Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଅନୁଗୁଳରେ ବିଜେଡି ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ରତ୍ନଭଣ୍ଡାର ଚାବି ହଜିବା ନେଇ ଟାର୍ଗେଟ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ରୋଡ ସୋ ସାରିବା ପରେ ସେ ସିଧା ଅନୁଗୁଳ ଜନସମାବେଶରେ ଯୋଗ ଦେଇଥିଲେ। ସେଠାରେ ସେ ରାଜ୍ୟର ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ସେ ଓଡିଆରେ ଭାଷଣ ଆରମ୍ଭ କରି ଓଡିଆ ଲୋକଙ୍କର ମନ ଜିଣିବା ପାଇଁ ଚେଷ୍ଠା କରିଥିଲେ। ସେ ଓଡିଆରେ ମୋର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ବୋଲି କହିଥିଲେ।

ତେବେ ମୋଦୀ ତାଙ୍କ ଭାଷଣରେ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଆଜି ସକାଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ହେଲେ ଦୁଃଖର କଥା 6 ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କୁଆଡେ ହଜିଯାଇଛି ଯେ, ତାହା ମିଳୁ ନାହିଁ। ଲୋକଙ୍କ ଘର ଚାବି ହଜିଗଲେ ସେମାନେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ତାହା ପାଉଛନ୍ତି। ହେଲେ ସ୍ବୟଂ ଜଗନ୍ନାଥଙ୍କ ଚାବି ହଜିଛି ତାହା ମିଳୁ ନାହିଁ। ସେହିପରି ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ବିଜେଡି ସରକାର କାହିଁକି ସାର୍ବଜନୀନ କରୁ ନାହିଁ ବୋଲି ମୋଦୀ ଲୋକଙ୍କୁ ପ୍ରଶ୍ନ କରିଥିଲେ।

ଓଡିଶାରେ ବିଜେପି ସରକାର କରିବା ପରେ ତାହାର ପ୍ରଥମ କାମ ହେବ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ପ୍ରକାଶ କରାଯିବ। ଜଗନ୍ନାଥଙ୍କ କାମରୁ ଓଡିଶାରେ ବିଜେପି ସରକାରର କାମ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ସେ କହିିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ କୋଟେରୀ ଘେରି କରି ରହିଛି। ଓଡିଶାରେ କାମ ଧିର ଗତିରେ ଚାଲୁଛି। ଡବଲ ଇଂଜନ ସରକାର ଆସିଲେ ଓଡିଶାର କାମ ବେଶ କ୍ଷୀପ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେହିପରି ଓଡିଶାରେ ବିଜେପି ସରକାର ଗଠନ ହେଲେ ଚାଷୀଙ୍କ ସମସ୍ତ ପ୍ରକାରର ସୁବିଧା ମିଳିବ ବୋଲି କହିଥିଲେ। ଏଠାକାର ଚାଷୀ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ପାଉଛନ୍ତି ମାତ୍ର 2100 ଟଙ୍କା। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ତାହା 3100 ଟଙ୍କା ହେବ ବୋଲି ମୋଦୀ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ସେ ଓଡିଶାର ମହିଳାମାନଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଲାଗୁ କରିବେ ବୋଲି ଜନସମାବେଶକୁ ଉଦବୋଧନ ଦେଇଥିଲେ।

ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଏହି ସଭାରେ ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏହି ଦୁଇ ଲୋକସଭା କ୍ଷେତ୍ରରେ ବିଧାନସଭା ପ୍ରାର୍ଥୀ ଯୋଗଦେଇଥିଲେ। ସମସ୍ତଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଜନସମାବେଶକୁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ପୁଣି ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ଓଡିଶାରେ ବିଜେପି ସଫଳତା ହାସଲ କରିବା ପାଇଁ ଦଳ ପ୍ରବଳ ପ୍ରଚେଷ୍ଠା କରିବାରେ ଲାଗିଛି। କେନ୍ଦ୍ରରୁ ଗଣ୍ଡାଗଣ୍ଡା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଓଡିଶା ପ୍ରଚାରରେ ଲଗାଇଛି। ବିଜେଡିକୁ ମାତ ଦେବା ପାଇଁ ବିଜେପି ତାହାର ଆକ୍ରମଣାତ୍ମକ ରଣନୀତି ତିଆରି କରିଛି।

ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ସେ ୨୦ ତାରିଖ ଅର୍ଥାତ ସୋମବାର ଦିନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ। ଏହା ପରେ ପୁରୀର ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି। ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ।

ସେହିପରି ଆଜି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପୂର୍ବାହ୍ନ ୧୦.୦୦ରେ ସମ୍ବଲପୁରର ରେଢ଼ାଖୋଲର ନାକଟିଦେଉଳଠାରେ ଜନସଭାକୁ ସମ୍ବୋଧନ କରିବେ, କେନ୍ଦୁଝରର ପାଟଣାଠାରେ ମଧ୍ୟାହ୍ନ ୧୧. ୪୦ଟାରେ ଜନସଭାକୁ ସମ୍ବୋଧନ କରିବେ ଏବଂ ୧.୩୦ରେ ଖୋର୍ଦ୍ଧାଠାରେ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ଭୁବନେଶ୍ୱରରୁ ବିଜୁ ପଟ୍ଟନାୟକ ବିମାନବନ୍ଦରୁ ମଧ୍ୟାହ୍ନ ୨.୫୫ରେ ପ୍ରତ୍ୟାବର୍ତନ କରିବେ।

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆସନ୍ତା କାଲି ୧୯ ତାରିଖ ଦିନ ପୂର୍ବାହ୍ନ ୧୦.୫୦ରେ ସମ୍ବଲପୁରର କୁଚିଣ୍ଡା କଲେଜ ପଡିଆରେ ଜନସଭା ସମ୍ବୋଧନ କରିବେ।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ୨୧ ତାରିଖ ଦିନ ଓଡିଶା ଆସୁଛନ୍ତି। ସେ ପୂର୍ବାହ୍ନ ୧୨.୫ରେ ସମ୍ବଲପୁରର ରେମେଡ ଗାଁ ପଡିଆ ଜନସଭାକୁ ସମ୍ବୋଧନ କରିବେ। ସେହିଦିନ ସେ ୧.୩୦ରେ କେନ୍ଦୁଝର ମେଡିକାଲ ପଡିଆରେ ଜନସଭା, ମଧ୍ୟାହ୍ନ ୨.୩୫ ଢ଼େଙ୍କାନାଳ ପରଜଙ୍ଗ ବାଟଗାଁ ଖେଳପଡିଆରେ ଜନସଭା, ଅପରାହ୍ନରେ ୩.୪୦ରେ ନୟାଗଡ (ଲାଠିପଡା ଟାଙ୍ଗି ପଡିଆ) ଜନସଭା ସମ୍ବୋଧନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି।

ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ।

ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।