋଇଥିବାବେଳେ ହିଟ୍‍ରେ ସେ ତାଙ୍କ ନିଜର ପୂର୍ବ ରେକର୍ଡ ୮.୧୬ ସେକେଣ୍ଡକୁ ଭାଙ୍ଗିଥିଲେ।

ପୋଲ୍‍ ଭଲ୍ଟରେ ରୋଜି ମୀନା ୩.୯୦ ମିଟର ଲିପ୍‍ ସହିତ କାଂସ୍ୟ ପଦକ ବିଜେତା ହୋଇଥିଲେ।

୬୦ ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ଅମ୍ଳାନ ବୋରଗୋହେନ୍‍ ଏବଂ ଏଲାକ୍କିୟା ଦାସନ ସେମିଫାଇନାଲ ଦୌଡରେ ଯଥାକ୍ରମେ ୬.୮୫ ସେକେଣ୍ଡ ଏବଂ ୬.୭୭ ସେକେଣ୍ଡ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିପାରିନଥିଲେ। ୬୦ମିଟର ହର୍ଡଲ୍ସରେ ସପ୍ନା କୁମାରୀ ଏବଂ ତେଜସ ଶିର୍ଷେ ହିଟ୍‍ସ୍‍ରେ ଯଥାକ୍ରମେ ୮.୬୧ ସେକେଣ୍ଡ ଏବଂ ୭.୯୪ ସେକେଣ୍ଡ ସହିତ ଯଥାକ୍ରମେ ଦଶମ ଏବଂ ନବମ ସ୍ଥାନ ହାସଲ କରିଥିଲେ।

ଜ୍ୟୋତିଙ୍କ ରେକର୍ଡ ରନ୍‍ ଜାରି ରହିଛି ଏବଂ ଦଶମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନ୍‍ସିପ ପୂର୍ବରୁ ଜ୍ୟୋତି ୟାରାଜୀ ୱର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‍ ସର୍କିଟର ତିନିଟି ଇନ୍‍ଡୋର ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଇନ୍‍ଡୋର ପ୍ରତିଯୋଗିତାରେ ତାଙ୍କର ପ୍ରଥମ ପ୍ରବେଶରେ ପ୍ରଥମ ଦୌଡରେ ଜ୍ୟୋତି ଜାତୀୟ ରେକର୍ଡ (୨୦୧୬ରେ ସ୍ଥାପିତ ୮.୩୦ ସେକେଣ୍ଡ) ଭଙ୍ଗ କରିବା ସହିତ ୮.୨୦ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ ଏବଂ ଏହି ପ୍ରକ୍ରିୟାରେ ସେ ତିନିଥର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ତାହାପୂର୍ବରୁ ୧୦ମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନ୍‍ସିପରେ ସେ ୮.୧୩ ସେକେଣ୍ଡରେ ଦୂରତା ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲେ।

ଜେମ୍ସ ହିଲିଅର୍‍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି, “ଭାରତ ଏଭଳି ଚମତ୍କାର ପ୍ରଦର୍ଶନ କରିବା ଦେଖି ଅତ୍ୟନ୍ତ ଆନନ୍ଦ ଲାଗୁଛି। ମୁଁ ବିଶେଷ ଭାବରେ ଆମର ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ ସେଣ୍ଟର ଆଥଲେଟମାନଙ୍କ ପାଇଁ ଗର୍ବିତ ଅନୁଭବ କରୁଛି, ଯେଉଁମାନେ ଏସୀୟ ଇନ୍‍ଡୋର ଆଥଲେଟିକସ ଚମ୍ପିଆନସିପ୍‍ ୨୦୨୩ରେ ଚମତ୍କାର ପ୍ରଦର୍ଶନ ସହିତ ପଦକ ବିଜେତା ହୋଇପାରିଥିଲେ। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ଆମେ ଆମର ଆଥଲେଟମାନଙ୍କ ସହିତ ନିୟୋଜିତ ହୋଇ ରହିଛୁ ଏବଂ ସେମାନଙ୍କୁ ସର୍ବୋତ୍ତମ ସମ୍ବଳ ଏବଂ ସମର୍ଥନ ଯୋଗାଇଦେଉଛୁ। ଭାରତର ଆଥଲେଟିକ ପ୍ରତିଭାମାନଙ୍କୁ ସମର୍ଥନ କରିବା ଦିଗରେ ସେଣ୍ଟର ରଖିଥିବା ଲକ୍ଷ୍ୟ ଏହାର ଆଥଲେଟମାନଙ୍କ ଦ୍ୱାରା ଅଗଣିତ ଆନ୍ତର୍ଜାତିକ ଏବଂ ଜାତୀୟସ୍ତରର ପ୍ରତିଯୋଗିତାରେ ପଦକ ହାସଲ ସହିତ ସାକାର ହୋଇପାରିଛି।”

ଭିନିଲ କ୍ରିଷ୍ଣା, କମିଶନର ତଥା ଶାସନ ସଚିବ, କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର କହିଥିଲେ, “ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ-ପରଫରମାନ୍ସ ସେଣ୍ଟର ଆଥଲେଟମାନେ ଦଶମ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଅଂଶଗ୍ରହଣ କରିବା ନେଇ ଆମେ ଗର୍ବ ଅନୁଭବ କରୁଛୁ। ମୋର ବିଶ୍ୱାସ ଯେ ସେମାନଙ୍କର ପ୍ରଦର୍ଶନ ଏକ ପ୍ରଭାବ ସୃଷ୍ଟିକରିବ ଏବଂ ଅନ୍ୟ ଆଥଲେଟମାନଙ୍କୁ ଆଶା ପୋଷଣ କରିବା ଏବଂ କଠିନ ତାଲିମ ନେବା ଦିଗରେ ପ୍ରେରଣା ଯୋଗାଇବ। ଆଥଲେଟମାନଙ୍କୁ ସେମାନଙ୍କର ଆଗକୁ ଥିବା ପ୍ରତିଯୋଗିତାଗୁଡିକ ନିମନ୍ତେ ମୁଁ ଶୁଭେଚ୍ଛା ଜଣାଉଛି।”

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକସ ହାଇ-ପରଫରମାନ୍ସ ସେଣ୍ଟର ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ଏକ ସମ୍ମଳିତ ପ୍ରୟାସ ହୋଇଛି ଯାହା ଭାରତ ଏବଂ ଓଡ଼ିଶାର ଆଥଲେଟମାନଙ୍କୁ ସର୍ବୋତ୍ତ ସ୍ତରର ପ୍ରଦର୍ଶନ କରିବା ନିମନ୍ତେ ସର୍ବୋତ୍ତମ ଭିତ୍ତିଭୂମି, କୋଚିଂ ଟିମ୍‍ ଏବଂ ଉପକରଣ, ସ୍ପୋର୍ଟସ୍‍ ମେଡିସିନ ଏବଂ ପୁନର୍ବାସକାରୀ ସମର୍ଥନର ସୁଯୋଗ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ୨୦୧୯ଠାରୁ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚପିସି ୫୦ରୁ ଅଧିକ ଆଥଲେଟଙ୍କୁ ବିଭିନ୍ନ ଆଥଲେଟିକ୍ସ ଶୃଙ୍ଖଳାରେ ତାଲିମ ପ୍ରଦାନ କରିସାରିଛି ଏବଂ ଏହା ଆନ୍ତର୍ଜାତିକ ସ୍ତରରେ ୧୪ଟି ଓ ଜାତୀୟ ସ୍ତରରେ ୭୧ ପଦକ ହାସଲ କରିସାରିଛି।