Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା: ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ୍ଵ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି। ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୯୭ଟି ଆଇଡିଆ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଯାତ୍ରା ଦ୍ୱାରା ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ସୋନପୁର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୦ରୁ ଉର୍ଦ୍ଧ୍ବ  କଲେଜ୍ ଏବଂ ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୧,୦୦୦ ରୁ ଅଧିକ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଶନିବାର ଯାତ୍ରାର ୩୪ତମ ଦିବସ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କଟକ, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି(ଖୋର୍ଦ୍ଧା) ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ନୟାଗଡ଼)ରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ପକ୍ଷରୁ ଆଗାମୀ ଦିନରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ନୟାଗଡ଼ର +୨ କଲେଜ ଓ କୋରାପୁଟର ମାଲୁଶାନ୍ତ ସରକାରୀ ହାଇସ୍କୁଲରେ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୬ ତାରିଖ (ସୋମବାର) ୩ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରି ବୁଟକ୍ୟାମ୍ପ ଓ ଭ୍ୟାନ କ୍ୟମ୍ପେନ ମାଧ୍ୟମରେ ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ ଏବଂ ସମ୍ବଲପୁର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଗସ୍ତ କରି ୩୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୬୩ଟି ଆଇଡିଆ ସଂଗ୍ରହ କରିଛି।

ଗୁରୁବାର ଷ୍ଟାର୍ଟଅପ୍ ଯାତ୍ରା ଭ୍ୟାନ୍ ସମ୍ବଲପୁର ଜିଲ୍ଲାର ସରକାରୀ ଆଇଟିଆଇ (ହୀରାକୁଦ), ସରକାରୀ ଆଇଟିଆଇ (ରସନପୁର) ଓ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ, ଷ୍ଟାର୍ଟଅପ ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ସରକାରୀ ଆଇଟିଆଇ, ସରକାରୀ ପଲିଟେକ୍ନିକ୍ ଏବଂ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିଦର୍ଶନ କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୫ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୨୯୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଅକ୍ଟୋବର ୧୩ (ଶୁକ୍ରବାର) ଦିନ ବାଲେଶ୍ୱର, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାର କେଭି ବାଲେଶ୍ୱର, ବାଲେଶ୍ୱର ଜିଲା ସ୍କୁଲ, ଫକୀର ମୋହନ କଲେଜ, କେକେଏସ୍ ମହିଳା ମହାବିଦ୍ୟାଳୟ ପରିକ୍ରମା କରିବ। ଏହି ଭ୍ୟାନ୍ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିବ। ଏହି ଭ୍ୟାନ୍ ନୟାଗଡ଼ ଜିଲ୍ଲାର ୟୁନିଟେକ୍ ଡିଗ୍ରୀ କଲେଜ, ବଂଶୀଧର ମହାବିଦ୍ୟାଳୟ, ଡିଭାଇନ୍ ଡିଗ୍ରୀ କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, ଗଞ୍ଜାମ ଜିଲ୍ଲାର ବେଦବ୍ୟାଶ ଆବାସିକ ଡିଗ୍ରୀ କଲେଜ ଓ ଶଶୀଭୂଷଣ ରଥ ସରକାରୀ (ସ୍ୱୟଂଶାସିତ) ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ୫ ଦିନରେ ସଂଗ୍ରହ କଲା ୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ 

ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା  ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଗତକାଲି କଟକର ୮ଟି କଲେଜ ଏବଂ ୨ଟି ସ୍କୁଲରେ ପହଁଚି ୭୨ଟି ଆଇଡିଆ ସଂଗ୍ରହ କରିଛନ୍ତି, ଯେଉଁଥିରେ ୮୫୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉଭୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ପହଂଚିବା ସହ ଯୁବ ବିଦ୍ୟାର୍ଥୀ ମାନଙ୍କୁ ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ପାଇଁ ଲକ୍ଷ୍ୟ ରଖିଛି।

ଆଜି ଏହି ଯାତ୍ରା ଏବଂ ଏକ୍ସପ୍ରେସ କଟକ ଜିଲ୍ଲାର ଯାଇଥିବା ୮ଟି କଲେଜ୍ ଏବଂ ୨ଟି ବିଦ୍ୟାଳୟ ମଧ୍ୟରେ ଅଜୟ ବିନୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏବିଆଇଟି), ରେଭେନସା ୟୁନିଭର୍ସିଟି, ଶୈଳବାଳା ମହିଳା ମହାବିଦ୍ୟାଳୟ, ଉଦୟନାଥ ଅଟୋନମସ୍ କଲେଜ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସରକାରୀ ଆଇଟିଆଇ କଟକ, ଡ୍ରିମସ୍ କଲେଜ୍‌, ଗଣପତି ଇନଷ୍ଟିଚ୍ୟୁଟ ଅଫ୍ ଇଅଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ପଲିଟେକନିକ୍‌) ଏବଂ ମଧୂସୁଧନ ଆଇନ ମହାବିଦ୍ୟାଳୟ। ଯେତେବେଳେକି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ କେମ୍ବ୍ରିଜ୍ ସ୍କୁଲ୍ ଏବଂ ବିଡ଼ାନାସୀ ମ୍ୟୁନିସିପାଲିଟି ହାଇସ୍କୁଲ୍ ଯାତ୍ରା କରିବ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୨୩ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୪୭ଟି କଲେଜ୍ ଏବଂ ୧୨ଟି ବିଦ୍ୟାଳୟ ଭ୍ରମଣ କରିସାରିଥିବାବେଳେ ଏଥିରେ ୫୬୧୮ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ  ୫୪୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।