Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ ଆଗରେ, ଜାଣନ୍ତୁ କେତେ ପାଇଲେ ଭୋଟ

ଭୁବନେଶ୍ବର: ଓଡିଶାର ବିଭିନ୍ନ ଆସନରେ ବିଜେପି ଅଗ୍ରସର ହେବାରେ ଲାଗିଛି। ସେହି ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ସେ 8781 ଭୋଟରେ ଆଗୁଆ ଅଛନ୍ତି। ବିଭିନ୍ନ ପ୍ରାର୍ଥୀ ପାଇଥିବା ଭୋଟ ହେଲା

1- ଅପରାଜିତା ଷଡଙ୍ଗୀ, ବିଜେପି- 127501

2- ମନ୍ନଥ ରାଉତରାୟ, ବିଜେଡି- 118720

3- ସୟଦ ୟାସିର ନୱାଜ- 14295

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେତେ ଅଛନ୍ତି ଭୋଟର, କେତୋଟି ଭୋଟ କେନ୍ଦ୍ର, କେତେ ପ୍ରାର୍ଥୀ

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା  ଓଡ଼ିଶାର ଡ୍ବିତୀୟ ପର୍ଯ୍ୟାୟର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ ।

ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି । ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି ।

ମତଦାନ କେନ୍ଦ୍ର

ଏହି ପର୍ଯ୍ୟାୟରେ ମୋଟ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପଞ୍ଚମ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୫୫,୮୮୨ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୮୧୨ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୧,୦୭,୮୨୩ ଜଣ ଭିନ୍ନକ୍ଷମ ମତଦାତା, ୪୬ ଜଣ ପ୍ରବାସୀ ମତଦାତା ଓ ୧୦, ୬୩୦ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ୯୧୪୮ ମତଦାନ କେନ୍ଦ୍ର ମଧ୍ୟରୁ ୧୦୯୦ଟି ସହରାଞ୍ଚଳ ଓ ୮୦୫୮ଟି ଗ୍ରାମାଞ୍ଚଳରେ ରହିଛି। ଏହା ମଧ୍ୟରେ ୧୦୪୧ଟି ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ୨୫ଟି ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି।

ମୋଟ ପ୍ରାର୍ଥୀ ସଂଖ୍ୟା

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଅସ୍କା ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ (ପୁରୁଷ-୩୪, ମହିଳା-୬) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୬୫ ଜଣ (ପୁରୁଷ-୨୨୪, ମହିଳା-୪୧) ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ୍‌

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୧୧,୬୧୧ଟି ବାଲାଟ୍‌ ୟୁନିଟ୍‌, ୧୧,୬୧୧ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୨,୭୬୨ଟି ଭିଭିପାଟ Commission ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧,୬୩୨ଟି ବାଲାଟ ୟୁନିଟ୍‌, ୧୧,୬୩୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୨୭୬୮ଟି ଭିଭିପାଟ୍‌ Commission ହୋଇଛି ।

ମତଦାନ ପାଇଁ ବ୍ୟବସ୍ଥା

1- ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସେ୍ୱଚ୍ଛାସେବୀମାନେ ରହିବେ।ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।
2-ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍‌ରେ ପାନୀୟ ଜଳ, ଶୌଚାଳୟ ଓ ଛାଇଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି ।
3-ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍‌କୁ ଓ ବୁଥ୍‌ରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଲ୍କ ଯାନର ବ୍ୟବସ୍ଥା କରାଯାଇଛି ।
4-ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।
5-ସମସ୍ତ ସଖୀ ବୁଥ୍‌ରେ ମହିଳା ସୁରକ୍ଷାକର୍ମୀ ମୁତୟନ ରହିବେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ ମୋଟ ଚାରିଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।