Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁର ସାଂସଦ ନୀତେଶ ଗଂଗଦେବଙ୍କୁ ନେଇ ଦ୍ବନ୍ଦ, ଫେସବୁକ ପୋଷ୍ଟିଂ ନେଇ ଉଠିଛି ପ୍ରଶ୍ନ

ଭୁବନେଶ୍ବର: ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କୁ ନେଇ ବର୍ତ୍ତମାନ ଦ୍ବନ୍ଦରେ ତାଙ୍କ କର୍ମି ତଥା ଓଡିଶା ରାଜନୀତି। କାରଣ ତାଙ୍କର ଟିକେଟ କଟିବା ପରେ ସେ ବର୍ତ୍ତମାନ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏପରି ଦ୍ବନ୍ଦ ଭିତରେ ଗତକାଲି ତାଙ୍କ ଫେସବୁକରେ କରାଯାଇଥିବା ପୋଷ୍ଟକୁ ନେଇ ହଲଚଲ ସୃଷ୍ଟି ହୋଇଛି।

ନୀତେଶଙ୍କ ଫେସବୁକରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର ଦେହ ଅସୁସ୍ଥତା ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିବେ। ସେଥିପାଇଁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି। କିନ୍ତୁ କେଉଁଠି ଇସ୍ତଫା ଦେଲେ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ ସମସ୍ତେ ଭାବି ନେଲେ ଯେ ବିଜେପିରୁ ଇସ୍ତଫା ଦେଲେ। ସେହିପରି ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଆମର ବାମଣ୍ଡା ରାଜପରିବାର ର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ ଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବେ ବୋଲି ଆଶା ଏବଂ କାମନା କରୁଛି

ଏହି ପୋଷ୍ଟଟି ଭାଇରାଲ ହେବା ପରେ ରାଜାସାହେବଙ୍କୁ ଏ ବାବଦରେ ପଚରାଯାଇଥିଲା। ହେଲେ ସେ ଫେସବୁକ ଆକାଉଣ୍ଟ କଥା କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ସେ କେବେବି ଫେସବୁକ ପରିଚାଳନା କରନ୍ତି ନାହିଁ ବୋଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଁ ବିଜେପିରେ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର 5B ଏବଂ କେଉଁଝର ଲୋକସଭା ନେଇ ହିସାବ ନିକାସ କରୁଛି ବିଜେଡି

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସେହିପରି 15ଟି ଆସନ ଘୋଷଣା କରିଛି ବିଜେଡି। ଫଳରେ ଏ ପର୍ଯ୍ୟନ୍ତ ଦଳ ଆଉ 6 ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସେଗୁଡିକ ହେଲା 5B ଏବଂ କେଉଁଝର ଲୋକସଭା ଆସନ।

5B ଭାବେ ଯେଉଁ ଲୋକସଭା ଆସନ ବାକି ରହିଛି ସେଗୁଡିକ ହେଲା ବଲାଙ୍ଗିର, ବରଗଡ, ବାଲେଶ୍ବର, ଭଦ୍ରକ ଏବଂ ବ୍ରହ୍ମପୁର ସହିତ କେଉଁଝର। ଏହି ଆସନ ନେଇ ବିଜେଡି ତରଫରୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ଜାରୀ ରଖିଛନ୍ତି।