ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଏ ନେଇ
ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ଟଣ୍ଡନଙ୍କ ନାମ ସୁପାରିସ୍ କରାଯାଇଛି। ଜଷ୍ଟିସ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି। ସେ ୨୦୧୦ ମସିହାରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ବର୍ତ୍ତମାନ ସୁଦ୍ଧା ସେ କୋଲକାତା ହାଇକୋର୍ଟର ବିଚାରପତି ଭାବେେ କାର୍ଯ୍ୟ କରୁଛନ୍ତି। ସେ ସର୍ବଭାରତୀୟ ବିଚାରପତିଙ୍କ ରାଙ୍କରେ ସପ୍ତମ ସ୍ଥାନରେ ଅଛନ୍ତି। ଏହି ରାଙ୍କରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରଥମ ସ୍ଥାନରେ ଅଛନ୍ତି। ବିଚାରପତି ପୂର୍ବରୁ ଲେ କୋଲକତା ହାଇକୋର୍ଟର ବରିଷ୍ଠ ଓକିଲ ଭାବେ କାର୍ୟ୍ୟ କରୁଥିଲେ।