Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାରିପଦାରେ ଭବ୍ୟ ସ୍ବାଗତ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଛନ୍ତି। ବାରିପଦା ପୁଲିସ୍ ପଡ଼ିଆ ହେଲିପ୍ୟାଡରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କ ସମେତ ବହୁ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ସେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋୋଗଦାନ କରିଛନ୍ତି।

ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଆଜି ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟରେ ସେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ। ଏହାପରେ ଅପରାହ୍ଣ ୩ଟା ୧୫ ମିନିଟରେ ରାଇରଙ୍ଗପୁର ଅଭିମୁଖେ ବାହାରିବେ । ଆଜି ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ନଭେମ୍ବର ୨୧ରେ ରାଇରଙ୍ଗପୁର ବାସଭବନରୁ ବାହାରି ନିଜ ଶାଶୁଘର ଗ୍ରାମ ପାହାଡପୁରରେ ସକାଳ ୮ଟା ୧୫ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ଏଥିପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ଏଥିପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବେ।

ସେଠାରୁ ବାହାରି ସେ ନାବାର୍ଡ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ପ୍ରସ୍ତୁତ କୌଶଳ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ଏହାପରେ ୯ଟା ୩୫ରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର- ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ- ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ ଅମୄତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ।

ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ନିଜ ସ୍କୁଲକୁ ଗଲେ, ସେ ରହୁଥିବା ହଷ୍ଟେଲ ରୁମର ଖଟ ଉପରେ ମଧ୍ୟ ବସିଲେ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ ନିଜର ପିଲାଦିନ ସ୍ମୃତିକୁ ଉଦଜୀବିତ କରିଛନ୍ତି। ସେ ପଢୁଥିବା ଭୁବନେଶ୍ବର ୟୁନିଟ ଦୁଇ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସେ ଛାତ୍ରୀ ଜୀବନର ଘଟଣାକୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ଏହି ସ୍କୁଲରେ ଅଷ୍ଟମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢିଥିଲେ। ସେଠାରେ ଥିବା ହଷ୍ଟେଲର ମଧ୍ୟ ରହୁଥିଲେ। ସେ ସେହି ସ୍କୁଲରେ ୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ପଢୁଥିବା କଥାକୁ ମନେ ପକାଇଥିଲେ।

ଆଜି ରାଷ୍ଟ୍ରପତି ତାଙ୍କ ଗସ୍ତ ପାଇଁ ଏହି ବାଳିକା ବିଦ୍ୟାଳୟକୁ ପୁରା ସଜାଇ ଦିଆଯାଇଥିଲା। ସେଠାକାର ସ୍କୁଲ କର୍ତ୍ତୁପକ୍ଷ ଏବଂ ପ୍ରଶାସନ ପୁରା ସହଯୋଗ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍କୁଲ ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜା ବଜାଇ ଭିତରକୁ ନେଇଥିଲେ। ରାଷ୍ଟ୍ରପତି ସ୍କୁଲ ଭିତରକୁ ଯାଇ ବିଭିନ୍ନ କ୍ଲାସ ରୁମ ବୁଲି ଦେଖିଥିଲେ। ପାଖରେ ଥିବା ଅତିଥୀମାନଙ୍କୁ ସେ କେଉଁଠି କଣ କରିଥିଲେ ତାହା ଭାବ ବିହୋଳ ହୋଇ କହୁଥିଲେ।

ଏହାପରେ ସେ ଦୀର୍ଘ ବର୍ଷ ଧରି ରହୁଥିବା ସେହି ସ୍କୁଲର କୁନ୍ତଳା କୁମାରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ। ସେ ଯେଉଁ ରୁମରେ ରହୁଥିଲେ ତାହାକୁ ମଧ୍ୟ ନିଜେ ଦେଖିଥିଲେ, ଅନ୍ୟମାନଙ୍କୁ ମଧ୍ୟ କହିଥିଲେ। ଏପରିକି ସେ ଯେଉଁ ଖଟରେ ସାରା ଛାତ୍ରୀ ଜୀବନ କଟାଇଥିଲେ ସେହି ଖଟରେ ମଧ୍ୟ ସେ ବସି ପିଲା ଦିନର କଥାକୁ ହୃଦୟଙ୍ଗମ କରିଥିଲେ।

ସେ ତାଙ୍କର ସ୍କୁଲକୁ ଆସୁଥିବାରେ ସେଠାରେ ସେ ସମୟର ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ପ୍ରାୟ ସେତେବେଳର ପ୍ରାୟ 13 ସାଙ୍ଗ ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ମଞ୍ଚ ଉପରୁ ସେମାନଙ୍କୁ ଦେଖି ଖୁସି ହୋଇଯାଇଥିଲେ। ହେଲେ ସୁରକ୍ଷା ପାଇଁ ସେମାନେ ପାଖକୁ ଆସିପାରି ନ ଥିଲେ। ହେଲେ ରାଷ୍ଟ୍ରପତି ମଞ୍ଚ ଉପରୁ ବାହାରି ସେମାନଙ୍କ ପାଖକୁ ଯାଇ ସେ ସମୟର ଖୁସି ବାଣ୍ଟି ଥିଲେ। ଏପରି ଜଣେ ସାଙ୍ଗ କୁଆଡେ ଗଲା ବୋଲି ଖୋଜି ଥିଲେ।

ଏହା ପୂର୍ବରୁ ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ସ୍କୁଲ ପରିଦର୍ଶନରେ ମଧ୍ୟ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଯାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେଠାରେ ରାଷ୍ଟ୍ରପତି ପିଲାମାନଙ୍କୁ କିଛି ଉଦବୋଧନ ମଧ୍ୟ ଦେଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନରେ ସେ ନିଜର ପିଲାଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିଛନ୍ତି। ସେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଁଚିଛନ୍ତି। ତାଙ୍କ ସହିତ ତାଙ୍କର ଝିଅ ଓ ଜୁଆଁଇ ମଧ୍ୟ ଆସିଛନ୍ତି। ସେ ରାଷ୍ଟ୍ରପତି ହେବା ପରେ ତାଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ।

ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଏହାପରେ ସେ ହେଲିକାପ୍ଟରରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।