Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦିରାଗାନ୍ଧୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦରଜ

ଭୁବନେଶ୍ୱର: ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ଏକ ଏତଲା ଦରଜ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ୱେବ ପୋର୍ଟାଲର ସମ୍ପାଦକ, ୟୁଟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦାଖଲ କରାଯାଇଛି।

ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ମା କମଳା ନେହେରୁ, ଜବାହାରଲାଲ ନେହୁରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି। ଏପରିକି ଜାତୀର ଜନକ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି।

ଅନ୍ୟପକ୍ଷରେ ମୁସଲମାନ ସଂପ୍ରଦାୟକୁ ମଧ୍ୟ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଛି। ସୁତରାଂ ଏହି ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅଶୋକ ଦାସ, ପ୍ରଭାବତି ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଆଶିଷ ମଲ୍ଲିକ, ପମି ମିଶ୍ର, ମାମିନା ବେହେରା, ଶ୍ରୀୟା ପଣ୍ଡା, ରୁପଦିପ୍ତା ମହାପାତ୍ର, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ଧରବଳିଆର ସିଂ, ସେକ୍ ତାକୱିନ୍‌, ସୁମନ୍ତ ସ୍ୱାଇଁ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

MEDIA JOBS: ବାହାରିଲା ଓଡିଆ ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ଓଡିଶାର ତିନୋଟି ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ଚ୍ୟାନେଲ ମଧ୍ୟରୁ ଦୁଇଟି ସାଟେଲାଇଟ ଚ୍ୟାନେଲ। ଅନ୍ୟ ଗୋଟିଏ ହେଉଛି ୟୁଟ୍ୟୁବ ଚ୍ୟାନେଲ ସହିତ ଖବରକାଗଜ। ଯେଉଁ ଦୁଇଟି ସାଟେଲାଇଟ ଚ୍ୟାନଲ ନିଯୁକ୍ତି ବିଜ୍ଞାପନ ବାହାରିଛି ତାହା ହେଲା ନନ୍ଦିଘୋଷ ଟିଭି ଏବଂ ଅର୍ଗସ ଟିଭି। ନନ୍ଦିଘୋଷ ଟିଭି ପାଇଁ ଯେଉଁ ପଦବୀ ନିମନ୍ତେ ନିଯୁକ୍ତି ବାହାରିଛି ତାହା ହେଲା

ସେହିପରି ଅନ୍ୟତମ ନ୍ୟୁଜ ଚ୍ୟାନେଲ ଅର୍ଗସ ପାଇଁ ମଧ୍ୟ ନିଯୁକ୍ତି ବିଜ୍ଞାପନ ବାହାରିଛି। ତେବେ ଏହି ଚ୍ୟାନେଲ ପାଇଁ ମାତ୍ର ଦୁଇଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି। ହେଲେ ଏଥିରେ କେତେ ଜଣ ନିଯୁକ୍ତି ହେବେ ତାହା କୁହାଯାଇ ନାହିଁ। ଯେଉଁ ପଦବୀ ପାଇଁ ନିଯୁକ୍ତି ହେବ ସେଗୁଡିକ ହେଲା।

ଅନ୍ୟତମ ୟୁଟ୍ୟୁବ ଚ୍ୟାନେଲ ଓଡିଶା ଭାସ୍କର ମଧ୍ୟ ତାହାର କଳେବର ବୃଦ୍ଧି କରିବା ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ କରିଛି। ଏହି ସଂସ୍ଥା ଉଭୟ ଖବରକାଗଜ ଏବଂ ୟୁଟ୍ୟୁବ ଚ୍ୟାନେଲ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କରିଛି। ଯେଉଁ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି ସେଗୁଡିକ ହେଲା

ବର୍ତ୍ତମାନ ଓଡିଶାରେ ନିର୍ବାଚନ ପାଖେଇ ଆସୁଥିବାରୁ ଓଡିଶାର ଗଣମାଧ୍ୟମ ତାହାର ସଂସ୍ଥାକୁ ସୁଦୃଢ କରିବା ଆରମ୍ଭ କରିଛନ୍ତି।