Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଓଡିଆ ନ୍ୟୁଜ ଚ୍ୟାନେଲର ଟିଆରପି, ଜାଣନ୍ତୁ କାହାର ତାକତ୍ କେତେ

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ନ୍ୟୁଜ ଟିଆରପି ଶେଷରେ ପ୍ରକାଶ ପାଇଛି। ଏକାଥରେ ଚାରୋଟି ସପ୍ତାହର ଟିଆରପି ରିପୋର୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଶେଷ 10ମ ସପ୍ତାହ ରିପୋର୍ଟ ଅନୁସାରେ ଓଟିଭି ପ୍ରଥମ ଥିବା ବେଳେ ତା ପଛକୁ ରହିଛି କନକ ନ୍ୟୁଜ। ସେହିପରି ତୃତୀୟରେ ଜୀ ଓଡିଶା ଏବଂ ଚତୁର୍ଥରେ ରହିଛି ଟିଭି18 ଓଡିଆ। ତେବେ ଏହି ରିପୋର୍ଟ ଅନୁସାରେ ଅର୍ଗସ ଟିଭି ସବୁଠାରୁ ପଛରେ ରହିଛି।

WEEK10

OTV—————97

Kanak TV—–    34

Zee Odisha——18

News18Odia—-17

Kalinga TV——-16

News7————12

Nandighosha—-11

Argus————-05

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଲା ଦେଶଦ୍ରୋହ ମାମଲା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଂପାନୀ

ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶର ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଥିବା  ଦେଶଦ୍ରୋହ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେ ଦୁଇଟି ହେଲା ତେଲୁଗୁ ନ୍ୟୁଜ ଚ୍ୟାନେଲ TV5 ଏବଂ ABN Andhra Jyoti । ଏହି ଚ୍ୟାନେଲରେ YSR Congressର ଅସନ୍ତୁଷ୍ଠ ସାଂସଦ କେ ରଘୁରାମ କୃଷ୍ଣାନ ରାଜୁଙ୍କ ବକ୍ତବ୍ୟକୁ ନେଇ ମାମଲା କରାଯାଇଛି। ଏହି ମାମଲା ଆନ୍ଧ୍ର ପୋଲିସ ତରଫରୁ କରାଯାଇଛି।

ଗତକିଛି ମାସ ଧରି କୃଷ୍ଣା ରାଜୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବିରୋଧରେ କହି ଆସୁଛନ୍ତି। ନିଜ ସୋସିଆଲ ମିଡିଆ ଏବଂ ବିଭିନ୍ନ ଚ୍ୟାନେଲରେ ସେ ଜଗନଙ୍କୁ ଟ୍ୟାର୍ଗେଟ କରି ବିଭିନ୍ନ ମନ୍ତବ୍ୟ ଦେଇଆସୁଛନ୍ତି। ଏସବୁ ଦେଖି ଆନ୍ଧ୍ର ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରି ଗିରଫ ମଧ୍ୟ କରିଛି।

ସେହିପରି ଚ୍ୟାନେଲର ଏକ ଆଲୋଚନା ଚକ୍ରରେ କୃଷ୍ଣାରାଜୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେତେକ ଆପତ୍ତିଜନକ ଶଦ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କମ୍ଫନ ସୃଷ୍ଟି ହୋଇଥିଲା। ଫଳରେ ଆନ୍ଧ୍ର ପୋଲିସ ଏହି ଦୁଇ ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ଋଜୁ କରିଛି।

ତେବେ ଆନ୍ଧ୍ର ପୋଲିସର ଏହି ମାମଲା ବିରୋଧରେ TV5 ଏବଂ ABN Andhra Jyoti ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଲିଖିତ ଭାବେ ଚ୍ୟାନେଲ ତରଫରୁ କୁହାଯାଇଛି ଯେ ଆନ୍ଧ୍ର ସରକାର ରାଜ୍ୟରେ ଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ଭୟଭୀତ କରିବା ପାଇଁ ଏହା ଏକ ପ୍ରୟାସ। ଏପରି କଲେ ନ୍ୟୁଜ୍ ଚ୍ୟାନେଲଗୁଡିକ ସରକାରଙ୍କ ବିରୋଧରେ ଆଉ କିଛି କହିପାରିବେ ନାହିଁ ବୋଲି କୋର୍ଟରେ ଦର୍ଶାଯାଇଛି।

ଟିଭି 5 ନ୍ୟୁଜ୍ ଚ୍ୟାନେଲର ମାଲିକାନା ଥିବା ଶ୍ରେୟା ବ୍ରୋଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ୍ ତାଙ୍କ ଆବେଦନରେ ଅଭିଯୋଗ କରିଛି ଯେ ଜଗନ୍ ମୋହନ ରେଡ୍ଡୀ ସରକାର ଏକ ଭିତ୍ତିହୀନ ଏଫ୍ଆଇଆର୍ ଦାଖଲ କରି ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରି ସମାଲୋଚକ ତଥା ଗଣମାଧ୍ୟମକୁ ନୀରବ କରିବାକୁ ଚାହୁଁଛନ୍ତି।

TV5 କହିଛି ଯେ ରାଜୁଙ୍କୁ ଯୋଜନାବଦ୍ଧ ଭାବରେ ଚ୍ୟାନେଲରେ ସ୍ଲଟ୍ ଦିଆଯାଇଥିଲା, କିନ୍ତୁ ଏହାକୁ ଅପରାଧିକ କାର୍ଯ୍ୟ କୁହାଯାଇପାରିବ ନାହିଁ, କାରଣ ସାଧାରଣତଃ ରାଜନେତାମାନଙ୍କୁ ଚ୍ୟାନେଲରେ କହିବା ପାଇଁ ଡକାଯାଇ ଥାଏ। ସେହି ଭିତ୍ତିରେ ରାଜୁଙ୍କୁ ଡକାଯାଇ ତାଙ୍କର ମତକୁ ସ୍ଥାନିତ କରାଯାଇଥିଲା। ଏହା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ଚ୍ୟାନେଲ ତରଫରୁ କୁହାଯାଇଛି।

ଏହି ମାମଲାର ତଦନ୍ତ ବନ୍ଦ କରିବାକୁ ଚ୍ୟାନେଲ କୋର୍ଟରେ ନିବେଦନ କରିଛି ଏବଂ ନିର୍ଦ୍ଦେଶ ଜାରି କରି ଆବେଦନକାରୀ କମ୍ପାନୀ, ନ୍ୟୁଜ୍ ଚ୍ୟାନେଲ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିବେଦନ କରାଯାଇଛି। ଚ୍ୟାନେଲ କହିଛି ଯେ ଏଭଳି ଏଫଆଇଆର ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ପ୍ରେସ ସ୍ୱାଧୀନତାର ଉଲ୍ଲଂଘନ କରୁଛି ।

ଏଥିସହିତ ABN Andhra Jyoti କହିଛି ଯେ ଯେବେଠାରୁ ରାଜ୍ୟରେ ଜଗମୋହନ ରେଡ୍ଡୀ ସରକାରକୁ ଆସିଲେଣି ସେବେଠାରୁ ନ୍ୟୁଜ୍ ଚ୍ୟାନେଲଗୁଡିକୁ ସେମାନେ ଟାର୍ଗେଟରେ ରଖୁଛନ୍ତି। ଯେଉଁଥି ପାଇଁ ଆନ୍ଧ୍ର ପ୍ରଦେଶରେ ଚ୍ୟାନେଲର ପ୍ରଚାର ପ୍ରସାର ହ୍ରାସ ପାଇବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅର୍ଣ୍ଣବ ଗୋସ୍ବାମୀଙ୍କ ବଡ ଘୋଷଣା, ଓଡିଆ ସହିତ ବିଭିନ୍ନ ଭାଷାରେ କରିବେ ନ୍ୟୁଜ ଚ୍ୟାନେଲ

ମୁମ୍ବାଇ, ଜେଲରୁ ବାହାରିବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ କରାଯିବ। ସେଥିପାଇଁ ଖୁବ ଶିଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଅର୍ଣ୍ଣବ କହିଛନ୍ତି। ଜେଲରୁ ମୁକୁଳିବା ପରେ ଅର୍ଣ୍ଣବ ବେଶ୍ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସବୁ ରାଜ୍ୟରେ ନ୍ୟୁଜ ଚ୍ୟାନେଲ କରିବି, ଯଦି ‘ତାକତ ଅଛି ତେବେ ମୋତେ ରୋକ’।

ଜଣେ ଇଣ୍ଟିରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟରେ ଜାମିନି ନ ମିଳିବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଅନ୍ତରିଣ ଜାମିନି ପ୍ରଦାନ କରିଛନ୍ତି।