Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଥର ଓଡ଼ିଶାର ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ବାବଦକୁ ମିଳିଲା ୧୬୭୫ କୋଟି ଟଙ୍କା

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା।

ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା।

ପୁନଶ୍ଚ, ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ୨୦୨୩ ମସିହା ମେ’ ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା।

୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ପରିମାଣ ୪୦୩୪.୯୪ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୬.୦୩ ପ୍ରତିଶତ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗ ଆଦାୟ କରୁଥିବା ସମସ୍ତ ଟିକସ ଯଥା: ଜିଏସ୍‌ଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ମେ’ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୭.୨୭ ପ୍ରତିଶତ।

ଚଳିତ ବର୍ଷ ମେ’ ମାସରେ ୨୦.୪୦ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ମେ’ ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇ ଥିଲା। ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରୁ ଅକ୍ଟୋବରରେ ଆଦାୟ ହୋଇଛି ୨,୪୧୯ କୋଟି ଟଙ୍କା ଜିଏସଟି,  ଦେଶରୁ ମୋଟ କେତେ କୋଟି ହେଲା ଜାଣନ୍ତୁ

ନୂଆଦିଲ୍ଲୀ, ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୨୫,୪୧୧ କୋଟି ଓ ଆଇଜିଏସ୍‌ଟି ପରିମାଣ ୫୨,୫୪୦ କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩,୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ ୯୩୨ କୋଟି ଟଙ୍କାର ରାଜସ୍ୱ ସମେତ ମୋଟ ୮,୦୧୧କୋଟି ଟଙ୍କାର ସେସ୍ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର ୩୧ ସୁଦ୍ଧା ୮୦ ଲକ୍ଷ ଜିଏସ୍‌ଟିଆର-୩ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ ୨,୪୧୯ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ ୨୧ ପ୍ରତିଶତ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ ୧୯୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ଜିଏସ୍‌ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର‌୍ୟ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି ।

ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ ୧୦ ଶତାଂଶ ଅଧିକ । ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ ୯ ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ ୧୧ ଶତାଂଶ ଅଧିକ ବଢିଛି । ଜିଏସ୍‌ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -୧୪%, -୮% ଏବଂ ୫ ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି ।

ଗତବର୍ଷ ଅକ୍ଟୋବରର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୭୩,୧୫୯ କୋଟି ଟଙ୍କା । ଚଳିତବର୍ଷ ଅକ୍ଟୋବରର ମାସରେ ଏହି ସଂଖ୍ୟା ୮୦,୮୪୮ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏ କ୍ଷେତ୍ରରେ ୧୧ ଶତାଂଶ ଅଭିବୃଦ୍ଧି ଘଟିଛି । କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡିଦେଲେ ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅକ୍ଟୋବରର ମାସର ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି ଅପେକ୍ଷାକୃତ ଭଲ ରହିଛି । ଆନ୍ଧ୍ର ଓ ଛତିଶଗଡରେ ଏହି ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ଗତ ଅକ୍ଟୋବରର ମାସରେ ୨୬ ଶତାଂଶ ହୋଇଥିବାବେଳେ ଝାଡଖଣ୍ଡରେ ୨୩%, ରାଜସ୍ଥାନରେ ୨୨% ଓ ଓଡିଶାରେ ୨୧% ରହିଛି ।