Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING, ଓଡିଶାରେ ବଢିପାରେ ଲକ ଡାଉନ, ଆଜି ଅପରାହ୍ନରେ ସରକାରଙ୍କ ବଡ ଘୋଷଣା

ଭୁବନେଶ୍ବର, ଆଉ ଚାରିଦିନ ପରେ ସରିବ ଲକ ଡାଉନର ଅବଧି। ଏହି ସମୟରେ ରାଜ୍ୟର କରୋନା ସଂକ୍ରାମଣକୁ ସାମାନ୍ୟ ରୋକିବାରେ ସମର୍ଥ ହୋଇଛି। ହେଲେ ପରବର୍ତ୍ତି ଭୟଙ୍କର ସ୍ଥିତିକୁ ଏଡାଇବା ପାଇଁ ପୁଣି ଲକ ଡାଉନ ବଢିପାରେ ବୋଲି ଆଶା କରାଯାଉଛି।

ଏପରି ପରିସ୍ଥିତିରେ ଆଜି ରାଜ୍ୟ ସରକାରଙ୍କ ତରଫରୁ ଅପରାହ୍ନ 4ଟା 30 ମିନିଟରେ କୋରନା ସଂକ୍ରାନ୍ତରେ ବଡ ନିଷ୍ପତିର ଘୋଷଣା ଅଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଘୋଷଣା କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଥରେ ସାରା ଓଡିଶାରେ ଲକ ଡାଉନ ସମ୍ଭାବନା, ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ଆସନ୍ତାକାଲି ଦିନ 10ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସଂକ୍ରାନ୍ତରେ ଏକ ବଡ ଘୋଷଣା କରିବେ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି କରୋନା ପରିଚାଳନା ନେଇ କଣ କହିବେ ମୁଖ୍ୟ ଶାସନ ସଚିବ ସେ ନେଇ ସମସ୍ତଙ୍କର ଅପେକ୍ଷା।

ତେବେ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଲା ରାଜ୍ୟରେ ପୁଣି ଥରେ ଲକଡାଉନ ଘୋଷଣା ହୋଇପାରେ। କାରଣ ବର୍ତ୍ତମାନ ଓଡିଶାର ସ୍ଥିତି ଧିରେ ଧିରେ ସଙ୍କଟମୟ ପରିସ୍ଥିତି ଆଡକୁ ଗତିକରିବାରେ ଲାଗିଛି। ବିଗତ ଦିନର କରୋନା ଗ୍ରାଫକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି।

ଶନିବାର ଦିନ ଯେଉଁ କରୋନା ଗ୍ରାଫ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଲା। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ଏହିପରି ବଢି ବଢି ଦିନକୁ 25 ହଜାର ଟପିଗଲା। ଫଳରେ ସେଠାକାର ସ୍ବାସ୍ଥ୍ୟ ବ୍ୟବସ୍ଥା ଭୂଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ଓଡିଶା ସେଇ ଆଡକୁ ମୁହାଁଇବାରେ ଲାଗିଛି। କାରଣ ଦ୍ବିତୀୟ ଲହରରେ ପ୍ରଥମେ ଏହା ଏକ ହଜାରରୁ ଦୁଇ ହଜାର ଭିତରେ ରହୁଥିଲା। ଶେଷରେ ଏହା ବଢିବଢି 4 ହଜାରରୁ 5 ହଜାର ମଧ୍ୟରେ ରହିଲା। ଏହିପରି ଭାବେ ବଢି ବଢି ବର୍ତ୍ତମାନ ଏହା 10 ହଜାର ଟପିଗଲାଣି। ବିଶେଷ କରି ଭୁବନେଶ୍ବରର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଏକ ବଡ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହେଲାଣି। ଯଦି ତାହା ନ କରନ୍ତି ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମେ ମାସ ହେଉଛି ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ। ଏହି ମାସଟିକୁ ଠିକରେ ପରିଚାଳନା କରିପାରିଲେ ପରବର୍ତ୍ତି ସମୟରେ କରୋନାକୁ ସମ୍ଭାଳି ହେବ। ସେଥିପାଇଁ ରବିବାରରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଘୋଷଣା କରିବାକୁ ବାଧ୍ୟ ହେଉଛନ୍ତି।