Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଏସ୍‌ଟି କ୍ଷତିପୂରଣ ବାବଦରେ 16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯିବ 6 ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ଜିଏସ୍‌ଟି କ୍ଷତିପୂରଣ ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦିଆଯିବ। ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହା ପ୍ରଦାନ କରିବ। ଏହା ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ।

ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍‌। ଏହି କମ୍‌ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ସ୍ପେଶାଲ ବରୋଇଂ ୱିଣ୍ଡୋ ଏକ ବ୍ୟବସ୍ଥା ଯେଉଁଠି ରାଜ୍ୟମାନଙ୍କର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ସ୍ୱଳ୍ପ ସୁଧରେ ଋଣ ସଂଗ୍ରହ କରି ସଂପୃକ୍ତ ପ୍ରଦେଶମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଯୋଗାଇଥାନ୍ତି।

କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍‌ଟି ସଂଗ୍ରହ ପରିମାଣ ବିଶେଷ ପ୍ରଭାବିତ ହୋଇଛି। ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବାକୁ ପଡିବ । ସେହି ଆବଶ୍ୟକତା ପୂରଣ ପାଇଁ ଋଣ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଥିଲା। ଏ ଯାବତ୍‌ ଦେଶର 21ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ସ୍ପେଶାଲ ୱିଣ୍ଡୋ ଅପ୍‌ସନ-1 ଅନୁସାରେ ଋଣ କରିବାକୁ କେନ୍ଦ୍ରକୁ ସମ୍ମତି ପ୍ରଦାନ କରିଥିଲେ।

ତଦନୁସାରେ ଭାରତ ସରକାର ଏହି ଋଣ ବନ୍ଦୋବସ୍ତ କରି ସଂପୃକ୍ତ ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ରମାଗତ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟମାନଙ୍କର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଭରଣା କରିବା ପାଇଁ ଏହା ପ୍ରଦାନ କରାଯାଉଛି। ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଋଣ ପ୍ରଦାନ କରାଯାଇଛି ସେଗୁଡିକ ହେଲା- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ  ଓ କଶ୍ମୀର ଏବଂ ପୁଡୁଚେରୀ।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସମେତ ୧୬ଟି ରାଜ୍ୟକୁ ମିଳିଲା ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ, ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୬୦୦୦ କୋଟି ଟଙ୍କା ଦେଇଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି ଜଣାଇଥିଲେ । ରାଜ୍ୟମାନେ କ୍ରମାଗତ ଋଣ କରିବା କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମନ୍ୱୟ କାର‌୍ୟ୍ୟ ନିର୍ବାହ କରି ଏହି ବ୍ୟବସ୍ଥାରେ ଅର୍ଥ ଯୋଗାଇ ଦେଇଛି ।

ରାଜ୍ୟମାନଙ୍କ ମଧ୍ୟରୁ ୫ଟି ରାଜ୍ୟର ଜିଏସ୍‌ଟି କ୍ଷତିପୂରଣ ବାବଦ କୌଣସି ବକେୟା ନ ଥିଲା। ଅନ୍ୟ ରାଜ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଆଜି କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଋଣ କରି ପ୍ରଥମ ଦଫାରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଅଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ତଥା ଦୁଇ କେନ୍ଦ୍ର ଶାସତି ଅଞ୍ଚଳ ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀର ଏଭଳି ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

ସରକାର ଏହି ଋଣ ବାର୍ଷିକ ୫.୧୯ ଶତାଂଶ ସୁଧରେ ଉଠାଇଛନ୍ତି । ଏହି ୬ ହଜାର କୋଟି ଟଙ୍କା ସାପ୍ତାହିକ ଭିତ୍ତିରେ ସଂପୃକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ । ସଂପୃକ୍ତ ଋଣର ମିଆଦ ୩ରୁ ୫ ବର୍ଷ ରହିଛି ।