Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି।

ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି ଗ୍ୟାରେଂଟି”କୁ ଓଡ଼ିଶାର ଲୋକେ ଚାହୁଁଛନ୍ତି। ବିଜେପି ‘ଆମେଠିରୁ ରାହୁଳଙ୍କୁ ହଟାଇଛି, ଓଡ଼ିଶାରୁ ବିଜେଡି’କୁ ହଟାଇବ। ଓଡିଶାରେ ରିମୋଟ୍ କଂଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲବାବୁ। ୨୫ବର୍ଷରେ ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଇରାନୀ।

ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟର ଯାଂଚ କରାଯିବ। ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କହିବାର ସ୍ୱାଧୀନତା ନାହିଁ କି କାହାକୁ ଭେଟିବାର ସ୍ୱାଧୀନତା ନାହିଁ। ତାମିଲବାବୁଙ୍କୁ ଓଡ଼ିଶାରୁ ହଟାଇବାକୁ ହେଲେ ବିଜେପିକୁ ଓଡ଼ିଶାବାସୀ ବହୁମାତ୍ରାରେ ନିଜର ମତଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର୍ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡା କିଷାନସମ୍ମାନ ନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ହଜାର ଟଙ୍କା ପଠାଉଛନ୍ତି ବୋଲି ଜନସମାବେଶକୁ ଉଦବୋଧନ ଦେଲେ ସ୍ମୃତି।

ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀମତୀ ଇରାନୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ବିକାଶକୁ ଶିଖର ସ୍ତରରେ ପହଂଚାଇ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସଂକଳ୍ପବଦ୍ଧ। ମୋଦି ଗ୍ୟାରେଂଟି ଆସିବ, ଓଡ଼ିଶାର ବିକାଶ ଦ୍ୱିଗୁଣିତ ହେବ ବୋଲି ଶ୍ରୀମତୀ ଇରାନୀ ଦୃଢ଼ତାର ସହ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଗୁରୁବାର ଦିନ ନୀତିନ ଗଡକରୀ

ଭୁବନେଶ୍ବର: ଆସନ୍ତାକାଲି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓଡିଶା ଆସୁଛନ୍ତି। ରାଜନାଥ ସିଂ ବୁଧବାର ଦିନ ଭବାନୀପାଟଣା ଏବଂ ରାୟଗଡାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବୁଧବାର ଦିନ ନବରଂଗପୁରରେ ଉଦବୋଧନ ଦେବେ।

ଏହାପରେ ଆସନ୍ତା 9 ତାରିଖରେ ଓଡିଶା ପ୍ରଚାରରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୁରୀ ଏବଂ କୃଷ୍ଣପ୍ରସାଦରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ସେହିଦିନ ମଧ୍ୟ ଓଡିଶା ପ୍ରଚାରରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପରବର୍ତ୍ତି ସମୟରେ ହେମାମାଳିନୀ ମଧ୍ୟ ପ୍ରଚାରରେ ଆସିବେ। ତେବେ 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।