Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ, ଅପରାହ୍ନ ଗୋଟାଏ ସୁଦ୍ଧା ଦୁଇ ଆସନରେ ଭୋଟ ହାର 40.51 ପ୍ରତିଶତ

ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରତିଶତ ଆସିଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ଗୋଟାଏ ସୁଦ୍ଧା 40.51 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।  ତେବେ ଏହି ପର୍ଯ୍ୟାୟରେ ବାଲେଶ୍ବରରେ 41.36 ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ 39.68 ପ୍ରତିଶତ ହୋଇଛି। ଏହି ମତଦାନ ହାର ପରବର୍ତ୍ତି ସମୟରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଉପନିର୍ବାଚନ ପ୍ରଚାରରେ ଭାଗ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ କଲେ ଟ୍ୟାର୍ଗେଟ

ଭୁବନେଶ୍ୱର/ଜଗତସିଂହପୁର, ମୋଦି ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଚରମ ସୀମାରେ ପହଞ୍ଚିଛି । ଏହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ଼୍‌-୧୯ ମୁକାବିଲା ଓ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି ।

ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତୋଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଅବସ୍ଥା କଣ କରିଛି? ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟରେ ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲେ ରାଜ୍ୟର ଲକ୍ଷାଧିକ ଗରିବ ଲୋକମାନେ ଲାଭ ପାଇପାରିବେ ।

ରାଜ୍ୟ ସରକାର ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ପ୍ରତିଶ୍ରୁତି ମଧ୍ୟ ଏଯାଏଁ ପୂରଣ କଲେ ନାହିଁ । ଅନ୍ୟପକ୍ଷରେ ମୋଦି ସରକାର ଓଡ଼ିଶାକୁ ମୁକ୍ତ ହସ୍ତରେ ସହାୟତା କରିବା ପାଇଁ ପ୍ରସ୍ତୁତ । ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କଟିବଦ୍ଧ ଥିବା ମୋଦି ସରକାରଙ୍କ ହାତମୁଠାକୁ ଅଧିକ ଟାଣ କରିବା ପାଇଁ ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତିର୍ତୋଲବାସୀ ଭୋଟ ଦେଇ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବେ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି ଭର୍ଚୁଆଲ ରାଲିରେ ଭୂବନେଶ୍ୱରଠାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡା.ଲେଖାଶ୍ରୀ ସାମନ୍ତସିଂହାର, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ; ତିର୍ତୋଲଠାରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ତିର୍ତୋାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ମହାରଣା, ଦିଲୀପ ମହାନ୍ତି, ପ୍ରମୋଦ ପ୍ରଧାନ, ରୂପକ ଖୁଂଟିଆ, ମଣ୍ଡଳ ସଭାପତି ସୁନନ୍ଦ ବିଶ୍ୱାଳ, ଶୁଶାନ୍ତ ମହାନ୍ତି, ବିଶ୍ୱଜିତ ନାୟକ, ସୁଦର୍ଶନ ପଣ୍ଡା, ଆଲୋକ ପଣ୍ଡା ପ୍ରମୁଖ ସମେତ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ  ମଧ୍ୟ ଓଡ଼ିଶାରେ ଦୁଇଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ପୂର୍ବରୁ ବାଲେଶ୍ବର ପାଇଁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ନିକଟରେ କଂଗ୍ରେସ ପ୍ରଭାରୀ ଓଡିଶା ଆସି ଏହି ଦୁଇ ଉପନିର୍ବାଚନ ପାଇଁ ନେତାମାନଙ୍କ ସହିତ ଆଲୋଚନା କରିଥିଲେ।