Categories
ଆଜିର ଖବର ରାଜ୍ୟ ଖବର

୬ ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଓ ଚନ୍ଦ୍ରଶେଖରପୁରଠାରେ ଥିବା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିଛନ୍ତି। ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନର୍ଦ୍ଦେଶକ ଅନୁପମ ସାହା ପ୍ରଶାସନିକ ଶାସନ ବ୍ୟବସ୍ଥା ଏବଂ ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ କହିଥିଲେ। ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ୍‌ ଜେନା ଓ ମୋ ସ୍କୁଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ସେମାନଙ୍କୁ ଅବଗତ କରିଥିଲେ।

୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଛି। ୨୦୨୨ ବ୍ୟାଚ୍‌ ଓଡିଶା କ୍ୟାଡରର ଏହି ୬ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ସ୍ତରରେ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଏକ ବର୍ଷ ତାଲିମ ନେବେ। ଓଡିଶାରେ ତାଲିମ ସମାପ୍ତ ପରେ ସେମାନେ ଉତ୍ତରାଖଣ୍ଡର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ତାଲିମ ଗ୍ରହଣ କରିବେ। ଏହାପରେ ଓଡିଶାରେ ସେମାନଙ୍କ ପାଇଁ ଦିଆଯାଇଥିବା ନିଜ ନିଜ ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୪ ଆଇପିଏସ ଅଫିସରଙ୍କୁ ମିଳିଲା ପଦୋନ୍ନତି: ପାଇଲେ ଡିଜି ପାହ୍ୟା

ଭୁବନେଶ୍ୱର: ୪ ଜଣ ଆଇପିଏସ ଅଫିସରଙ୍କ ଆଜି ପଦନ୍ନୋତି ହୋଇଛି। ଓଡିଶା କ୍ୟାଡରର ୧୯୮୯ ବ୍ୟାଚର ୪ ଜଣ ଆଇପିଏସ ଅଫିସରଙ୍କୁ ଆଜି ପଦୋନ୍ନତି ମିଳିଛି। ଉକ୍ତ ୪ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ.ଏମ ପ୍ରସାଦ, ଏସଏମ ନର୍ଭଣେ, ବି.ରାଧିକା ଓ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କର ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।