Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଅଡିଓ ଲୋକାର୍ପିତ

ନୂଆଦିଲ୍ଲୀ: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛି ନିଜର ଚଳଚ୍ଚିତ୍ର ମାଧ୍ୟମରେ। ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ ସାର୍ଥକ। ଆସନ୍ତା ୨୨ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ରିଲିଜ୍ ହେବ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟ ରେ। ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟ ମୁକ୍ତିଲାଭ ପରେ ଦର୍ଶକ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ପ୍ରତିଶୋଧ’ ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ତାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର, ପିୟୁଷ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ, ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ବବି ଇସ୍ଲାମ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍, ଗଣେଶ ପୂଜାରେ ମୁକ୍ତିଲାଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଡି. ଏନ୍. ରେଗାଲିଆ ମଲ୍ ଠାରେ ବହୁ ପ୍ରତିକ୍ଷୀତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଗୀତ ରିଲିଜ୍ ହୋଇଯାଇଛି। ସେଇ ଅବସରରେ ମଲ୍ ରେ ବହୁ ସିନେ ପ୍ରେମୀ ଉପସ୍ଥିତ ଥିଲେ। ତା ସହିତ ସିନେମା ର ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା, ସହ- ପ୍ରଯୋଜକ ସଞ୍ଜୟ କୁମାର ପଟେଲ, ନାୟକ ସ୍ୱରାଜ, ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ନାଭ୍ୟା, ଅଭିନେତା ଡିସ୍କୋ ରେଡ୍ଡୀ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏବଂ ଏସ ଏସ କେବୁଲ ର ମୁଖ୍ୟ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆର.ଜେ ଗୁଡ୍ଡୀ ଏବଂ କମେଡିଆନ ପୁଷ୍ପକ ଙ୍କ ଯୁଗଳବନ୍ଦୀ ରେ ଗୀତ ରିଲିଜ୍ ପର୍ବ ବେଶ ସୁନ୍ଦର ଭାବରେ ସଂଯୋଜନା ହୋଇଥିଲା।

ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟ ର ଆକ୍ସନ ଫିଲ୍ମର ଟ୍ରେଲର ଆଗରୁ ଦେଖି ଯେତିକି ଉତ୍ସାହିତ ହେଇଥିଲେ ଦର୍ଶକ ଗୀତ ରିଲିଜ୍ ଉତ୍ସବ ରେ ମଧ୍ୟ ବେଶ ଉତ୍ସାହିତ ଥିଲେ। ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀ ରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକ ଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ଡି ଏନ୍ ରେଗାଲିଆ ମଲ୍ ରେ ପ୍ରଥା ଚଳଚ୍ଚିତ୍ର ର ଗୀତ ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ର ର ନିର୍ମାଣ ଶୈଳୀ କେତେ ଉଚ୍ଚ କୋଟିର ଉପସ୍ଥିତ ଦର୍ଶକ ମାନେ ନିଜ ନିଜ ବକ୍ତବ୍ୟ ରେ ବଖାଣି ଥିଲେ। ଶିଶୁ କଳାକାର ରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲ ଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକ ଙ୍କୁ, ହେଲେ ମୁମ୍ବାଇ ର ଅଭିନେତ୍ରୀ ସିମ୍ରନ୍ କୌର ଙ୍କ ଉପରେ ଦର୍ଶକ ଙ୍କ ନଜର ଜୋର ଥିଲା। ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲ ରେ ଗୁଣୁଗୁଣୁ ଶୁଭୁଥିଲା।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି। ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।  ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକ ଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଜାତୀୟ ପୁରସ୍କାର ପାଇଲା ପରେ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ଵର: ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”। ଏତେବଡ ଖୁସି ଖବର ପାଇଲା ପରେ ପ୍ରତୀକ୍ଷା ଟିମ୍ କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକଙ୍କ ସହିତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ଦିପନ୍ୱିତ ଦାସ ମହାପାତ୍ର ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

ପ୍ରତୀକ୍ଷା ଏକ ମୌଳିକ ମଧ୍ୟବିତ୍ତ ଓଡ଼ିଆ ପରିବାର ର କାହାଣୀ କୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଦ୍ୱାରା ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ପ୍ରତୀକ୍ଷା”। ଯାହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଥିଲେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ। ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଗୌରହରୀ ଦାସ ଙ୍କ କ୍ଷୁଦ୍ର ଗଳ୍ପ ବାପା କୁ ଖୁବ ସୁନ୍ଦର ଭାବେ ଏକ ପାରିବାରିକ ଚିତ୍ରନାଟ୍ୟ ର ରୂପ ଦେଇ ଦେଶ ବିଦେଶ ରେ ବେଶ ପ୍ରଶଂସା ସାଉଁଟିବା ସହିତ ଅନେକ ପୁରସ୍କୃତ ହୋଇଛି ଚଳଚ୍ଚିତ୍ର ପ୍ରତୀକ୍ଷା। ଖୁବ ସୁନ୍ଦର ସଂଳାପ ଲେଖି ଯିଏ ଦର୍ଶକ ଙ୍କ ଆଖି ଛଳ ଛଳ କରିଥିଲେ ସେ ଯୁବ ତଥା ନବାଗତ ସଂଳାପକାର ରୋଶନ ବିଶୋୟୀ, ଚିତ୍ରତ୍ତୋଲନ କରିଥିଲେ ଯୁବ ଦୀପକ କୁମାର।

ସଙ୍ଗୀ ରେ ଗୀତ ଗୁଡିକୁ ସଜେଇଥିଲେ ନବାଗତ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ ଏବଂ ବିଭାଷ ରଥ। ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର ଏବଂ ବର୍ଷା ପଟ୍ଟନାୟକ ଙ୍କ ବଳିଷ୍ଠ ଅଭିନୟ ରେ ଦର୍ଶକ ବାନ୍ଧି ହୋଇଥିଲେ।  ଦୀର୍ଘ ବର୍ଷ ପରେ ପ୍ରତୀକ୍ଷା ଚଳଚ୍ଚିତ୍ର ଜରିଆରେ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ ଦର୍ଶକ।  ତେବେ ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲ ରେ ପ୍ରତୀକ୍ଷା ପୁରସ୍କୃତ ହୋଇଥିବା ଖବର ନିଶ୍ଚିତ ଭାବେ ଓଡ଼ିଆ ଙ୍କ ପାଇଁ ଗର୍ବ ର ବିଷୟ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି। ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ।

ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ସିନେପଲିସ ପ୍ରେକ୍ଷାଳୟରେ ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ କେତେ ଉଚ୍ଚରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ଥିଲେ।

ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା।

ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା।  ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ: ପ୍ରଥମ ଥର ପାଇଁ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି।

ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ କଞ୍ଚା ‘ଲଙ୍କା ସିନେମା ହଲ୍’ ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ। କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ। ଏଥିରୁ ଅର୍ଜିତ ଆୟ (ଟିକସ,ଗେଟୱେ ଚାର୍ଜ ଓ ପ୍ଲେ ଷ୍ଟୋର୍ ଚାର୍ଜକୁ ବାଦ ଦେଲା ପରେ) ରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ। ସମସ୍ତ ବ୍ୟବସାୟ ସ୍ବଚ୍ଛ ଢଙ୍ଗରେ ହେବ ଓ ନିର୍ମାତା ୩ ଦିନ ଭିତରେ ନିଜ ଆୟ ନେଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଜଣାଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି। ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଶା, ଦେଶ ତଥା ବିଦେଶରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିବ ଏବଂ ସିଧାସଳଖ ଦର୍ଶକଙ୍କ ଠାରୁ ଫିଲ୍ମ ନିର୍ମାତା ମାନେ ଅଧିକ ଆଯ ଉପାର୍ଜନ କରି ପାରିବେ। ପାରମ୍ପରିକ ବିତରଣ ମଡେଲଗୁଡିକର ଅସୁବିଧା ତଥା ଥିଏଟର୍ ର ଅଭାବ ଟି.ଭି.ଓ.ଡ଼ି. ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି।

‘କଞ୍ଚା ଲଙ୍କା’ ଓଟିଟି ପ୍ଲାଟଫର୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଏହି ଡିଜିଟାଲ ମିଶନ୍ ରେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରକୁ ଅଗଣିତ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ କରିଛନ୍ତି। ସାରା ଭାରତ ତଥା ଦେଶ ବିଦେଶରେ ଥିବା ଓଡ଼ିଆ ଦର୍ଶକ ଏବଂ ରୋଜଗାରକୁ ବଢାଇବା ପାଇଁ ଏହା ଏକ ସୁଯୋଗ।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍(ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ। ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ। ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ।

ଫିଲ୍ମ ରିଲିଜ୍ ସମୟରେ ଏହି ସର୍ଭିସ ପାଇଁ ଓଡ଼ିଶାର ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଏହି ବ୍ୟବସାୟ ମଡେଲ ବିଷୟରେ ଆଲୋଚନା କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଅନେକ ଚଳଚ୍ଚିତ୍ର ନିର୍ମାତା ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ନିଜ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ରାଜି ହୋଇଛନ୍ତି।

ଦର୍ଶକଙ୍କ ମତାମତ ନେଇ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସମ୍ପୂର୍ଣ୍ଣ ରୂପେ ଯାନ୍ତ୍ରିକ ତ୍ରୁଟିମୁକ୍ତ କରାଯାଇଛି ଏବଂ ‘ଟି’ ଚଳଚ୍ଚିତ୍ରକୁ ୧୧ ଅଗଷ୍ଟ ୨୦୨୩ ଠାରୁ ପୁନଃ ପ୍ରସାରଣ କରାଯାଇଛି। କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଜିତେଶ କୁମାର ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ମୁକ୍ତିଲାଭ କରିଛି। ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ। ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହି କାହାଣୀ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର୍ କ୍ୟାବ୍ ଡ୍ରାଇଭର୍ ଶ୍ରୀମତୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ।

ଏହା ଉପରେ ଅଧିକ ସୂଚନା ଦେଇ ‘ଟି’ ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’।

ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଆଉ ଏକ ଚଳଚ୍ଚିତ୍ର ‘ଡେଲିଭରି ବଏ’ ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ରିଲିଜ୍ ହେବାକୁ ଯାଉଛି। ଏହା ଜ୍ୟୋତିରଞ୍ଜନ ମହାନ୍ତିଙ୍କ ଦ୍ବାରା ପ୍ରଯୋଜିତ ଓ ଅଶ୍ଵିନୀ ତ୍ରିପାଠୀଙ୍କ ଦ୍ବାରା ନିର୍ଦ୍ଦେଶିତ। ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର ଓ ସୁର୍ୟମୟୀଙ୍କ ଦ୍ବାରା ନିଖୁଣ ଭାବେ ଉପସ୍ଥାପନା କରାଯାଇଥିବା ଏହି ଚଳଚ୍ଚିତ୍ର ଜଣେ ତରୁଣ ଯିଏ ନିଜ ପେଟ ପାଟଣା ପାଇଁ ଓ ଆମ ଜୀବନ ଶୈଳୀକୁ ଆଉ ଟିକେ ସହଜ କରିବା ପାଇଁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଥାଏ ତାହା ଉପରେ ଆଧାରିତ। ଓଡ଼ିଶା ସରକାରଙ୍କ ଠାରୁ ପ୍ରଶଂସା ପାଇଥିବା ଏହି ଚଳଚ୍ଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାରେ ସମ୍ପୂର୍ଣ ଟିକସ ମୁକ୍ତ। ଯାହା ଦ୍ବାରା ସଡ଼କ ଦୁର୍ଘଟଣା ଏବଂ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ନେଇ ସଚେତନତା ସୃଷ୍ଟି କରିବ।

ଖୁବ୍ ଶୀଘ୍ର ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ‘ଡେଲିଭରି ବଏ’ ଚଳଚ୍ଚିତ୍ରର ରିଲିଜ୍ ହେବାକୁ ନେଇ ମୁଁ ବହୁତ ଖୁସି ଏବଂ ଏହା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି। ସମାଜର ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଚେଷ୍ଟିତ ଏବଂ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛୁ।

Categories
ଆଜିର ଖବର

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ଵର: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ପୋଷ୍ଟର ଲୋକାର୍ପଣ ଓ କଳାକାର ନାମ ଘୋଷଣା ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ଭବାନୀ ମଣ୍ଡପ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ପୋଷ୍ଟର ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ଅମର ମହାପାତ୍ର, ଅଭିନେତା ଶ୍ରେୟାନ୍, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ଅଭିନେତ୍ରୀ ଭୂମିକା ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲିର ଟ୍ରେଣ୍ଡୀ ସଙ୍ଗୀତକାର ବୈଦ୍ୟନାଥ ଦାଶ। ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀ ର ଡିଓପି ପ୍ରଶାନ୍ତନୁ ମହାପାତ୍ର।

ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି। ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି।

ପ୍ରଚାର ପ୍ରସାର ଦାୟିତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି। ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ହେବ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

ଭୁବନେଶ୍ଵର: ସମରେଶ ରାଉତରାୟଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ନିୟତି” ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାର ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ – ଅକ୍ଷୟ କୁମାର ନାୟକ, ସମ୍ପାଦନା – କେଡ଼ି ସିପୁନ, ଡି.ଆଇ – ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ ରେ ଜେନା ବ୍ରଦର୍ସ ରହିଛନ୍ତି। ଚଳଚ୍ଚିତ୍ର “ନିୟତି” ର ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଏବଂ ଆଗଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି। ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି। ଅନୁରାଗ ପଟ୍ଟନାୟକ ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ତଥା ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ, ଗୀତ୍ , ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନଃରୁଦ୍ଧାର ହୋଇଥିବା ବେଳେ ଚଳଚ୍ଚିତ୍ର ନିୟତି ର କାହାଣୀ ଓଡ଼ିଆ ଦର୍ଶକ ଙ୍କୁ ଏକ ଭିନ୍ନ ସ୍ୱାଦ ଦେବ। ଚଳଚ୍ଚିତ୍ରର ଶୀର୍ଷକରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି। ଚଳଚ୍ଚିତ୍ର “ନିୟତି” କୁ ଓଡିଆ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’: ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ

ଭୁବନେଶ୍ଵର: ଜୁନ୍ ୨୯ ତାରିଖରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ଆସୁଛି। ପ୍ରଥମଥର ପାଇଁ ଅମ୍ଳାନ ଓ ଏଲିନା ପରଦାକୁ ଏକାଠି ଆସୁଛନ୍ତି। ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ। ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ।

ଜୁନ ୧୯ ତାରିଖରେ ଭୁବନେଶ୍ବରସ୍ଥିତ ହୋଟେଲ୍‌ ଶୀତଲ୍ ଠାରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଥିଲା। ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଥିଲେ”। ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦୈଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରେମ ହେଇଯାଏ। କେଉଁଠି, କେମିତି, କେତେବେଳେ..। ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ। ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ। ଏମିତି କାହିଁକି ହେଲା, କେମିତି ହେଲା? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା? ନିଆରା ପ୍ରେମ କାହାଣୀର, ନିଛକ ଛବି। ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର। ଜାହାର ଶୀର୍ଷକ ରହିଛି ‘ପ୍ରିୟେ ତୁମୋ ସିଏ’।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ। ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା। ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ। ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିବ ଦର୍ଶକଙ୍କୁ ଜୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ। ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ। ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା ଓ ଆଜି ମୁକ୍ତିଲାଭ କରୁଥିବା ଏହି ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୁନ୍ ୨୯ ରେ ‘ପ୍ରିୟେ ତୁ ମୋ ସିଏ’: ପ୍ରଥମଥର ଏକାଠି ଆସୁଛନ୍ତି ଅମ୍ଳାନ-ଏଲିନା

ଭୁବନେଶ୍ଵର: ଜୁନ୍ ୨୯ ତାରିଖରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ଆସୁଛି। ପ୍ରଥମଥର ପାଇଁ ଅମ୍ଳାନ ଓ ଏଲିନା ପରଦାକୁ ଏକାଠି ଆସୁଛନ୍ତି। ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ। ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ।

ଆଜି ଭୁବନେଶ୍ବରସ୍ଥିତ ହୋଟେଲ୍‌ ଶୀତଲ୍ ଠାରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଛି। ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ, “ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ଫିଲ୍ମ”। ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦୈଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରେମ ହେଇଯାଏ। କେଉଁଠି, କେମିତି, କେତେବେଳେ..। ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ। ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ। ଏମିତି କାହିଁକି ହେଲା, କେମିତି ହେଲା? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା? ନିଆରା ପ୍ରେମ କାହାଣୀର, ନିଛକ ଛବି। ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ। ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର। ଜାହାର ଶୀର୍ଷକ ରହିଛି ‘ପ୍ରିୟେ ତୁମୋ ସିଏ’।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ। ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା। ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ। ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିବ ଦର୍ଶକଙ୍କୁ ଜୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ। ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା ଓ ଜୁନ୍ ୨୯ରେ ଆସୁଥିବା ଏହି ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ। ଭୁବନେଶ୍ୱରସ୍ଥିତ ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର “ଟ୍ୱିନ୍ସ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ,ଜୀସାର୍ଥକ ମାର୍କେଟିଙ୍ଗ ହେଡ୍ ଶ୍ରାବନ୍ତୀ ରୟ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟ୍ୱିନ୍ସ ରେ ଦର୍ଶକ ଦେଖିବେ ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି।

ଟ୍ଵିନ୍ସ ଅର୍ଥାତ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ। ପାରମ୍ପରିକ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ମଜାଦାର। ଜଣେ ଭଉଣୀ ସାଧାରଣ ଗୃହିଣୀ ହୋଇଥିବା ବେଳେ ଆଉ ଜଣେ ଭଉଣୀ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ। ନିର୍ଦ୍ଦେଶକ ରାଶେଷ ମହାନ୍ତି ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’। ଚଳଚ୍ଚିତ୍ର ରେ ଚୁଲବୁଲି ନାୟିକା ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶ ଙ୍କ ସମେତ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ନଜର ଆସିବେ।
ଏସ୍‌ପିପି ପ୍ରଡକ୍ସନ ବ୍ୟାନର ନିର୍ମିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’।

ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ଷ୍ଟାଇଲିସ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ସ୍ଵର ଦେଇଛନ୍ତି ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣୀ। ଫିଲ୍ମର ‘ଆଇ ଲଭ୍ ୟୁ ପ୍ରିୟା…’ ଗୀତ ଟି ସ୍ୱୟଂ ପାଢ଼ୀ ଏବଂ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ‘ସଣ୍ଡେ ଫଣ୍ଡେ’.. ଗୀତ ଟି ଅର୍ପିତା ଚୌଧୁରୀ ସୋଲୋ ଗାଇଛନ୍ତି। ଏହା ସହିତ ଚଳଚ୍ଚିତ୍ରରେ ଏକ ଫ୍ୟାମିଲି ଗୀତ ରହିଛି ଯାହାକୁ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ଲିପ୍ସା ମହାପାତ୍ର ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ଗାଇଛନ୍ତି। ସମସ୍ତ ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଦାବି କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସମସ୍ତ ଲେଖିଛନ୍ତି ଗୀତିକାର ସୂର୍ଯ୍ୟ ମହାପାତ୍ର। ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ସାତ୍ୟକି କୁଣ୍ଡୁ।

ଆଭା ଓ ଆରତୀ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀକୁ ନେଇ ତିଆରି ହୋଇଛି ‘ଟ୍ଵିନ୍ସ’। ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଭା ଜଣେ ସଂସାର ରୂପୀ ସମୁଦ୍ର ଭିତରେ ଉବୁଟୁବୁ ହେଉଥିବା ବେଳେ ଆରତୀ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଜଣେ ପ୍ରୋଜେକ୍ଟ ମ୍ଯାନେଜର। ଆଭା ନିଜ ପୁଅ ପାଠପଢା ପାଇଁ ଚିନ୍ତିତ ଥିଲା ବେଳେ ଆରତୀ ଚିନ୍ତିତ ହୋଇଛି ନିଜର ଏକ ସଂସାର କରିବା ପାଇଁ। ସମୟ କାଳକ୍ରମେ ଦୁଇ ଭଉଣୀ ଭେଟ ହୋଇଛନ୍ତି କିନ୍ତୁ ଆଗକୁ ଦୁଇ ଭଉଣୀ କଣ ନିଜ ନିଜର ସ୍ବପ୍ନ ପୂରଣ କରିପାରୁଛନ୍ତି ? କଣ ଘଟୁଛି ଦୁଇ ଭଉଣୀଙ୍କ ମଧ୍ୟରେ ? କଣ କେହି କାହାର ସାହାଯ୍ୟ ନେଉଛନ୍ତି ନା କିଛି ଅସୁବିଧା ଘଟୁଛି ସେମାନଙ୍କ ସହ ? ଏମିତି ବହୁତ କିଛି ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ “ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ବହୁତ ସୁନ୍ଦର ଭାବରେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ମୋର ଯଥେଷ୍ଟ ଭରସା ଅଛି”।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’

ଭୁବନେଶ୍ଵର: ଓଡିଶାର ତିରିଶିଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଶଳା ବୁଢାର ବଦଲା”। ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେମା ହଲ୍ ରେ ଏହାର ପ୍ରିମିଅର ଶୋ’ ହୋଇଥିଲା।

ଏହି ପ୍ରିମିଅର ଶୋ’ ରେ ବହୁ କଳାକାର, ଓଡ଼ିଆ ସିନେ ପ୍ରେମୀ ଙ୍କ ସମେତ ସିନେମା ଜଗତର ଖ୍ୟାତନାମା ପ୍ରଯୋଜକ ଅକ୍ଷୟ ପରିଜା, ସୁଶାନ୍ତ ମିଶ୍ର,ସଚିକାନ୍ତ ଜେନା, ଵିନି ପଟ୍ଟନାୟକ,ଗଦାଧର ପୁଟ୍ଟି,ଶ୍ରୀଧର ମାର୍ଥା,ଜିତେଶ ପରିଡା,ସନଲିସା ପଟେଲ୍, ଦିଲ୍ଲୀପ ଶ୍ରୀଚନ୍ଦନ,ଅତିସ ରାଉତ, ଅଭିନେତା ପାର୍ଥ,ସ୍ବରାଜ,ଅଭିନେତ୍ରୀ ଅନନ୍ୟା,ବୈଶାଳୀ,ସସ୍ମିତା ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ସିନେମା ଟି ଦେଖି ଉଚ୍ଚ ପ୍ରଶଂସା କରିଥିଲେ।

ଗର୍ବର କଥା ଯେ, ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡିଶାରେ ତିଆରି ହୋଇଛି ଓ ତାହା ହେଉଛି ଏକ ନିଆରା ଓ ହୃହୟସ୍ପର୍ଶୀ ସିନେମା ‘ଶଳା ବୁଢାର ବଦଲା’। ବହୁ ପୁରସ୍କାର ବିଜେତା ଓ ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତି କୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ। ପ୍ରଥମ ଥର ପାଇଁ ପିତା ଓ ପୁତ୍ର ଅର୍ଥାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ଏକା ଥରକେ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ। ସବୁଠାରୁ ବଡ଼ କଥା, ଏହି ଟ୍ରାଇଲୋଜିର ସଙ୍ଗୀତ ଜାତୀୟ ପୁରସ୍କାର ପାଇଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍।

ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଳା ବୁଢାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା। ଉପସ୍ଥିତ ସିନେ ସମୀକ୍ଷକ ଙ୍କ କହିବା ଅନୁସାରେ ‘ଶଳା ବୁଢାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଏବଂ ସମ୍ପର୍କର ଚିତ୍ର, ଯେଉଁଥିରେ ଅଛି ଭରପୁର କମେଡି ଓ ସୁସପେନ୍ସ। ଚଳଚ୍ଚିତ୍ର ଟି ଏକ ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି ଯେତେବେଳେ ଏକ ସମାଜ ମଧ୍ୟରେ ବିଶୃଙ୍ଖଳା, ଦ୍ୱନ୍ଦ୍ୱ ଏବଂ କ୍ରୋଧ ମଧ୍ୟରେ ମଧ୍ୟ ଏକ ସମ୍ପର୍କ ଗଢି ଉଠିଛି। ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ର ରେ ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହୋଇଛି। ସ୍ବର୍ଗତଃ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ,ନେତ୍ରାନନ୍ଦ,ଜିତ୍,ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ର ର ସଙ୍ଗୀତ ବିତରଣ ଦାୟିତ୍ବ ଆମରା ମ୍ୟୁଜିକ ନେଇଥିବା ବେଳେ କେବଳ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଗୀତଗୁଡିକ ଦର୍ଶକମାନେ ଦେଖି ପାରିବେ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

ଭୁବନେଶ୍ଵର: ଓଡ଼ିଆ ସିନେମା ଜଗତ ଏଇ କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ।  ଆଗକୁ ଆଗକୁ ମାଡି ଚାଲିବା ସିନେପ୍ରେମୀଙ୍କ ପାଇଁ ନିହାତି ଖୁସି କଥା। ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ମାନେ ଗୋଟେ ପରେ ଗୋଟେ ନୂଆ ଚଳଚ୍ଚିତ୍ର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଦେଇଚାଲିଛନ୍ତି। କପି ସିନେମା କୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥୁଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକ ଙ୍କର ରୁଚି କମି କମି ଯାଉଥିଲା। ଏବେ କିନ୍ତୁ ସମସ୍ତେ ପ୍ରେକ୍ଷାଳୟ ମୁହାଁ ହେଲେଣି। କାରଣ ମୌଳିକ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡିଛନ୍ତି।

ଖୁସିର କଥା ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ସିନେମା ଦର୍ଶକ ଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଚଳଚ୍ଚିତ୍ର “ଖଇରୀ” ର ନାମକରଣ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ନାମକରଣ ଉତ୍ସବରେ ନିମକୀ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ।

ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର “ଖଇରୀ” ର ସ୍କ୍ରିପ୍ଟ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ।

ଚଳଚ୍ଚିତ୍ର ଖଇରୀ ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ର ରେ ୟୁ ଟୁବର ରାଜୁ ଦାସ, ସୁଧୀର ଚରିତ୍ର ରେ ଅନୁଗୁଳିଆ ବଣ୍ଟି , ଲିଟନ ଚରିତ୍ର ରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ର ରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି। ତେବେ ଏହି ଚଳଚ୍ଚିତ୍ର ରେ କାହାଣୀ ହେଉଛି ହିରୋ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ଖଇରୀ ନିଶ୍ଚିତ ଭାବେ ସଫଳ ହେବ କାରଣ ଏହା ଏକ ନୂଆ ଚିନ୍ତାଧାରା ଯୋଉ ସିନେମାରେ ଏକାଧିକ ୟୁ ଟୁବର ନଜର ଆସିବେ ବୋଲି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସୁଟିଂ ଫ୍ଲୋରରେ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ”

ଭୁବନେଶ୍ଵର: ମୁନ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ର ସୁଟିଂ ଆରମ୍ଭ ହୋଇଯାଇଛି। ପ୍ରେମ କେମିତି ବି ହେଇପାରେ। ଏବେ ସୋସିଆଲ ମିଡ଼ିଆ ପ୍ରେମ ପାଇଁ ସହଜ ବାଟ ବୋଲି ପ୍ରାୟ ସମସ୍ତଙ୍କୁ ଜଣା। ଫେସବୁକ ମାଧ୍ୟମରେ ତ କିଏ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମରେ ପଡୁଛି।

ତେବେ କେତେ ଚିରସ୍ଥାୟୀ ଏ ଫେସବୁକ ଲଭ? ଏମିତି କିଛି ସୋସିଆଲ ମିଡ଼ିଆ ଘଟଣାବଳୀ କୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଫେସବୁକ ଲଭ। ପୂର୍ବରୁ ଦର୍ଶକଙ୍କୁ ଏକାଧିକ ହିଟ୍ ସିନେମା ଦେଇଥିବା ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ ଙ୍କ ପ୍ରଯୋଜନାରେ ‘ଫେସବୁକ ଲଭ’ ର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଛି। ଚଳଚ୍ଚିତ୍ରରେ ରହିଛି ସମୁଦାୟ ୫ ଟି ଗୀତ। ଯେଉଁ ଗୀତଗୁଡିକର ସ୍ୱର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କରିଛନ୍ତି ଏବଂ ଗୀତଗୁଡିକୁ କୋରିଓଗ୍ରାଫି କରୁଛନ୍ତି ଲୁବୁନ ଟୁବୁନ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ନେଇଛନ୍ତି।

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତ୍ରୀ ମହିମା ଦାସ, ଦିବ୍ୟାଶ୍ରୀ, ଶୁଭାଙ୍ଗୀ ଏବଂ ଅଭିନେତା ଚନ୍ଦନ ରହିଛନ୍ତି। ଚନ୍ଦନ ପୂର୍ବରୁ ଧାରାବାହିକ ଏବଂ କେତେଗୁଡିଏ ମ୍ୟୁଜିକ ଭିଡ଼ିଓରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ ତେବେ ଚଳଚ୍ଚିତ୍ର ‘ଫେସବୁକ ଲଭ’ ତାଙ୍କର ପ୍ରଥମ ମୁଭି।

ଏହି ଚଳଚ୍ଚିତ୍ର ଥିବା ଆଇଟମ୍ ଗୀତ ର ସ୍ୱର ଯେମିତି ଦମଦାର କୋରିଓଗ୍ରାଫି ମଧ୍ୟ ସେମିତି ଜବରଦସ୍ତ। ପ୍ରଯୋଜକ ସଚ୍ଚିକାନ୍ତ ଜେନା ତାଙ୍କର ପ୍ରାୟ ସବୁ ସିନେମା ରେ ଆଇଟମ୍ ଗୀତ ଉପରେ ବହୁତ ଗୁରୁତ୍ୱ ଦେଇଥାନ୍ତି ପୂର୍ବରୁ ବଜରଙ୍ଗୀ ର ଆଇଟମ୍‌ ଗୀତ ହଳଦୀଗିନା‌ ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ସାରିଛି। ପୂର୍ବରୁ ତାଙ୍କ ଚଳଚ୍ଚିତ୍ରର ଅନେକ ଆଇଟମ୍ ଗୀତ ଶ୍ରୋତା ମାନେ ଆଜି ବି ଗୁଣୁଗୁଣୁ ହୁଅନ୍ତି। ବାହାଘର ବରଯାତ୍ରୀ ଠୁ ନେଇ ମେଲୋଡି ମଞ୍ଚ ରେ ମଧ୍ୟ ଶୁଣିବାକୁ ମିଳେ।

ପ୍ରଥମେ ଗୀତଗୁଡିକର ସୁଟିଂ ହେବ ତାପରେ ଡ୍ରାମା ଆଡକୁ ଯିବେ ବୋଲି ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ପ୍ରକାଶ କରିଛନ୍ତି। ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦିଅନ୍ତି, ଏହି ‘ଫେସବୁକ ଲଭ’ ଚଳଚ୍ଚିତ୍ର ସମାଜ ତଥା ଯୁବପିଢ଼ି ଙ୍କ ପାଇଁ ସଚେତନତା ବାର୍ତ୍ତା ଦେବ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଟି’ ର ଟିଜର ଲୋକାର୍ପଣ

ଭୁବନେଶ୍ଵର: ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଥିବା ବେଳେ ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତ ଓବରାଇ ବେକର୍ସ ଆଣ୍ଡ କାଫେ ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଟିଜର ଲୋକାର୍ପଣ ହୋଇଯାଇଛି। ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଟି ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ।

ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି। ବଲିଉଡ ତଥା ଓଲିଉଡ଼ ରେ ଆଗରୁ କାମ କରିଥିବା ଏବଂ ଓଲିଉଡ଼ ରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ରେ ଅଭିନୟ କରି ନାଁ କମାଇଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ର ରେ ନଜର ଆସିବେ। ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ‘ଟି’ ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି। ଚଳଚ୍ଚିତ୍ର ଟି ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’।

ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମିଡ଼ିଆ ବନ୍ଧୁ ମାନଙ୍କ ନିମନ୍ତେ ପ୍ରଥମଥର ପାଇଁ ପ୍ରେକ୍ଷାଳୟ ରେ ସ୍ୱତନ୍ତ୍ର ପ୍ରଦର୍ଶନ ହେବ ଏବଂ ୧୫ ମେ ରେ ଟ୍ରେଲର ରିଲିଜ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା ସୁନିଶ୍ଚିତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ସୂର୍ଯ୍ୟମୟୀଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର “IPS ଦୁର୍ଗା” ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର ,କଣ୍ଠ ଶିଳ୍ପୀ ଶଶାଙ୍କ, ଅସୀମା ପଣ୍ଡା, ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ସୁକାନ୍ତଙ୍କ ସମେତ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର “IPS ଦୁର୍ଗା” ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବର୍ତ୍ତମାନର ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ “ସୂର୍ଯ୍ୟମୟୀ” ଅପରାଧୀଙ୍କୁ ସାବାଡ କରିବାକୁ ନେଇଛନ୍ତି ନୂଆ ଅବତାର। ଜଣେ ନିର୍ଭୀକ ମହିଳା ଅଫିସରଙ୍କୁ ଦେଖି ସହରରେ ପଡ଼ିଯାଏ କୋକୁଆ ଭୟ। କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଫିସରକୁ ଦେବାକୁ ପଡେ ବହୁମୂଲ୍ୟ।

ନିର୍ଦ୍ଦେଶକ ରାଜା ଡି. ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଜୀ-ସାର୍ଥକ ପ୍ରସ୍ତୁତି ଚଳଚ୍ଚିତ୍ର “IPS ଦୁର୍ଗା”। ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ। ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର। କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ। ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା।

ଗୋଟାଏ ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଅର୍ଥାତ “IPS ଦୁର୍ଗା”। ଶେଷରେ ନିଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇନାହାଁନ୍ତି ଦୁର୍ଗା। କଡା ଗଣ୍ଡାର ହିସାବ ନେବା ପାଇଁ ଦୁର୍ଗାକୁ ନେବାକୁ ପଡ଼ିଛି ନୂଆ ଅବତାର। ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ଟାରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର “IPS ଦୁର୍ଗା” ଦର୍ଶକମାନଙ୍କ ଦ୍ବାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏପ୍ରିଲ ୭ ରେ ରୂପେଲି ପରଦାରେ “ଡେଲିଭରୀ ବୟ”

ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର “ଡେଲିଭରୀ ବୟ”ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍କଣ୍ଠା। ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା। କାରଣ ଡେଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ। ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ କାହାଣୀ। ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ର ଜଣେ ଡେଲଭରୀ ଜୀବନକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର।

ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି। ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରୀ ଭୟର କର୍ତ୍ତବ୍ୟ। କିନ୍ତୁ କର୍ତ୍ତ୍ୟବ ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା। କେଭଳ ଲୋକଙ୍କୁ ସଠିକ ସମୟରେ ଜିନିଷ ପହଁଚାଇବା ପାଇଁ ଜୀବନକୁ ବାଜିରେ ଲଗାଇଦିଏ ଡେଲିଭରୀ ଭୟ। କିନ୍ତୁ ଏ ଯନ୍ତ୍ରଣା ନା କାହାକୁ କହିପାରେ, ନ ବୁଝାଇପାରେ। ଜଣେ ସାମାନ୍ୟ ଡେଲିଭରୀ ବୟର ଜୀବନ ସଂଘର୍ଷର ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର। ଏପ୍ରିଲ ରେ ମୁକ୍ତିଲାଭ କରିବା ନେଇ ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା।

ଚଳଚ୍ଚିତ୍ରର ଅଡିଓ ରିଲିଜ୍ ପରେ ମିଳିଥିଲା ଦର୍ଶକଙ୍କ ଭଲ ପାଇବା। ସବୁଠି ଶୁଣିବାକୁ ମିଳୁଛି ଡେଲିଭରୀ ବୟର ଅଡିଓ। ସେପଟେ ଟ୍ରେଲର ରିଲିଜ ପରେ ମିଳିଥିଲା ଅକୁଣ୍ଠ ଦର୍ଶକଙ୍କ ଆଶୀର୍ବାଦ। ଏହା ହିଁ ସୂଚାଇଦେଇଥିଲା କାହାଣୀର ଭବିଷ୍ୟତ।

ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ପରିଚିତ ପ୍ରଯୋଜକ ଜେ .ଆର.ଏମ୍ କରିଥିବାବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନୀ ତ୍ରିପାଠୀ। ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଅଭିନେତା ଓ ଅବିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି। ସେହିପରି ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏଥିରେ ଗୀତ ଗାଇଛନ୍ତି। ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପୁଣି ସଂଗୀତରେ ନିର୍ମଳ ନାୟକ ଓ ବୈଦ୍ୟନାଥ ଦାଶଙ୍କ କେମିଷ୍ଟ୍ରିର ଜବରଦସ୍ତ ଝଲକ ଦେଖିବାକୁ ମିଳିଛି। ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି। ପ୍ରେକ୍ଷାଳୟରେ ଏହାପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଚଳଚ୍ଚିତ୍ରର କାହାଣୀ ଯେପରି ବଳିଷ୍ଠ ସଙ୍ଗୀତ ମଧ୍ଯ ଖୁବ ଆକର୍ଷଣୀୟ ହୋଇଛି । ସର୍ବଦା ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି। ଅନ୍ୟପଟେ ଫିଲ୍ମଟିକୁ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଁଚାଇବାକୁ ପ୍ରୟାସ କରିଛନ୍ତି କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ। ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲ୍ ରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳିରେ ପ୍ରଚାର ପ୍ରସାର କରାଯିବା ନେଇ ସୂଚନା ଦେଇଛନ୍ତି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ। ଏପ୍ରିଲରେ ନିକଟସସ୍ଥ ହଲରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ପିଂଲ୍ମ ଡେଲିଭରୀ ବୟ। ଅଭିନବ ଚରିତ୍ର ଓ ମୌଳିକ କାହାଣୀ ଉପରେ ଆଧାରିତ “ଡେଲିଭରୀ ବୟ” ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଷ୍ଟ୍ରିମିଙ୍ଗ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଗତକାଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହୋଇଯାଇଛି। ୧୯୩୦ ଦଶକର ରାଜାରାଜୁଡ଼ା ଶାସନ ସମୟର ଏକ ଗରୀବ ଗାଁ ମୁଖିଆଙ୍କ କାହାଣୀ।  କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣତଃ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି କପିଳେଶ୍ଵର ମହାପାତ୍ର, ସଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରାମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବାବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍, ପୃଥ୍ଵୀରାଜ ନାଏକ, ରୋଜି ଷଡ଼ଙ୍ଗୀ, ତପସ୍ୱିନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଲୋକାଦୃତ ହେବା ପରେ ନୂଆ ଚଳଚ୍ଚିତ୍ର “ଶଲା ବୁଢା” କୁ ଦର୍ଶକାଦୃତି ମିଳିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଆ ଚଳଚ୍ଚିତ୍ର ‘ପ୍ରଥା’ ଶୁଟିଂ ସେଟ୍ ର ଫଟୋ ଭାଇରାଲ୍

ଭୁବନେଶ୍ଵର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି। ଏଇ କିଛିଦିନ ତଳେ ଏକ ନିଛକ ଓଡିଆ କାହାଣୀକୁ ନେଇ ସାନଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଥମ ଅବଦାନ ‘ପ୍ରଥା’ର ମହୁରତ ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ହୋଇଥିଲା ଓ ପରେ ‘ପ୍ରଥା’ର ଶୁଟିଂ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ସବୁଜ ବନାନୀ ମଧ୍ୟରେ ଜୋରସୋର ରେ ଚାଲିଛି।

ଆଜିର ଏଇ ଡିଜିଟାଲ ମିଡିଆ ଯୁଗରେ ଆଉ ଲୁଚିକି ରହୁନି ଶୁଟିଂ ସେଟ୍ ର ଫଟୋ। ସେମିତି ଏକ ଫଟୋ ଭାଇରାଲ୍ ହେଇଛି ‘ପ୍ରଥା’ ର କୋରାପୁଟ ଶୁଟିଂ ସେଟ୍ ରୁ, ଯେଉଁଥିରେ ଶୀତଲ ଓ ଲଭରବୟ ସ୍ଵରାଜ ଏକ ନୂତନ ଅବତାରରେ ଅଛନ୍ତି। ଲମ୍ବା କେଶ ଓ ଦାଢି ସହ ସ୍ଵରାଜଙ୍କୁ ଏକ ସାଧାରଣ ଆଦିବାସୀ ଅବତାରରେ ଓ ଶୀତଲଙ୍କୁ ଏକ ସହରୀ ଝିଅ ଅବତାରରେ ଏହି ଫଟୋରେ ଦେଖିବାକୁ ମିଳିଛି। ସ୍ଵରାଜଙ୍କ ଏହି ନୂଆ ଚରିତ୍ର ନିଶ୍ଚତ ଫିଲ୍ମକୁ ସଫଳତା ଦେବ ବୋଲି ସୋସିଆଲ ମିଡିଆ ରେ ଚର୍ଚା ଚାଲିଛି।

ସାନଲିସା ପଟେଲଙ୍କ ପ୍ରଯୋଜିତ ‘ପ୍ରଥା’ର ନିର୍ଦେଶକ ହେଉଛନ୍ତି କେ. ମୂରଲୀ କ୍ରୀଷ୍ଣା। ସେ କହିଛନ୍ତି, ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଯେପରି ଏଇ କାହାଣୀର ନା’ କହୁଚି,ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା,ସେଇଟା ଆମେ ଏହି ଚଳଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା। ଏକାଭଳି ପରିସ୍ଥିତିରେ ଥିଲେବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚିତ୍ର ମାଧ୍ୟମରେ ଆମେ ଆପଣଙ୍କୁ ଦେଖାଇବାର ପ୍ରୟାସଃ କରିଛୁ।

‘ପ୍ରଥା’ର ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ସିମ୍ରନ କୌର। ସିମ୍ରନ କୌର ହେଉଛନ୍ତି ଜଣେ ବଲିଉଡ୍ ଅଭିନେତ୍ରୀ ଓ ମଡେଲ। ଏହାଛଡା ସେ ମଧ୍ୟ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି। ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।

ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ। ସିତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା। ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ।
ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସମନ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ। ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା। ଚଳଚିତ୍ରଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ କେବଳ ଜୀ-ସାର୍ଥକରେ ଦେଖିପାରିବେ। ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ୍ ରେ ଚଳଚ୍ଚିତ୍ର “ବନ୍ଦିନୀ” ର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ,ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି, ଗାଇଛନ୍ତି ସ୍ଵୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍। ଓଡିଆ ଚଳଚିତ୍ର ଜଗତର ଦୁଇଜଣ ଲୋକପ୍ରିୟ ଅଭିନେତା ମଣ୍ଟୁ ଓ ରିୟା ଦେ ଙ୍କୁ ଏକାଠି ଏହି ରୋମାଞ୍ଚ ଭରା ଚଳଚ୍ଚିତ୍ର ‘ବନ୍ଦିନୀ’ରେ ଦେଖିବାକୁ ମିଳିବ। ଏହି ଦୁଇଜଣଙ୍କ ଛଡ଼ା ଓଡ଼ିଶାର ଆହୁରି ଅନେକ ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରେ ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଓ ମନୀଷା ରଥ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇବେ। ଏକ ଭିନ୍ନ ସ୍ୱାଦ ଓ ସସ୍ପେନ୍ସ ଚଳଚ୍ଚିତ୍ର ଯାହା ବିଭିନ୍ନ ରୂପରେ ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କ ଦେଖାଉଥିବା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି।

କାହାଣୀ ଆରମ୍ଭ ହେଉଛି ଭଉଣୀ ବାହାଘର ପାଇଁ ପାରୋଲରେ ଜେଲରୁ ଆସୁଥିବା ନନ୍ଦିନୀ ଠାରୁ ହେଲେ। ବାହାଘରରେ ନ ପହଞ୍ଚି, ସମୟକ୍ରମେ ସେ ପହଞ୍ଚୁଛି ଶୁଭମ୍ ଘରେ ଓ ସେଠାରେ ଏହି ଦୁଇଜଣଙ୍କୁ ଶୁଭମ୍ ର ପରିବାର ବିବାହ ବନ୍ଧନରେ ବାନ୍ଧିବାକୁ ପୁରା ପ୍ରସ୍ତୁତ ହେଲାବେଳ କାହାଣୀରେ ଆସୁଛି ଏକ ଆକସ୍ମିକ ମୋଡ। କାହାଣୀରେ ପ୍ରବେଶ କରୁଛି ଜସ୍ମିନ୍। ସେ ପ୍ରତିଶୋଧ ନେବାକୁ ନନ୍ଦିନୀର ଅତୀତ ଜୀବନ ବିଷୟରେ ଖୋଜିବା ଆରମ୍ଭ କରେ ଆଉ ଯେଉଁ ତଥ୍ୟ ମିଳେ ତାହା ଅଦ୍ଭୁତ। ହେଲେ କାହିଁକି ଜସ୍ମିନ୍ ପ୍ରତିଶୋଧ ନେଉଛି, କାହିଁକି ନନ୍ଦିନୀ ଜେଲରେ ଥିଲା ? ନନ୍ଦିନୀଙ୍କ ସହିତ କ’ଣ ହେବ? ସେ ପୁଣି ଜେଲକୁ ଯିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର କେବଳ କ୍ଲାଇମାକ୍ସରେ ହିଁ ମିଳିବ।

ବାହାଘର ପରେ ରିୟାଙ୍କର ଏହା ପ୍ରଥମ ଚଳଚିତ୍ର ଭାବରେ ରିଲିଜ୍ ହେବ ତେଣୁ ସେ ବହୁତ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ରିଲିଜ୍ ପାଇଁ ଓ ଆଶା କରିଛନ୍ତି ଦର୍ଶକ ମାନେ ଏହି ଚଳଚିତ୍ରଟିକୁ ମନଭରି ଉପଭୋଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ୍ ଘୋଷଣା

ଭୁବନେଶ୍ବର: ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗ ସହିତ ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଘୋଷଣା ହୋଇଯାଇଛି। ଚଳଚ୍ଚିତ୍ରର କାହାଣୀ ଅମ୍ରିତା ସେନଗୁପ୍ତା ଲେଖିଥିବା ବେଳେ ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଛନ୍ତି l ସଂଳାପ ରଚନା କରିଛନ୍ତି ଅମିତ ତାଳୁକଦାର। ଠିକ ସେହିପରି ଡିଓପି – ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ।

ଚଳଚ୍ଚିତ୍ର “Operation ଅପହରଣ” ଟାଇଟେଲ ଘୋଷଣା ଉତ୍ସବ ରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ର ଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଳୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ,ଅଭିନେତ୍ରୀ ତମନ୍ନା ଭ୍ୟାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର “Operation ଅପହରଣ” ଏକ ଭିନ୍ନ ଧରଣର ସସପେନ୍ସ ସହିତ ଭିନ୍ନଧରଣର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର l ଯାହା ସବୁବର୍ଗ ର ଦର୍ଶକମାନଙ୍କ ମନକୁ ଛୁଇଁବ। ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନା ଙ୍କ ଯୋଡି ଦେଖିବାକୁ ପାଇବେ।

ଚଳଚ୍ଚିତ୍ର “Operation ଅପହରଣ” ସହରଠୁ ଗାଁ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକମାନଙ୍କ ମନକୁ ଛୁଇଁବା ଭଳି କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।  ଚଳଚ୍ଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ଗୀତ ଓ ସଙ୍ଗୀତ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଚଳଚ୍ଚିତ୍ର ଟି ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଥିବା ବେଳେ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୁଣି ଏକ ନିଛକ ଓଡିଆ କାହାଣୀକୁ ନେଇ ମହୁରତ୍ ହେଲା ଚଳଚ୍ଚିତ୍ର ‘’ପ୍ରଥା’’

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି। ଦର୍ଶକ ମାନେ ନିଜ ମନ ମୁତାବକ ଚଳଚ୍ଚିତ୍ର ଦେଖିବାକୁ ପାଉଥିବାରୁ ପୁଣି ଫେରିଛନ୍ତି ଫିଲ୍ମ ହଲ କୁ ନିଜର ମନପସନ୍ଦ ର ଚଳଚ୍ଚିତ୍ର ଦେଖିବା ପାଇଁ, କାରଣ ଓଡିଆ ଦର୍ଶକ ଖୋଜୁଥିବା ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ପୁଣି ଦେଖିବାକୁ ପାଇଛନ୍ତି। ନିକଟରେ ସୁପରହିଟ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ତା’ର ଉଦାହରଣ। ସେହିପରି ଏକ ନିଛକ ଓଡିଆ କାହାଣୀ କୁ ନେଇ ଆସୁଛି ସାନ୍ଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଥମ ଅବଦାନ ‘ପ୍ରଥା’।

ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ଏହି ଚଳଚ୍ଚିତ୍ରର ମହୁରତ୍ ହୋଇଯାଇଛି। ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ‘ପ୍ରଥା’ ର ନିର୍ଦ୍ଦେଶକ କେ ମୂରଲୀକ୍ରିଷ୍ନା , ପ୍ରଯୋଜିକା ସାନଲିଶା ପଟେଲ୍, ଅଭିନେତା ଓ ଅଭିନେତ୍ରୀଙ୍କ ଛଡା ଅନ୍ୟାନ୍ୟ କ୍ରୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଯେପରି ଏଇ କାହାଣୀର ନାଁ ସେହିପରି ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ମୁମ୍ବାଇ ର ଜଣେ ଅଭିନେତ୍ରୀ ତଥା ମଡେଲ ସିମ୍ରନ କୌର। ସିମ୍ରନ ଲୋକପ୍ରିୟ ଏନିମେସନ୍ ସିରିଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି। ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥି ଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଆମେ ଯୁଗ ଯୁଗନ୍ତାରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛେ। ଏଗୁଡିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ। ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ। ଏସବୁ ଜାଣି ମଧ୍ୟ ଆମେ ସେ ସବୁକୁ ଅନୁକରଣ କରି ଅସୁଛେ। କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ଏବଂ ଅକ୍ଷମ ହେଉଛନ୍ତି, ତାକୁ ହିଁ ବ୍ୟାକ୍ଷା କରୁଛି।

ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା, ସେଇଟା ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା। ଏକା ଭଳି ପରିସ୍ଥିତିରେ ଥିଲେ ବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶକ କେ. ମୂରଲୀ କ୍ରୀଷ୍ଣା ଆପଣଙ୍କୁ ଦେଖାଇବାର ପ୍ରୟାସ କରିବେ।

ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ। ଶୀତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା। ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ।
ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସାମ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ। ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା। ଚଳଚ୍ଚିତ୍ର ଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଅଛି।

ଚଳଚ୍ଚିତ୍ର ପ୍ରଥା ର ଅନ୍ୟାନ୍ୟ ଦାୟିତ୍ୱ ରେ ଯେମିତି କି ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ ଓ ଲାଇନ୍ ପ୍ରଡୁସର ବିଜୟ ପାତ୍ର ଅଛନ୍ତି। ମହୁରତ ଉତ୍ସବର ମଞ୍ଚ ପରିଚାଳନା ଦାୟିତ୍ୱରେ ଥିଲେ ଲୋକପ୍ରିୟ ଆଙ୍କର ଆର.ଜେ ଗୁଡ୍ଡୀ। ଚଳଚ୍ଚିତ୍ର ପ୍ରଥା ର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।