Categories
ଆଞ୍ଚଳିକ

ବେଗୁନିଆପଡାରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ବେଗୁନିଆପଡା (ଟୁକୁନା ପ୍ରଧାନ: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଉଦଯାପିନୀ ଦିବସରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

ଆଜିକାର ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବରାଡ଼, ମୁଖ୍ୟ ବକ୍ତାଭାବେ ଡଃ ବିଜୟାନନ୍ଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କଳ୍ପଲତା ମହାପାତ୍ର, ଧର୍ମେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,କବିରାଜ ନାୟକ, ଅରୁଣ ମଣ୍ଡଳ, ଅଧ୍ୟାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ, ରୁଷି ନାଥ ଚର୍ଚ୍ଚି, ଡିଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଥିରେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଗତ ୨୫ତାରିଖ ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନାଚକ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ପ୍ରୋତ୍ସାହନରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଭାଷା, ସାହିତ୍ୟ,ସଂସ୍କୃତି ସମ୍ପର୍କିତ ବିଭିନ୍ନ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅତିଥି ଭାବେ ଖୋର୍ଦ୍ଧାର ପ୍ରାକ୍ତନ ଜିଲ୍ଲାପାଳ ତଥା ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ସାହୁ,ମୁଖ୍ୟ ଅତିଥି ଓ ଅନ୍ତର୍ଜାତୀୟ ମଞ୍ଚ ଉଦଘୋଷାକ ଡକ୍ଟର ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ସର୍ଜନାତ୍ମକ ଓ ସାଂସ୍କୃତିକ ବିକାଶ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେପରେ “ମାତୃଭାଷାର ବିକାଶରେ ଡିଜିଟାଲର ଭୂମିକା “ଶୀର୍ଷକ ଦଳଗତ ଆଲୋଚନାଚକ୍ରରେ ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ପ୍ରଫେସର ଅହଲ୍ୟା ସ୍ୱାଇଁ ଓ ବିଶିଷ୍ଟ ଗାଳ୍ପିକ ଆଭାସ କୁମାର ବରାଳ ଯୋଗ ଦେଇ ଦୃଶ୍ୟ ଶ୍ରାବ୍ୟ ଯାନ୍ତ୍ରିକ ପଦ୍ଧତିରେ ଓଡ଼ିଆ ମାତୃଭାଷାର ବିକାଶର ବିଭିନ୍ନ ଦିଗ ଓ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଲୋକନୃତ୍ୟ, ଓଡ଼ିଆ ସୁଗମ ସଂଗୀତ, ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କିତ କୁଇଜ, ବକ୍ତୃତା, ବ୍ୟାକରଣ ଦକ୍ଷତା, କବିତା ଲିଖନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକୁ ନୋଡାଲ ଅଧିକାରୀ, ଅଧ୍ୟାପିକା ଝରଣା ନାଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ପ୍ରାଧ୍ୟାପକ ରାଜକିଶୋର ସାହୁ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଚିତ୍ତରଞ୍ଜନ ସାହୁ, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ରୀନା ରାଉତ, କ୍ରୀଷ୍ଣା ସେଠୀ, ଧୋବୀ ଚରଣ ପରିଡ଼ା, ପ୍ରବୀଣ ଜେନା, ଶୁଭଦର୍ଶିନୀ ବିଶ୍ୱାଳ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, ଶାଶ୍ଵତୀ ମହାନ୍ତି, ବିଷ୍ନୁପ୍ରିୟା ସ୍ୱାଇଁ, ଶୁଚିସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ଓ ଜିତେନ୍ଦ୍ର ମହାରଣା ଯୋଗଦେଇଥିଲେ।

Categories
ବିଶେଷ ଖବର

‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଭୁବନେଶ୍ବରରେ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡିଆ ସାହିତ୍ୟର ଯଶସ୍ବୀ ସାଧକ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ।

ଏହାଦ୍ବାରା ଦୂରଦୂରାନ୍ତରରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ବୋଲି ମେହେର ସମାଜ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ମେହେର ସମାଜର ଅନୁରୋଧକୁ ରକ୍ଷା କରି ଜମି ଯୋଗାଇ ଦେବାପାଇଁ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସ୍ବଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ସାହିତ୍ୟର ଶ୍ରେଷ୍ଠ ସାଧକମାନଙ୍କ ଜୀବନ କାହାଣୀ

ଭୁବନେଶ୍ବର: ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ନୂଆ କ୍ଷୁଦ୍ର ଚଳଚ୍ଚିତ୍ର ବନ୍ଦେ ଉତ୍କଳ ଜନନୀ। ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା!

ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀକୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ ରେ ଥିବା ଆମ ଦର୍ଶକ ମାନେ ଆମ ଓଡିଆ ସାହିତ୍ୟର ଏହି ମହାରଥୀ ଯଥା ଓଡିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାଶ ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱାଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆମଜୀବନୀ ଦେଖିପାରିବେ !ଯାହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ ମୋର୍ଯ୍ୟ ଦେବିପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ କରିଛନ୍ତି ହରପ୍ରସାଦ ଦାସ! ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ଆଶା ଓ ଭରସା।