Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନ ତରଫରୁ ଖୋଲା ଯାଇଥିବା ଇକୋ ରିଟ୍ରିଟ୍ ଉଦଯାପନୀ ଦିବସ

ଭୁବନେଶ୍ଵର: ଓଡିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଗତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିବା ଇକୋ ରିଟ୍ରିଟ୍ ଶୁକ୍ରବାର ବନ୍ଦ ହେଉଛି। ଡିସେମ୍ବର ମାସର ପ୍ରଥମ ଦିନରେ ଏହାକୁ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ସ୍ଥାନୀୟ ବିଡ଼ିଓ ତଥା ଇକୋ ରିଟ୍ରିଟର ଅଧ୍ୟକ୍ଷ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଇକୋ ରିଟ୍ରିଟ ସଫଳତାର ସହ ଚଳିତ ବର୍ଷ ପରିଚାଳନା ହୋଇଥିଲା। ଶେଷ ଦୁଇ ଦିନରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲାପ୍ରଶାସନ ପକ୍ଷରୁ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୭୫ଜଣ ପୁଞ୍ଜି ନିବେଶକାରୀ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରୁ କିଛି ଜଣ ପୁଞ୍ଜି ନିବେଶକାରୀ ଓ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀ ମାନେ ଇକୋ ରିଟ୍ରିଟରେ ରାତ୍ରିଯାପନ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଇକୋ ରିଟ୍ରିଟ ଗତ କିଛି ବର୍ଷ ଧରି ଏହି ସମୟରେ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଥିବା ବେଳେ ପଞ୍ଚତାରକା ହୋଟେଲରେ ଯେଉଁଭଳି ବ୍ୟବସ୍ଥା କରାଯାଇଛି ସେହିଭଳି ଇକୋ ରିଟ୍ରିଟରେ ରାତ୍ରିଯାପନ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକ ମାନଙ୍କୁ ବୁଲାଇବା ବ୍ୟବସ୍ଥା, ସାଇକେଲିଂ, ଇଣ୍ଡୋର ଗେମ, ଟ୍ରାକିଂ,ଆଦି ବ୍ୟବସ୍ଥା ସହ ଗତ ବର୍ଷ ଅପେକ୍ଷା ଇକୋ ରିଟ୍ରିଟକୁ ତ୍ୱରଣରେ ଅଧିକ ସୁସଜ୍ଜିତ କରାଯାଇଥିଲା।

ଇକୋ ରିଟ୍ରିଟର ଶେଷଦିନରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଜିଲାର ଏକାଧିକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।