Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷଙ୍କ ଅଚାନକ କେନ୍ଦ୍ରାପଡା ଡିଭିଜନ ପରିଦର୍ଶନ

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ କାର୍ଯ୍ୟରତ ମୋଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଯାଞ୍ଚ କରିବା ସହ ପ୍ରକୃତ ଉପସ୍ଥିତି ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ଅବଗତ ହୋଇଥିଲେ।

ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନର  କାର୍ଯ୍ୟ ତଦାରଖ ଓ ସମୀକ୍ଷା କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ।

ଜିଲ୍ଲାରେ ଥିବା  ଉଠା ଜଳସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ପୂର୍ବକ  କୃଷି ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଡିଭିଜନର ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ  କେନ୍ଦ୍ରାପଡା ଏଲ୍.ଆଇ ଡିଭିଜନ ଏବଂ ସବ୍ ଡିଭିଜନ ପୁରୁଣା କୋଠାର ନବୀକରଣ, ଅନୁମୋଦିତ ରାଜ୍ୟ ଯୋଜନା ଅନୁସାରେ ଜିଲ୍ଲାରେ ପୁନଃ କାର୍ଯ୍ୟକ୍ଷମ ଯୋଗ୍ୟ ପ୍ରକଳ୍ପର ମରାମତି କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା ପୂର୍ବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଉଠା ଜଳସେଚନ ମାଧ୍ୟମରେ କୃଷିକ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦେଇ  କୃଷିର ଉନ୍ନତି ସହିତ କୃଷକଙ୍କ ଆୟବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଆଶା ରଖିଛନ୍ତି ତାହାକୁ ପୂରଣ କରିବାରେ ଡିଭିଜନର ଯନ୍ତ୍ରୀମାନେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ  ଆଦି ସଂପୃକ୍ତ ବିଭାଗ ସହିତ କୃଷକ ତଥା ପାଣି ପଂଚାୟତ ସଦସ୍ୟମାନଙ୍କ ସହିତ ସୁସମନ୍ୱୟ ରଖି କାର୍ଯ୍ୟ କରିବାକୁ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ।

ଆଗାମୀ ରବି ଋତୁ ପାଇଁ  ଉଠା ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ ରଖିବାକୁ ସେ କହିଥିଲେ। ତତ୍ ସହିତ  ଓ.ଏଲ୍.ଆଇ.ସି ତରଫରୁ କେନ୍ଦ୍ରାପଡା ଡିଭିଜନ ପାଇଁ ସମୟ ଅନୁସାରେ ବିଭନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ  ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି, ତାହାକୁ “୫-ଟି” ଆଧାରରେ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ ଅନ୍ତର୍ଗତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ କହିଥିଲେ। ଏଥି ସହିତ ଶ୍ରୀ ପତ୍ରୀ କର୍ମଚାରୀମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ନିର୍ବାହୀ ଯନ୍ତ୍ରୀ, କେନ୍ଦ୍ରାପଡା  ଶ୍ରୀ ପବିତ୍ର ପରିଡା, ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ଶ୍ରୀ ନିମାଇଁ ଚରଣ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ,ଏଲ୍ .ଆଇ୍. ସବ୍ ଡିଭିଜନ, କେନ୍ଦ୍ରାପଡା ଶ୍ରୀ ରଘୁନାଥ ବେହେରା, ବିଭାଗୀୟ ସହାୟକ ବଟକୃଷ୍ଣ ସେଠୀ, ମୁଖ୍ୟ କିରାଣୀ ସଂଜୟ କୁମାର ପଣ୍ଡା ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ଯୋଗଦେଲେ ପ୍ରମୋଦ କୁମାର ପାଢୀ

ଭୁବନେଶ୍ୱର: ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ଶ୍ରୀପ୍ରମୋଦ କୁମାର ପାଢୀ ଆଜି କାର‌୍ୟ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଢୀ ଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା ନିର୍ଝରିଣୀ ସାମନ୍ତସିଂହାର,ସ୍ୱତନ୍ତ୍ର ଅଧିକାରୀ ପଦ୍ମଜା ଦାସ ଓ ନିଗମର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝି, କେସିସିବିର ସଭାପତି ଶ୍ରୀ ଈଶ୍ୱର ପାଣିଗ୍ରାହୀ, ଉମରକୋଟର ପୂର୍ବତନ ବିଧାୟକ ଶ୍ରୀ ସୁବାସ ଗଣ୍ଡ,ମାଲକାନଗିରି ଏବଂ ନବରଙ୍ଗପୁରସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟ ଶୁଭେଚ୍ଛୁମାନଙ୍କ ଗହଣରେ ଶ୍ରୀ ପାଢୀ କାର୍ଯ୍ୟରେ ଯୋଗଦାନ କରିଥିଲେ ।

ନୂଆ କରି ନିଗମର ଉପଦେଷ୍ଟା ଭାବେ ଯୋଗଦାନ କରିଥିବା ଶ୍ରୀ ପାଢୀଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ନିଗମର ଉପଦେଷ୍ଟା ଭାବେ ଯୋଗଦେଇ ଶ୍ରୀ ପାଢୀ କରିଛନ୍ତି ଯେ, ରାଜ୍ୟରେ କୃଷିର ଉନ୍ନତି ଓ କୃଷକଙ୍କ ଆର୍ଥିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ଉଠା ଜଳସେଚନ ନିଗମ ଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ତାଙ୍କର ପ୍ରୟାସ ଜାରି ରହିବ । ଓଏଲଆଇସି ଅଧ୍ୟକ୍ଷ, ନିଗମର ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଟିମ୍ ଓ୍ୱାର୍କ(ସମ୍ମିଳିତ ପ୍ରଚେଷ୍ଟା)ର ସହ କାର‌୍ୟ୍ୟ କରି ନିଗମର କାର‌୍ୟ୍ୟରେ ରୂପାନ୍ତରୀକରଣ ଆଣିବେ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ ।

ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନୂଆବର୍ଷ ପୂର୍ବରୁ ବିଭିନ୍ନ ବିଭାଗ,କର୍ପୋରେସନ ,ପରିଷଦ, ମେଡିକାଲ କଲେଜ ଓ ହସ୍ପିଟାଲ ସରକାରଙ୍କ ବିଭିନ୍ନ ଯୋଜନାକୁ କାର‌୍ୟ୍ୟକାରୀ କରିବା ପାଇଁ ଉପଦେଷ୍ଟା ନିଯୁକ୍ତି ପାଇଁ ଘୋଷଣା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ବର୍ଷର ପଦାର୍ପଣ ପରିପ୍ରେକ୍ଷୀରେ ଏହାର ପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଗତ ଏକ ତାରିଖରେ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ନିଗମର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ ନିଗମ ଅନେକ କାର‌୍ୟ୍ୟକ୍ରମ ହାତକୁ ନେଇଛି।

ଏହି ଅବସରରେ ଗତ ୨୧ ତାରିଖ ପୂର୍ବାହ୍ଣରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇ.ଏସ୍.ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ନିଗମର ସାସ୍କୃତିକ ପାରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ , ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦାନ କରି ବାର୍ଷିକ ପତ୍ରିକା ଉନ୍ମୋଚନ ପୂର୍ବକ ଓ ସଫଳ ଚାଷୀମନଙ୍କୁ ସମର୍ଦ୍ଧିତ କରିଥିଲେ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଜଳସେଚନ କ୍ଷେତ୍ରରେ ଓଏଲ୍ ଆଇ ସିର ଉଦ୍ୟମ ପ୍ରଶଂସନୀୟ ରହିଛିବୋଲି ପ୍ରକାଶ କରିବା ସହ ନିଗମ ଆଗକୁ ଆହୁରି ଭଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ, ଏବେ ଓଏଲ୍ଆଇସି ଗୋଲ୍ଟଡ କ୍ୟାଟେଗୋରୀରେରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ କୃଷି ଓ କୃଷକର ଉନ୍ନତିରେ ଓଏଲ୍ଆଇସିର କାର‌୍ୟ୍ୟକୁ ପ୍ରସଂସା କରିଥିଲେ ।

ତତ୍ ସହିତ ଉପସ୍ଥିତ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଯେଉଁ ସ୍ଥାନରେ ଅନ୍ୟ ବିଭିନ୍ନ ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ସହଜ ହୋଇପାରୁ ନାହିଁ, ସେ କ୍ଷେତ୍ରରେ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ପାରୁଛି । ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନ ର ଯେଉଁ ଧାର‌୍ୟ୍ୟ ଲକ୍ଷ୍ୟ ଦେଇଛନ୍ତି, ତାହାକୁ ପୂରଣ କରିବାକୁ ଓଏଲ୍ଆଇସି ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ଏହି ବର୍ଷ ଓଏଲ୍ଆଇ ସିଗୋଷ୍ଠୀ ଉଠା ଜଳସେଚନ ନିମନ୍ତେ ଜାତୀୟ ସ୍ତରୀୟ ପୁରସ୍କାରରେ ପୁରସ୍କୃତ ହୋଇଛି । ଏଥିପାଇଁ ସମସ୍ତ କର୍ମଚାରୀ ଓ ଚାଷୀ ଭାଇମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମର୍ଦ୍ଧିତ ଚାଷୀମାନଙ୍କ ମଧ୍ୟରେ ବହୁ ମହିଳା ସଫଳ ଚାଷୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ହୋଇଥିବା ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିବା ବେଳେ ନିଗମର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନିଗମର ସାସ୍କୃତିକ ପରିଷଦ ଦ୍ୱାରା ସାମାଜିକ ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ଣରେ ଶ୍ରୀ ପତ୍ରୀ ଭୁବନେଶ୍ୱରସ୍ଥିତ ଓଏଲଆଇସି ମୁଖ୍ୟ କାର‌୍ୟ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁନର୍ବାର ଏହି କାର୍ଯ୍ୟଭାର ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

କାର୍ଯ୍ୟରେ ଯୋଗ ଦାନ ଅବସରରେ ଓଏଲଆଇସି କାର‌୍ୟ୍ୟାଳୟରରେ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକଇଂ. ବାଲେଶ୍ୱର ନାଥ ସାହୁଙ୍କ ସମେତ କାର‌୍ୟ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ପତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଶ୍ରୀ ପତ୍ରୀ କହିଛନ୍ତି ଯେ, ସବୁଜ ବିପ୍ଲବ ପାଇଁ ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ସବୁବେଳେ ନିରବଚ୍ଛିନ୍ନ ଭାବେ ସହଯୋଗ ଦେଇଆସିଛନ୍ତି । ଓଏଲଆଇସି ଚଳିତ ବର୍ଷ ଏହାର ସ୍ଥାପନର୫୦ବର୍ଷରେ ପଦାର୍ପଣ କରିଛି ।ସହଜରେ ଜଳସେଚନ ସୁବିଧା ଉପଲବ୍ଧ ହୋଇପାରୁନଥିବା ଜମିକୁ ଉଠା ଜଳସେଚନ, ଗଭୀର ସେଚ କୂପ ସ୍ଥାପନ, ନଦୀ ପାର୍ଶ୍ୱ ଉଠା ଜଳସେଚନ, ଗୋଷ୍ଠୀ ଉଠା ଜଳସେଚନ ଆଦି ବିଭିନ୍ନ ବ୍ୟବସ୍ଥା ଜରିଆରେ ଅତିରିକ୍ତ ଜଳସେଚନ ସୁବିଧା କରି ଓଏଲ୍ଆଇସି କୃଷକମାନଙ୍କର ଆସ୍ଥା ଭାଜନ ହୋଇପାରିଛି ।

ସେହିପରି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ଏବଂ ଓ୍ୱାଲ୍ମୀ ଜରିଆରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ।ନିକଟରେ ଓଏଲ୍ଆଇସି ଏହାର ପ୍ରଶଂନୀୟ କାର‌୍ୟ୍ୟ ପାଇଁ ଜାତୀୟ ସ୍ତରରେ ୧୫ ତମ ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆୱାର୍ଡରେ ପୁରସ୍କୃତହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଏବଂ ମୋ ସରକାର ମତାମତ ସଂଗ୍ରହ ପ୍ରକ୍ରିୟାରେ ଓଏଲଆଇସିର ପରିଚାଳନାକୁ ଆହୁରି ଉନ୍ନତ କରି ଏହାକୁ ଶୀର୍ଷ ସୋପାନରେ ପହଁଚାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ଏହାକୁ ପୂରଣ କରିବାରେ ସେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ ବୋଲି ଓଏଲ୍ଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ୫ ବର୍ଷରେ ରାଜ୍ୟରେ ୧ ଲକ୍ଷ ଗଭୀର ସେଚ କୂପ ସ୍ଥାପନ ମାଧ୍ୟମରେ୫ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଛନ୍ତି ।