Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି।

ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ଡିଜିଟାଲ ଟ୍ରାନ୍‌ସଫର୍ମେସନ ୱାର୍ଲଡ ସିରିଜ ୨୦୨୦ରେ ଗୁରୁବାର ଉଦ୍‌ବୋଧନ ଦେଇ ଅମ୍ବାନି କହିଛନ୍ତି, ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ଇଣ୍ଟରନେଟ ଅଫ୍ ଥିଙ୍ଗ୍‌ସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି। ଭାରତକୁ ନେତୃତ୍ୱ ସ୍ଥାନ ନେବାକୁ ହେଲେ ତାହାକୁ ଅଲ୍‌ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ ଉପରେ ଧ୍ୟାନ ଦେବାକୁ ପଡିବ।

ଜିଓର ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି, ଜିଓ ଆସିବା ପୂର୍ବରୁ ଭାରତ ପ୍ରାୟତଃ ୨ଜିରେ ସୀମିତ ରହିଥିଲା। ଜିଓ ଜରିଆରେ ଦେଶକୁ ପ୍ରଥମ ଥର ପାଇଁ ଆଇପି ଭିତ୍ତିିକ ନେଟୱର୍କ କନେକ୍ଟିଭିଟି ମିଳିଲା। ଦେଶରେ ୨ଜି ସେବା ପ୍ରଚଳନ କରିବାକୁ ଅବଶିଷ୍ଟ କମ୍ପାନୀଗୁଡିକ ୨୫ବର୍ଷ ସମୟ ନେଇଥିବାବେଳେ ଜିଓ ମାତ୍ର ୩ବର୍ଷ ମଧ୍ୟରେ ଭାରତରେ ୪ଜି ନେଟୱର୍କ କାର୍ଯ୍ୟକାରୀ କଲା ।

ସୁଲଭ ମୂଲ୍ୟର ଡିଭାଇସ କ୍ଷେତ୍ରରେ ମଧ୍ୟ ଭାରତ ବହୁ ପଛରେ ପଡିଥିଲା। ସ୍ମାର୍ଟଫୋନ ମହଙ୍ଗା ଥିଲା ଏବଂ ଫିଚରଫୋନଗୁଡିକ ୪ଜି ପ୍ରଯୁକ୍ତିରେ କାମ କରୁନଥିଲା । ଜିଓର ଇଞ୍ଜିନିୟରମାନେ ଯଥେଷ୍ଟ ଉଦ୍ୟମ କରି ଭାରତର ଅତ୍ୟନ୍ତ ସୁଲଭ ମୂଲ୍ୟର ୪ଜି ଡିଭାଇସ ଜିଓଫୋନ ପ୍ରସ୍ତୁତ କଲେ । ଜିଓଫୋନର ସାମର୍ଥ୍ୟ ଉପରେ ଭରସା କରି ଜିଓ ଭାରତରେ ପ୍ରଥମ କରି ଗ୍ରାମୀଣ ଅଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ଅମ୍ବାନି କହିଥିଲେ, ଯେତେବେଳେ ଡିଜିଟାଲ କନେକ୍ଟିଭିଟି, ସୁଲଭ ମୂଲ୍ୟର ଡିଭାଇସ, ଡିଜିଟାଲ ଆପ୍ଲିକେସନ ଏବଂ ସଲ୍ୟୁସନ୍ସକୁ ଏକତ୍ର କରିଦିଆଗଲା, ସେତେବେଳେ ଅସାଧାରଣ ସଫଳତା ମିଳିଥିଲା । ଭାରତର ଜନସାଧାରଣ ଜିଓ ପୂର୍ବରୁ ଯେତିକି ଡାଟା ବ୍ୟବହାର କରୁଥିଲେ, ସମ୍ପ୍ରତି ତାହାଠାରୁ ୩୦ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି । ଡାଟା ବ୍ୟବହାର ୦.୨ ବିଲିଅନ ଜିବିରୁ ୧.୨ ବିଲିଅନ ଜିବିକୁ ବୃଦ୍ଧିପାଇଛି।

ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବ ଜୀବନର ସବୁ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଅପ୍ରତ୍ୟାଶିତ ମୂଲ୍ୟ ପ୍ରଦାନ ଏବଂ ସମୃଦ୍ଧି ଆଣିବାର ଅନନ୍ୟ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ସେଥିପାଇଁ ଆମକୁ ପରବର୍ତ୍ତୀ ପିଢିର ପ୍ରଯୁକ୍ତି ଭିତ୍ତିଭୂମି ନିର୍ମାଣରେ ପୁଞ୍ଜିନିବେଶ କରିବାକୁ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ‘ଜିଓ’ର ବିଜୟ ଅଭିଯାନ ଜାରି, ଏପ୍ରିଲରେ ଯୋଡ଼ିଲା ୭୨ ହଜାରରୁ ଅଧିକ ଗ୍ରାହକ, କିଏ ଖସିଲା ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକଙ୍କ ସହ ରାଜ୍ୟ ମୋବାଇଲ ବଜାର ଅଂଶର ସିଂହଭାଗ ଅଧିକାର କରିଥିବା ରିଲାଏନ୍ସ ଜିଓ ଏଥିସହିତ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଏକ କୋଟି ପଚିଶ ଲକ୍ଷ ସତାଅଶୀ ହଜାର ପାଞ୍ଚଶହ ସତାଅଶୀ (୧,୨୫,୮୭,୫୮୭) ମୋବାଇଲ ଗ୍ରାହକ ହାସଲ କରିବା ସହ ୩୮ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଦଖଲ କରିଛି । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ବିସ୍ତୃତ ଅଂଚଳରେ ଜିଓ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଓଡ଼ିଶାର କୋଣ ଅନୁକୋଣରେ ଦ୍ରୁତ ଗତିର ୪ଜି ଇଟଂରନେଟ ସେବା ପ୍ରଦାନ ବଳରେ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟା ନିରନ୍ତର ଭାବେ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅନ୍ୟ ସେବା ପ୍ରଦାନକାରୀଗୁଡ଼ିକଙ୍କ ମଧ୍ୟରୁ ଭାରତୀ ଏୟାରଟେଲ ଏପ୍ରିଲ୍ ମାସରେ ଓଡିଶାରେ ୨.୨୫ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ମଧ୍ୟ ଏହି ମାସରେ ୭୫,୦୦୦ରୁ ଅଧିକ ମୋବାଇଲ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ଜିଓ ବ୍ୟତୀତ, ବିଏସଏନଏଲ ଏହି ସମୟରେ ରାଜ୍ୟରେ ପ୍ରାୟ ୨୦,୦୦୦ ନୂଆ ଗ୍ରାହକ ଯୋଡ଼ିଛି । ଏପ୍ରିଲ୍‌ରେ ଓଡ଼ିଶାରେ ମୋଟ ଉପରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୨ ଲକ୍ଷ ହ୍ରାସ ଘଟି ୨୦୨୦ ଏପ୍ରିଲ ୩୦ ସୁଦ୍ଧା ମୋବାଇଲ ଗ୍ରାହକ ସଂଖ୍ୟା ୩.୩୧ କୋଟିକୁ ହ୍ରାସ ପାଇଥିବା ବେଳେ ଟେଲି ସାନ୍ଧ୍ରତା ୭୫.୯୬କୁ ହ୍ରାସ ପାଇଛି ।

ଜାତୀୟ ସ୍ତରରେ ମଧ୍ୟ ଏକମାତ୍ର ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୦ ଏପ୍ରିଲରେ ନୂତନ ଗ୍ରାହକ ଯୋଡିଛି । ଏହି ମାସରେ ଲକ୍‌ଡାଉନ୍ ସତ୍ତ୍ୱେ ଜିଓ ୧୫.୭୫ ଲକ୍ଷ ଗ୍ରାହକ ଯୋଡ଼ିଥିବା ଓ ଅନ୍ୟ ଅପରେଟରମାନେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଏୟାରଟେଲ ଏହି ମାସରେ ସାରା ଦେଶରେ ୫୨.୭ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ୪୫.୧୬ ଲକ୍ଷ ଓ ବିଏସନଏନଏଲ ଏହି ସମୟରେ ୨୦,୦୦୦ରୁ ଅଧିକ ଗ୍ରାହକ ହରାଇଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ରହିବା ସହ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ୁଥିବା ବେଳେ ଅନ୍ୟମାନେ ବିପୁଳ ସଂଖ୍ୟକ ଗ୍ରାହକ ହରାଉଛନ୍ତି । ୨୦୧୯ ଡିସେମ୍ବରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିବା ପରେ ରିଲାଏନ୍ସ ଜିଓ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୭ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ସେହି ସମାନ ସମୟରେ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ମିଳିତ ଭାବରେ ପ୍ରାୟ ୬ ଲକ୍ଷ ଗ୍ରାହକ ହରାଇଥିଲେ ।