Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କଲା କଳିଙ୍ଗ ଉତ୍ସଵ ୨୦୨୨

ଭୁବନେଶ୍ବର: ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨। ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନିଆ କଳିଙ୍ଗ ଉତ୍ସବରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି। ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା। ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନ ର ୧୨ ଟି ଷ୍ଟଲ୍ ଏହି ଉତ୍ସବ ରେ ରହିଛି।

ଭାରତ ସରକାରଙ୍କ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳା କୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବର ଲକ୍ଷ୍ୟ।
କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ ଓ ଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଯୁକ୍ତ ମୁଦ୍ଗଲ , ଆଇ ଏମ୍ ଏସ୍ ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଏସ ସି ବର୍ମା ସମେତ ମିନିଷ୍ଟ୍ର ଅଫ କଲଚର ଜୁଗ୍ମ ସଚିବ ଶ୍ରୀମତୀ ଉମାନନ୍ଦୁରି ପ୍ରମୁଖ ଯୋଗ ଦେଇଥିଲେ।

ଶ୍ରୀମତୀ ଉମାନନ୍ଦୁରୀଙ୍କ ପରିକଳ୍ପନା ଓ ତତ୍ତ୍ବବଧାନରେ କଳିଙ୍ଗ ମହୋତ୍ସବ ଅନୁଷ୍ଟିତ ହୋଇଥିଲା।

ଏହି ଅବସରରେ ଓଡିଶା ଆଦିବାସୀ ସଂସ୍କୃତି ଓ ପରମ୍ପରା ନୃତ୍ୟକଳା ସଂପର୍କରେ ଆଧାରିତ ପ୍ରଫେସର ଉପେନ୍ଦ୍ର ପାଢୀଙ୍କ ରଚିତ “ଭରତ ପଙ୍କଜ” ପୁସ୍ତକ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି: ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।

ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତ୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫିକୁ ସ୍ୱାଗତ କରାଯାଇଥିଲା।
ଏନ୍‌ସିସି କ୍ୟାଡେଟ୍ ଓ ସୁମା ସିକ୍ୟୁରିଟି ଏଜେନ୍ସି ର ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଟ୍ରଫିକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ପୋଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା।

ଓଡିଶା ସରକାରଙ୍କ ସାମାଜିକ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମ୍ରିତ୍ କୁଲାଙ୍ଗେ ଓ ବିଏମ୍‌ସି ର ବିଭିନ୍ନ ୱାର୍ଡର କପୋରେର୍ଟର ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ପଣ୍ଡା ଟ୍ରଫିର ଏଭଳି ଅଭୁତପୂର୍ବ ସ୍ୱାଗତ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଦେବା ସହ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱ କପ୍ ର ଆୟୋଜନ କରିବା ରାଜ୍ୟର ସମ୍ମାନ ବଢାଇଛି ବୋଲି କହିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ର ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ରୂପେ ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀ ଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ବିଶ୍ୱକପ୍ ପାଇଁ ଓଡିଶା ଆସୁଥିବା ଆର୍ନ୍ତଜାତିକ ଖେଳାଳି, ଗଣମାଧ୍ୟମ ପ୍ରତିିନିଧି, କର୍ମକତା ଓ ସମର୍ଥକ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓଡିଶାବାସୀ ଙ୍କ କର୍ତବ୍ୟ ବୋଲି ସେ କହିଥିଲେ ।ମେୟର ଶ୍ରୀମତୀ ଦାଶ ମଧ୍ୟ କହିଥିଲେ ଯେ ଚାମ୍ପିଅନସିପ୍ ସମୟ ରେ ଓଡିଶା ଆସୁଥିବା ବିଦେଶୀ କ୍ରୀଡା ପ୍ରେମୀଙ୍କୁ ଉଚିତ୍ ସାହାଯ୍ୟ ଓ ସହଯୋଗ କରିବା ସମସ୍ତଙ୍କ ର ଦାୟିତ୍ୱ।ସୋଆ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ କୁ ଟ୍ରଫି ଆସିଥିବା ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଭାରତୀୟ ଦଳ ମଧ୍ୟ ଏହି ଚାମ୍ପିୟନସିପ୍ ରେ ଉତମ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶା କରିଥିଲେ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ର ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀକ ହକି ଷ୍ଟାଡିୟମ୍‌ରେ ଖେଳାଯିବ।

ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଟିଇଆର ର ଡିନ୍ ପ୍ରଫେସର ପି.କେ.ସାହୁ ,ଆଇଡିଏସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ନିର୍ଦ୍ଦେଶକ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା କେ. ଶର୍ମା, ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍‌ସ ଦେବପ୍ରସାଦ ଦାଶ ଓ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
Christmas22 ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସାରା ଓଡ଼ିଶାରେ ହର୍ଷ ଓ ଆନନ୍ଦରେ ପାଳିତ ହେଉଛି ‘ବଡଦିନ’

ଭୁବନେଶ୍ବର: ସାରା ଓଡ଼ିଶାରେ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍‌ ବଡଦିନ ପାଇଁ ସାରା ରାଜ୍ୟରେ ଏକ ଖୁସିର ଉତ୍ସବ ଲାଗି ରହିଛି। ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ସ୍ବତନ୍ତ୍ର ପ୍ରାର୍ଥନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଆଜି ମଧ୍ୟରାତ୍ରିରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିବାବେଳେ ଏହାକୁ ବେଶ୍‌ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀମାନେ।

ବଡ଼ଦିନ ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଆଲୋକସଜ୍ଜା କରାଯିବା ସହିତ କ୍ରିସମାସ ଟ୍ରି, ମହମବତୀ ଓ ଘଣ୍ଟି ଦ୍ବାରା ସଜାଯାଇଛି। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ଏଥିରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚର୍ଚ୍ଚ ପକ୍ଷରୁ ଭଜନ, ପ୍ରାର୍ଥନା, ଗୀତ ଓ ଉପହାର ଆଦାନ ପ୍ରଦାନ  କରାଯାଇଥିଲା। ଭୁବନେଶ୍ବର କଟକ ବ୍ୟତୀତ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବରେ ବଡଦିନ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଡ ଦିନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କନ୍ଧମାଳରେ ବଡ଼ଦିନ ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବଡଦିନରେ ସୋଆ କ୍ୟାମ୍ପସ୍ ପରିଭ୍ରମଣ କରିବ ବିଶ୍ୱକପ୍ ହକି ଟ୍ରଫି

ଭୁବନେଶ୍ୱର: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ। ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଉଥିôବା ବେଳେ ଡିସେମ୍ବର ୨୫ରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ସାରା ବୁଲିବ ଏହି ଟ୍ରଫି।

ଏହି ଟ୍ରଫି ବର୍ତ୍ତମାନ ସାରା ଦେଶରେ ବୁଲି ବୁଲି ପ୍ରଦର୍ଶିତ ହେଉଥିବା ବେଳେ ଆସନ୍ତା ଡିସେମ୍ବର ୨୫ ରେ ଭୁବନେଶ୍ୱରରେ ପହଂଚିବ ଏବଂ ସାଧାରଣ ଜନତା ଏହାକୁ ଦେଖିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ।

ଏହି ଟ୍ରଫିଟି ସୋଆର କ୍ୟାମ୍ପସ ୨ ସଂଲଗ୍ନ ନୂତନ ଷ୍ଟାଡିୟମ୍‌ରେ କିଛି ସମୟ ପାଇଁ ରଖାଯିବାର କାର୍ଯ୍ୟକ୍ରମ ଥିôବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ଏହି ଟ୍ରଫିକୁ ଦେଖବାର ସୁଯୋଗ ପାଇବେ ଏବଂ ହକି ବିଶ୍ୱକପ୍ ଭଳି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ଅଂଶୀ ହୋଇପାରିବେ। ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆ ପକ୍ଷରୁ ଏହି ଟ୍ରଫିକୁ ସ୍ୱାଗତ କରିବେ। ଏନ୍‌ସିସି କ୍ୟାଡେଟ୍‌ମାନେ ପରେଡ୍ ମାର୍ଚ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରଖାଯାଇଛି।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ରେ ଆୟୋଜିତ ହୋଇଥିବା ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଚଳିତ ଥର ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଖେଳାଯିବାର ଆୟୋଜନ କରାଯାଇଛି।

Categories
ବିଶେଷ ଖବର

ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ: ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

କୋଲକାତା: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତା ଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ, ଓଡ଼ିଶାର ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରିଷଦ ଅଧୀନରେ ଆସୁଥିବା ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୮ ବର୍ଷ ମଧ୍ୟରେ କ୍ଷେତ୍ରୀୟ ପରିଷଦର ବୈଠକରେ ୧୦୦୦ରୁ ଅଧିକ ବିଷୟ ଉପରେ ଆଲୋଚନା ହୋଇଛି ସେଥିମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ ହୋଇଛି। ଏହା ବହୁତ ବଡ଼ ସଫଳତା। ସେ କହିଥିଲେ ଯେ ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ କ୍ଷେତ୍ର ପରିଷଦର ମୋଟ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା (ବାର୍ଷିକ ହାରାହାରୀ ଗୋଟିଏରୁ ମଧ୍ୟ କମ ବୈଠକ), କିନ୍ତୁ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୮ ବର୍ଷ ମଧ୍ୟରେ, କୋଭିଡ ମହାମାରୀ ସତ୍ତ୍ବେ, ମୋଟ୍‌ ୨୩ଟି ବୈଠକ (ଆଜିକୁ ମିଶାଇ) ଅନୁଷ୍ଠିତ ହୋଇସାରିଛି (ବାର୍ଷିକ ହାରାହାରୀ ୩ଟି ବୈଠକ)। ଶ୍ରୀ ଶାହା କହିଥିଲେ ଯେ,  କ୍ଷେତ୍ରୀୟ ପରିଷଦ ବୈଠକର ପୁନରାବୃତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏବଂ ଏହାର ପରିଣାମ ମଧ୍ୟ ମିଳିଛି ଯାହାକୁ ସବୁ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ସହଯୋଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ସକ୍ରିୟ ଭୂମିକା ଗ୍ରହଣ କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ବିଗତ ବର୍ଷଗୁଡ଼ିକ ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକଶିତ କରିବା ଲାଗି ଯଥେଷ୍ଟ କାର୍ଯ୍ୟ କରିଛନ୍ତି। ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତିଶକ୍ତି ଯୋଜନାର ପରିକଳ୍ପନାରେ ଏକ ବଡ଼ ଭାଗ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ରହିଛି କାରଣ ଶ୍ରୀ ମୋଦୀ ସବୁବେଳେ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରି ଆସିଛନ୍ତି। ଆସନ୍ତା ୨୫ ବର୍ଷ ସ୍ବାଧୀନତାର ଅମୃତ କାଳ ସମୟରେ ଭାରତର ବିକାଶ ଯାତ୍ରାରେ ଦେଶର ପୂର୍ବାଞ୍ଚଳ କ୍ଷେତ୍ର ମହତ୍ବପୂର୍ଣ୍ଣ ଯୋଗଦାନ ଦେବ। ଶ୍ରୀ ଅମିତ ଶାହା କହିଥିଲେ ଯେ, ୨୫ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକ ଭଲ ଓ ସକାରାତ୍ମକ ପରିବେଶରେ ଅନୁଷ୍ଠିତ ହୋଇଛି, ଅନେକ ପ୍ରସଙ୍ଗରେ ସହମତି ହୋଇଛି ଏବଂ ବାକି ପ୍ରସଙ୍ଗ ଉପରେ ମଧ୍ୟ ଆପୋସ ବିଚାରବିମର୍ଶ କରାଯାଇ ସମସ୍ୟାର ସମାଧାନ କରାଯିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ବାମପନ୍ଥୀ ଉଗ୍ରବାଦ ମୁକ୍ତ ହୋଇସାରିଛି ଏବଂ ଏହି ନିର୍ଣ୍ଣାୟକ ପ୍ରଭାବକୁ ବଜାୟ ରଖିବା ଲାଗି ପ୍ରୟାସ କରାଯିବା ଉଚିତ। ଏସବୁ ରାଜ୍ୟକୁ ବାମପନ୍ଥୀ ଉଗ୍ରବାଦ ମୁକ୍ତ ରଖିବା ଏବଂ ଦେଶର ଅନ୍ୟ ପ୍ରାନ୍ତ ଭଳି ସମାନ ବିକାଶ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ନାର୍କୋଟିକ୍ସ ନିରାକରଣ ଲାଗି ଏନସିଓଆରଡି ପ୍ରଣାଳୀର ଜିଲ୍ଲାସ୍ତରୀୟ ଢାଞ୍ଚ ଓ ଏହାର ନିୟମିତ ବୈଠକ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ। ସେ କହିଥିଲେ ଯେ ଆଜି ଦେଶରେ ମାଦକ ଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଡ୍ରଗ୍ସ ବିରୋଧରେ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି।

ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମୟରେ ରାଜ୍ୟମାନଙ୍କର ସାଂସ୍କୃତିକ ବିବିଧତା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସିଟିଭିଏସ୍ ଟିମ୍ ଦ୍ୱାରା ଜଟିଳ ହୃଦ ଅସ୍ତ୍ରୋପଚାର ସମ୍ପାଦିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଟିମ୍ ଦ୍ୱାରା ଜୀବନ ପ୍ରତି ବିପଦ ଥିବା ଦୁଇ ଜଣ ରୋଗୀଙ୍କର ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି।

ଏହି ଜୀବନ ପ୍ରତି ବିପଦ ଥିବା ଭଳି ବ୍ୟାଧିରେ ମୃତ୍ୟୁ ହାର ଖୁବ୍ ଅଧିକ। ତେଣୁ ଏଭଳି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବାରୁ ବିଳମ୍ବ ହେତୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ବୁଧବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ସୂଚନା ଦେଇଛନ୍ତି।

ଆଓର୍ଟିକ୍ ରୁଟ ରିପ୍ଲେସମେଂଟ ଓ ଆର୍ଚ୍ଚ ରିପ୍ଲେସ୍‌ମେଂଟ ଭଳି ଜଟିଳ ହୃଦ ଅସ୍ତ୍ରୋପଚାର ଭାରତର ମାତ୍ର ଅଳ୍ପ କେତୋଟି ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଥିବା ବେଳେ ଏହା ଏବେ ସମ୍ ହସ୍ପିଟାଲ୍‌ରେ ମଧ୍ୟ କରାଯାଉଛି ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦେବଗଡ ଜିଲ୍ଲାର ୨୬ ବର୍ଷିୟ ଯୁବକ ଅନାଦି ଚରଣ ସାହୁଙ୍କ ଶରୀରରେ କରାଯାଇଥିଲା। ୧୫ ଘଂଟାର ଏହି ଅସ୍ତ୍ରୋପଚାରରେ ଆଓର୍ଟିକ୍ ରୁଟ୍ ରିପ୍ଲେସ୍‌ମେଂଟ ଏବଂ ଆର୍ଚ୍ଚ ରିପ୍ଲେସ୍‌ମେଂଟ କରାଯାଇଥିଲା।

ରୋଗୀ ଜଣକ ଶରୀରରେ ମାରଫାନ୍ ସିଣ୍ଡ୍ରୋମ୍ ଭଳି ବଂଶଗତ ତୃଟି ଦେଖାଦେଇଥିଲା ଯେଉଁ କାରଣରୁ ତାଙ୍କ ଶରୀରରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ଏହି ରୋଗରେ ମୃତ୍ୟୁ ହେବାର ଖୁବ୍ ଅଧିକ ବୋଲି ସେ କହିବା ସହ ତାଙ୍କ ଟିମ୍ ଦ୍ୱାରା ଦ୍ୱିତୀୟ ରୋଗୀଙ୍କର ମଧ୍ୟ ସଫଳ ଅସ୍ତ୍ରୋପଚାର ହୋଇପାରିଛି ବୋଲି ସେ କହିଛନ୍ତି।

ସେହିପରି ତାଳଚେର ଅଂଚଳର ୨୨ ବର୍ଷିୟ ବିଶ୍ୱଜିତ୍ ବେହେରା ମଧ୍ୟ ସମାନ୍ ବ୍ୟାଧିରେ ପୀଡ଼ିତ ଥିଲେ ଏବଂ ୮ ଘଂଟାର ଅସ୍ତ୍ରୋପଚାର ପରେ ସେ ସୁସ୍ଥତା ଲାଭ କରିଛନ୍ତି।

ଏହା ଏକ ଜଟିଳ ବ୍ୟାଧି କାରଣ ଏହା ଦ୍ୱାରା କେବଳ ହୃଦ ରୋଗ ନୁହେଁ ଶରୀରର ଅନ୍ୟାନ୍ୟ ଅଂଗ ଯେପରିକି ମସ୍ତିଷ୍କ ଓ କିଡ୍‌ନୀ କୁ ରକ୍ତ ପ୍ରବାହକୁ ବ୍ୟାହତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ଛାତି, ଅଂଟା, ତଳିପେଟରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ଏବଂ ଛାତି ଧଡ଼ଧଡ଼ ହେବା ଭଳି ସମସ୍ୟା ଦେଖାଦିଏ ବୋଲି ସେ କହିଛନ୍ତି।

ଏହି ଦୁଇଟି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ସାହୁଙ୍କ ସମେତ କାର୍ଡିଆକ୍ ଆନେସ୍‌ଥେସିଆ ବିଭାଗର କନ୍‌ସଲଟାଂଟ ଡାକ୍ତର ସୁଶାନ୍ତ କୁମାର ଭୋଇ ଓ କାର୍ଡି÷ଆକ୍ କନ୍‌ସଲଟାଂଟ ଡାକ୍ତର ମାନଭଞ୍ଜନ ଜେନା କହିଥିଲେ।

ଡାକ୍ତର ଭୋଇ କହିଛନ୍ତି ଯେ ଦୁଇଟି ଅସ୍ତ୍ରୋପଚାର ଖୁବ୍ ବିପଦ ସଂକୁଳ ଥିଲା କିନ୍ତୁ ଆମେ ସଫଳତାର ସହ ଏହା ସମ୍ପାଦିତ କରିପାରିଛୁ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଦୁଇ ଜଣ ରୋଗୀଙ୍କର ଅସ୍ତ୍ରୋପଚାର ଓ ଚିକିତ୍ସା ବିନା ମୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଛି ଓ ଏହି ପ୍ରକାର ଚିକିତ୍ସା ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଟେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଦୁଇ ଜଣ ରୋଗୀ ଅନାଦି ଚରଣ ସାହୁ ଓ ବିଶ୍ୱଜିତ ବେହେରା କହିଥିଲେ ଅସ୍ତ୍ରୋପଚାର ପରେ ସେମାନେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି। “ମୁଁ ଯେତେବେଳେ ହସ୍ପିଟାଲ୍‌କୁ ଆସିଲି ସେତେବେଳେ କଥା କହିପାରୁ ନଥିଲି ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲି। ବର୍ତ୍ତମାନ ମୁଁ ଖୁବ୍ ସୁସ୍ଥ ଅନୁଭବ କରୁଛି” ବୋଲି ଅନାଦି ଚରଣ ସାହୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମନ୍ତସିଂହାର, ଡାକ୍ତର ସାହୁ, ଡାକ୍ତର ଭୋଇ, ଡାକ୍ତର ଜେନାଙ୍କ ସମେତ ବିଏସ୍‌କେୱାଇର କର୍ପୋରେଟ ମୁଖ୍ୟ ଡାକ୍ତର ମାଗୁଣି ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ୨ ଦଫା ନେଇ ବିଧାନସଭା ଘେରାଉ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ।

ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁ ନାହିଁ, ଫଳସୁରୁପ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି।

ଏଥି ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ, ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ, କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ। ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି।

ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୨୦ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି, ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଦାବି କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ସଂଘ ସଭାପତି ପଞ୍ଚାନନ ଜେନାଙ୍କ ପ୍ରଚେଷ୍ଟାରେ ୧୦ ହଜାର ଶିକ୍ଷକ ସରକାରଙ୍କ ବିରୁଦ୍ଧରେ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି। ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ସରକାରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ, ବିନୋଦ ମିଶ୍ର, ସତ୍ୟ ଭୂଷଣ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ଏବଂ ହଜାର ହଜାର ଶିକ୍ଷକ ସରକାରଙ୍କୁ ଆନ୍ଦୋଳନ ମାଧ୍ୟ୍ୟମରେ ଚେତାବନ ଦେଇଥିଲେ।

ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀକୁ ମାନି ସରକାର ଆଲୋଚନା ପାଇଁ ଡାକିଥିଲେ। ସଂଘ ପକ୍ଷରୁ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱତୀ ଏସ ଏବଂ ଅତିରିକ୍ତ ଶାସନ ସଚିବ ଅଶ୍ୱନୀ ମିଶ୍ର, ପରାମର୍ଶଦାତା ଖଗେନ୍ଦ୍ର ପାଢ଼ୀଙ୍କ ସହିତ ଆଲୋଚନା କରିଥିଲେ। ସଚିବ ଶିକ୍ଷକଙ୍କ ମୁଖ୍ୟ ଦାବୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ୧୦ ଦିନ ମଧ୍ୟରେ ଚାକିରୀ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସାମୟିକ ସମୟ ପାଇଁ ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଅଛି। ଆଗାମୀ ୧୦ ଦିନ ଭିତରେ ନିୟମିତ ନକଲେ ପୁନଶ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାର ସଂଘ ନିଷ୍ପତ୍ତି ନେଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ ୭୮ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର ଦିଆଯାଇଥିଲା। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଧ୍ୟକ୍ଷତା କରିଥିଲେ। ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଏବଂ ଭାରତୀୟ ହସ୍ତଶିଳ୍ପ ଓ ବୟନଶିଳ୍ପ କ୍ଷେତ୍ରର ମୂଲ୍ୟବାନ ଯୋଗଦାନକୁ ମାନ୍ୟତା ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ।

ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା, ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ପାଇଁ ବିଶିଷ୍ଟ ଶିଳ୍ପକାରମାନଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଶିଳ୍ପଗୁରୁମାନେ ଶିଳ୍ପକଳାର ପ୍ରସାର ଏବଂ ଅନ୍ୟ ଶିଳ୍ପୀମାନଙ୍କୁ ପ୍ରଶିକ୍ଷଣ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏମାନେ ଭାରତର ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଛନ୍ତି। ପୁରସ୍କାର ସ୍ବରୂପ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି, ମାନପତ୍ର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୨୪ ଜଣ ପୁରୁଷ ଏବଂ ୬ ଜଣ ମହିଳା ଶିଳ୍ପକାରଙ୍କୁ ଶିଳ୍ପଗୁରୁ ପୁରସ୍କାର ଦିଆଯାଇଛି। ଜାତୀୟ ଶିଳ୍ପକାର ପୁରସ୍କାର ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବର୍ଗରେ ଉତ୍କୃଷ୍ଟ ଶିଳ୍ପକାରମାନଙ୍କୁ ୧୯୬୫ ମସିହା ଠାରୁ ପ୍ରଦାନ କରାଯାଇ ଆସୁଛି। ପୁରସ୍କାର ସ୍ବରୂପ ଏମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି, ମାନପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାର ବିଜୟ କୁମାର ପରିଡ଼ାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପଗୁରୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଳପତ୍ରରେ ଖୋଦେଇ ଶିଳ୍ପକଳା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ପରିଡ଼ା ୨୦୧୮ ମସିହା ପାଇଁ ଶିଳ୍ପଗୁରୁ ପୁରସ୍କାର ପାଇଛନ୍ତି। ସମାନ ବର୍ଷ ପାଇଁ ଆଉ ଜଣେ ଓଡ଼ିଆ ଶିଳ୍ପୀ ମହେଶ୍ବର ପରିଡ଼ାଙ୍କୁ ଶିଳ୍ପଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରସ୍ତର ଶିଳ୍ପର ବିକାଶ, ସଂରକ୍ଷଣ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

ଅନ୍ୟପକ୍ଷରେ ଓଡ଼ିଶାର ୧୩ଜଣ ଶିଳ୍ପକାରଙ୍କୁ ଜାତୀୟ କୁଶଳୀ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ମସିହା ପାଇଁ ପ୍ରସ୍ତରଶିଳ୍ପୀ ରାକେଶ କୁମାର ମହାରଣା, ଚିତ୍ରକଳା ଶିଳ୍ପୀ ବିରଞ୍ଚି ନାରାୟଣ ବେହେରା, କାଇଁଚ ଶିଳ୍ପୀ ପ୍ରଦୀପ୍ତ କୁମାର ନାୟକ, ପଟ୍ଟଚିତ୍ର ଶିଳ୍ପୀ ସବିତା ମହାପାତ୍ର, ଟସର ଚିତ୍ରକଳା ଶିଳ୍ପୀ ସ୍ବର୍ଣ୍ଣଲତା ମହାପାତ୍ର ସମ୍ମାନିତ ହୋଇଛନ୍ତି। ୨୦୧୮ ମସିହା ପାଇଁ ପ୍ରସ୍ତର ଶିଳ୍ପୀ ରଞ୍ଜନ ମହାରଣା, ତାଳପତ୍ର ଖୋଦେଇ ଶିଳ୍ପୀ ସନ୍ତୋଷ ସେନାପତି, ପଟ୍ଟଚିତ୍ର ଶିଳ୍ପୀ ସଂଘମିତ୍ରା ମହାରଣା, ଟସର ବୟନ ଶିଳ୍ପୀ ରାଜେନ୍ଦ୍ର କୁମାର ମେହେର, କାଇଁଚ ଶିଳ୍ପୀ କୁନି ପାତ୍ରଙ୍କୁ କୁଶଳୀ ଶିଳ୍ପକାର ପୁରସ୍କାର ମିଳିଛି। ୨୦୧୯ ମସିହା ପାଇଁ ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ, ତାଳପତ୍ର ଖୋଦେଇ ଶିଳ୍ପୀ ବିଜୟଲକ୍ଷ୍ମୀ ସ୍ବାଇଁ ଏବଂ ସ୍ବପ୍ନାମଞ୍ଜରୀ ନାୟକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡ଼ିସେମ୍ବର ୭ରେ ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ: ଜାଣନ୍ତୁ କାରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତି ଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁନାହିଁ।

ଫଳସ୍ୱରୂପ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏହା ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବାକୁ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ, ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ।

ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି। ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୧୫ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି। ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଅଭିଯୋଗ କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଆସନ୍ତା ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବା ପାଇଁ ସଂଘ ସଭାପତି ପଞ୍ଚାନନ ଜେନା ପ୍ରେସ ମାଧ୍ୟମରେ ଜଣାଇଛନ୍ତି। ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ମତ ରଖିଛନ୍ତି।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରନ୍ତୁ, ନଚେତ ଆନ୍ଦୋଳନ ତ୍ରୀବ୍ରତର ହେବ ବୋଲି ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ ,ବିନୋଦ ମିଶ୍ର, ସତ୍ୟ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ସିମାଞ୍ଚଳ ସାହୁ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ପ୍ରମୁଖ ସରକାରଙ୍କୁ ଜଣାଇଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ମାନୀତ ହେଲେ ସୋଆ ପ୍ରଫେସର 

ଭୁବନେଶ୍ୱର: ମହାରାଷ୍ଟ୍ର ନାଗପୁରସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳ କରି ଏହାକୁ କିପରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ ଏହାର ପ୍ରୟାସ କରୁଥିବା୧୭ଟି ରାଜ୍ୟର ୫୦ଜଣ ବ୍ୟକ୍ତିଙ୍କୁ ନଭେମ୍ବର ୨୦ରେ ସମ୍ମାନିତ କରାଯାଇଛି। ଏହି ୫୦ ଜଣଙ୍କୁ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ଓଡିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ପଦାର୍ଥ ବିଜ୍ଞାନ ବିଭାଗ ର ପ୍ରଫେସର ନଚିକେତା ଖମାରୀ ଶର୍ମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରର ସଡକ ଓ ପରିବହନ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ଦେଇଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର (ଏନସିଏସଟିସି) ନିର୍ଦ୍ଦେଶକ ଡକ୍ଟର ନକୁଳ ପରାଶର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରୋ- ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଏଆରଟିବିଏସଇର ସଭାପତି ପ୍ରଖ୍ୟାତ ଗାନ୍ଧିବାଦୀ ରଘୁ ଠାକୁର ଅଧ୍ୟକ୍ଷତା କରିଥିଲେ। ଏଥିରେ ଏଆରଟିବିଏସଇର ଉପାଧ୍ୟକ୍ଷ ଶ୍ରୀ ଶୁକ୍ଳା, ସାଧାରଣ ସଂପାଦକ ସୁରେଶ ଅଗ୍ରୱାଲ ଓ ଭେଲର ପୂର୍ବତନ ମହାପ୍ରବନ୍ଧକ ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ପାଇବ ଓଡ଼ିଶା: ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା। ଚଳିତ ବର୍ଷ ଓଡିଶା ପ୍ରାୟ ୧୦ ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୦୧୪ ପୂର୍ବରୁ ରାଜ୍ୟରେ ମାତ୍ର ୨୦ ରୁ ୨୫ କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା। ଗତ ବର୍ଷ ରାଜ୍ୟରେ ପ୍ରାୟ ୧୮୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ ୫୫୦ କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୮ ଟି ଷ୍ଟେସନ୍ କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ ୫-ଜି କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ କରିବେ ଅଂଶଗ୍ରହଣ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡ଼ିଶା ଗସ୍ତ କରୁଛନ୍ତି। ଏହି ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ ଯୋଗଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର ଠାରେ ରେଳପଥ ଅଧିକାରୀ ମାନଙ୍କ ସହିତ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଦର୍ଶକ ନେଇପାରିବେ ‘କଞ୍ଚା ଲଙ୍କା’ର ସ୍ୱାଦ

ଭୁବନେଶ୍ବର: ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ଜବରଦସ୍ତ ଖୁସି ଖବର। ଓଡ଼ିଶାର ପ୍ରିମିୟମ ଇଣ୍ଟରଟେନମେଣ୍ଟ ଆପ ‘କଞ୍ଚା ଲଙ୍କା’ ଏବେ ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲର ଆପର ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଉପଲବ୍ଧ ହେବ।

ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ସାଜିଥିବା ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ଆରମ୍ଭ ହେବା ଦିନଠାରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏବେ ଏହା ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ସ୍ଥାନ ପାଇ ୫,୦୦,୦୦୦ ରୁ ଅଧିକ ଥର ଡାଉନଲୋଡ ହୋଇ ଖାଣ୍ଟି ଓଡ଼ିଆରେ ମନୋରଞ୍ଜନର ମାଧ୍ୟମ ପାଲଟିଛି।

କଞ୍ଚା ଲଙ୍କା ଓ ଏୟାରଟେଲ ଷ୍ଟ୍ରିମର ସହଯୋଗୀତା ଦର୍ଶକମାନଙ୍କ ପାଇଁ ଭଲ ଓଡ଼ିଆ କାହାଣୀ ଓ କଥାବସ୍ତୁ ନେଇ ଆସିବା ସହ ଏୟାରଟେଲ ଉପଭୋକ୍ତାମାନେ ବିଭିନ୍ନ ପ୍ୟାକେଜରେ ଏହାର ଲାଭ ଉଠେଇପାରିବେ ଏବଂ ଏକ୍ସଷ୍ଟ୍ରିମ୍ ଆପରେ ପ୍ରିମିୟମ କାହାଣୀ ସବୁ ଦେଖିପାରିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏୟାରଟେଲ ଏକ୍ସଷ୍ଟ୍ରିମର ୩ ମିଲିୟନ ଯୁକ୍ତ ପେଡ଼ ଗ୍ରାହକ ଅଛନ୍ତି ଏବଂ ଏହା ଲାଇଭ ଟିଭି, ବ୍ଳକବଷ୍ଟର ଚଳଚ୍ଚିତ୍ର, ଟିଭି ଶୋ, ନ୍ୟୁଜ, ୱେବ୍ ସିରିଜ୍, ଲାଇଭ ସ୍ପୋର୍ଟସ୍ ଓ ଭିଡିଓ ଷ୍ଟ୍ରିମଙ୍ଗ ପ୍ୟାକେଜର ସେବା ପ୍ରଦାନ କରେ। ଏହି ସହଭାଗିତା ଦ୍ଵାରା ଦର୍ଶକମାନେ ସୁପର ଇଣ୍ଟରନେଟ ବେଗରେ ଫୁଲ ଏଚଡି ରିଜୋଲୁସନରେ କଞ୍ଚା ଲଙ୍କା ଓ ଏହାର ସ୍ୱତନ୍ତ୍ର କାହାଣୀ ସବୁ ଦେଖିପାରିବେ।

‘କଞ୍ଚା ଲଙ୍କା’ ଓ ‘ଏୟାର୍ଟେଲ’ର ସହଭାଗୀତା ସ୍ଥାପନ ହେଲା ପରେ ଦର୍ଶକମାନେ ସେମାନଙ୍କର ପ୍ରିୟ ଓଟିଟି ସହ ଏୟାରଟେଲ ଏକ୍ସଷ୍ଟ୍ରିମ କେବଳ ଗୋଟିଏ ୟୁଜର ଆଇଡି ଓ ପେମେଣ୍ଟ ସହ ମନୋରଞ୍ଜନର ଖୋରାକ ପାଇବେ ଏବଂ ଏଥିରେ ଆମ ଟିମ ବହୁତ୍ ଖୁସି ବୋଲି କଞ୍ଚା ଲଙ୍କାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି ସ୍କିନ୍ ଡିଜିଜ୍‌, ତୁରନ୍ତ ଟୀକାକରଣ ନିମନ୍ତେ ସଚେତନ କଲା ସୋଆ

ଭୁବନେଶ୍ୱର: ୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍‌ଏସ୍‌ଡି) ପୁଣି ଥରେ ଦେଖାଦେଇଛି ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀ ପକ୍ଷରୁ କୁହାଯାଇଛି।

ଏହି ରୋଗଟି ସଂକ୍ରାମକ ଏବଂ ଟିଙ୍କ ଭଳି ରକ୍ତ ଶୋଷୁଥିବା କୀଟ ଓ ଏଡିସ୍ ମଶା ଦ୍ୱାରା ବ୍ୟାପି ଥାଏ ଏବଂ ପଶୁ ପାଳନ କରୁଥିବା କୃଷକ ମାନଙ୍କର ଏହା ଦ୍ୱାରା ଖୁବ୍ କ୍ଷତି ଘଟିଥାଏ। କାରଣ ଏହା ଦ୍ୱାରା ପଶୁମାନଙ୍କର ମୃତ୍ୟୁ ହେବା ସହିତ ଚିକିତ୍ସା ଖର୍ଚ୍ଚ ଓ ଦୁଗ୍ଧ ଉତ୍ପାଦାନ ୨୦ ପ୍ରତିଶତ ହ୍ରାସ ହେବା ଦ୍ୱାରା ପ୍ରଭୃତ କ୍ଷତି ଘଟିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଏହି ମାରାତ୍ମକ ଚର୍ମ ରୋଗରେ ୩ ପ୍ରକାର ଭାଇରସ୍ ଥାଏ। ଏଗୁଡ଼ିକ ହେଲା ସିପ ପକ୍ସ, ଗୋଟ୍ ପକ୍ସ ଏବଂ ଏଲ୍‌ଏସ୍‌ଡି।

ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ ଏହି ରୋଗ ପ୍ରଥମେ ଆଫ୍ରିକାରେ ସୀମିତ ଥିବା ବେଳେ ଧୀରେ ଧୀରେ ଅନ୍ୟ ମହାଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ବାତ୍ୟା ‘ଫନି’ ପରେ ଓଡ଼ିଶାରେ ଏହି ରୋଗ ଚିହ୍ନଟ ହୋଇଥିଲା ଏହା ଓଡ଼ିଶାକୁ ଝାଡଖଣ୍ଡ ଦେଇ ବାଂଲାଦେଶରୁ ଆସିଥିବା ସେ କହିଛନ୍ତି।

ଏହି ଭାଇରସ୍‌ଟି ଖାଦ୍ୟ ଓ ପାଣି ଦ୍ୱାରା ମଧ୍ୟ ଶରୀରକୁ ପ୍ରବେଶ କରିଥାଏ ଏବଂ ପ୍ରାୟ ସାଢ଼େ ୩ ବର୍ଷ ପରେ ପୁଣି ଥରେ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ପଶୁମାନଙ୍କ ଶରୀରେ ଦେଖାଦେବା ଆରମ୍ଭ କରିଛି। ଏହି ରୋଗରେ ପଶୁମାନଙ୍କ ଚର୍ମରେ ଅଧିକ ମାତ୍ରାରେ ଗଣ୍ଠି ସୃଷ୍ଟି ହୋଇ ଶରୀରରେ ଘା’ ହୋଇଯାଏ ଏବଂ ଅତ୍ୟଧିକ ଜ୍ୱର ହୋଇଥାଏ ବୋଲି ସେ କହିଛନ୍ତି।

ପ୍ରଫେସର ପଟ୍ଟନାୟକ କହିଛନ୍ତି ଏପର୍ଯ୍ୟନ୍ତ ଏଲ୍‌ଏସ୍‌ଡି ଭ୍ୟାକ୍ସିନ୍ ଉପଲବ୍ଧ ହୋଇ ନ ଥିବାରୁ ପଶୁମାନଙ୍କୁ ଏଭଳି ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ତୁରନ୍ତ ଭ୍ୟାକ୍ସିନ୍‌ର ଆବଶ୍ୟକତା ରହିଛି ଏବଂ ଏହାକୁ ରୋକିବା ନିମନ୍ତେ ଡବଲ୍ ଡୋଜ୍ ଗୋଟ୍ ଭ୍ୟାକ୍ସିନ୍ ନେବା ଆବଶ୍ୟକ। ଏଲ୍‌ଏସ୍‌ଡି ଭ୍ୟାକ୍ସିନ୍ ମିଳିତ ଭାବେ ନ୍ୟାସ୍‌ନାଲ୍ ରିସର୍ଚ୍ଚ ସେଂଟର ଫର୍ ଇକ୍ୱିନ୍ (ଏନ୍‌ଆର୍‌ସିଇ), ହିସାର୍ ଏବଂ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଭିଆର୍‌ଆଇ), ବରେଲିରେ ପ୍ରସ୍ତୁତ କରାଯାଉଥିôବା ବେଳେ ଏପର୍ଯ୍ୟନ୍ତ ମାର୍କେଟ୍‌ରେ ଉପଲବ୍ଧ ହୋଇନାହିଁ। ସୋଆ ପକ୍ଷରୁ ମଧ୍ୟ ଏହି ମାରାତ୍ମକ ବ୍ୟାଧିକୁ ପ୍ରତିହିତ କରିବା ନିମନ୍ତେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଗବେଷଣା ଜାରି ରହିଥିବା ପ୍ରଫେସର ପଟ୍ଟନାୟକ କହିଛନ୍ତି।

ଓଡ଼ିଶାରେ ୨୦୧୯ରେ ପଶୁମାନଙ୍କ ଶରୀରେ ଦେଖାଦେଇଥିବା ଏହି ବ୍ୟାଧି ଏଲ୍‌ଏସ୍‌ଡି ବୋଲି ଦୁଇଟି ଆଇସିଏଆର ପରିଚାଳିତ ଗବେଷଣା ସଂସ୍ଥା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ଏପିଡେମିଓଲୋଜି (ନିଭେଡି), ବେଙ୍ଗାଲୁରୁ ଏବଂ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ୍ ( ଏନ୍‌ଆଇଏଚ୍‌ଏସ୍‌ଏଡି), ଭୋପାଲ୍ ପକ୍ଷରୁ ଚିହ୍ନଟ କରାଯାଇଥିଲା ଏବଂ ଏହା ଏକ ଆଫ୍ରିକାନ୍ ଷ୍ଟ୍ରେନ୍ ବୋଲି ଜଣାପଡ଼ିଥିଲା ବୋଲି କହିଛନ୍ତି ଆଇଭିଏସ୍‌ଏଏଚ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବଳରାମ ସାହୁ।

ସେ କହିଛନ୍ତି ଯେ ଚଳିତ ବର୍ଷ ରାଜସ୍ଥାନରେ ଏହି ଏଲ୍‌ଏସ୍‌ଡି ବ୍ୟାଧି ଖୁବ୍ ଜୋର୍‌ରେ ବ୍ୟାପି ଥିଲା ଏବଂ ଏହି ଭାଇରସ୍‌କୁ ରାଜସ୍ଥାନ ସରକାରଙ୍କ କୃଷି ଓ ପଶୁପାଳନ ବିଭାଗ ଏବଂ ଆଇସିଏଆର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଂଟିଗ୍ରେଟିଭ୍ ବାୟୋଲୋଜି (ଆଇଜିଆଇବି), ନୂଆଦିଲ୍ଲୀ ପକ୍ଷରୁ ଚିହ୍ନଟ କରାଯାଇଥିଲା।

ଏହି ରୋଗକୁ ନିୟନ୍ତ୍ରଣ କରିବା ନିମନ୍ତେ ସଂକ୍ରମିତ ପଶୁମାନଙ୍କୁ ଅଲଗା ରଖିବା ଏବଂ ମଶାରୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଜରୁରୀ। ତେବେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି।

ଆଇଭିଏସ୍‌ଏଏଚ୍ ପକ୍ଷରୁ ଏହି ଏଲ୍‌ଏସ୍‌ଡି ନୀରିକ୍ଷଣ ନିମନ୍ତେ ଗଠନ କରାଯାଇଥିବା ଟିମ୍‌ରେ ପ୍ରଫେସର ବି.ବି ଦାଶ, ଡକ୍ଟର ଏଚ୍‌. କେ ଖୁଂଟିଆ, ଡକ୍ଟର ରାଧା ମୋହନ, ଡକ୍ଟର ଜ୍ଞାନ ପଟ୍ଟନାୟକ ଏବଂ ଡକ୍ଟର ଡି.ଏନ୍ ପଲ୍‌ଙ୍କ ସମେତ ପ୍ରଫେସର ପଟ୍ଟନାୟକ ନିଜେ ରହିଥିବା ବେଳେ ଗବେଷଣାର ଦଳରେ ଡକ୍ଟର ସରିତା, ଡକ୍ଟର ସୁନୀଲ୍ ଏବଂ ଡକ୍ଟର ସଞ୍ଜୀବ ସାମିଲ୍ ଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ବାଲେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏସବିଆଇ ବାଲେଶ୍ୱର ଶାଖାରେ ଏଭଳି ଏକ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ଏବଂ ଏସବିଆଇ  ଡିଜିଏମ ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ଜୀବନ ପ୍ରମାଣ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପେନସନଭୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଶିବିରରେ ନୂଆ ପଦ୍ଧତି ଜରିଆରେ ୧୦୦ରୁ ଅଧିକ ପେନସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲେଶ୍ୱର ଜୋନ ୨ ଏଜିଏମ ଡିବି ପୀତବାସ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ୱର, ଏବଂ ବାଲେଶ୍ୱର ଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ କଟକରେ ଏଭଳି ଶିବିର ଆୟୋଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ପୁରୀରେ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍‌ଘାଟିତ ହୋଇଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ।

ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ।

ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜ୍‌ନ୍‌ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ। ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ। ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ। ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

କାମାକ୍ଷାନଗର/ଢେଙ୍କାନାଳ: କାମ ଅନ୍ୱେଷଣରେ ଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କୁ ରୋଜଗାର ଦେବା ‘କୌଶଳ ମହୋତ୍ସବ- ୨୦୨୨’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରବିବାର ଢେଙ୍କାନାଳର କାମାକ୍ଷାନଗରରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କୌଶଳ ମହୋତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ୧ କୋଟି ଲୋକ କାମ ଅନ୍ୱେଷଣରେ ବାହରକୁ ଯାଉଥିବା ବେଳେ ଆଜିର କୌଶଳ ଉତ୍ସବ ସ୍ଥାନୀୟ ଓ ରାଜ୍ୟ ବାହାରେ ଆଶାୟୀ ଯୁବକ ଯୁବତୀଙ୍କୁ ଦକ୍ଷତା ଅନୁସାରେ ନିଯୁକ୍ତି ଦେବାରେ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୂତ୍ ହେବ। ବିକଶିତ ଭାରତର ଲକ୍ଷ୍ୟକୁ ଆଗକୁ ନେବାରେ ଓଡ଼ିଶାର ଯୁବକ ଯୁବତୀଙ୍କ ବହୁତ ବଡ଼ ଯୋଗଦାନ ରହିବ। ଆମ ଅଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ଜ୍ଞାନ, କୌଶଳ ଓ ପ୍ରତିଭା ଭରପୁର ରହିଛି।

ସେ କହିଛନ୍ତି ଅପାର ସମ୍ଭାବନାର ଅଞ୍ଚଳ କାମାକ୍ଷାନଗର। ଢେଙ୍କାନାଳର ଚାଷୀ ପରିବାରରୁ ଆସିଥିବା ଅମରେନ୍ଦ୍ର ଦାସଙ୍କ ଭଳି ଯୁବକ ଆଜି ବାର୍ଷିକ ୧ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ୨୫ ହଜାର ଯୁବକ ଯୁବତୀଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଯୁକ୍ତି ଦେଇ ତାଙ୍କ ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି। ଅନେକ ଓଡ଼ିଆ ପିଲା ନିଜ ଦକ୍ଷତା ବଳରେ ବାହାରେ ପ୍ରତିଷ୍ଠିତ କମ୍ପାନୀରେ କମ୍ପାନୀରେ କାମ କରୁଛନ୍ତି। ଓଡ଼ିଆ ପିଲାଙ୍କୁ ସୁଯୋଗ ତିଆରି କଲେ ସେମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ସମର୍ଥ ରଖିଛନ୍ତି।

ସେ କହିଛନ୍ତି ଯେ ଆଜି କୌଶଳ ମହୋତ୍ସବରେ ଭିନ୍ନ ଭିନ୍ନ ୨୦ କ୍ଷେତ୍ରରୁ ଉର୍ଦ୍ଧ୍ୱ ୭୦ରୁ ଅଧିକ ପ୍ରମୁଖ କମ୍ପାନୀ ଅଂଶଗ୍ରହଣ କରିଥିଲେ। ମାରୁତି, ଏଚସିଏଲ, ଜେଏସଡବ୍ଲୁ, ଆମାଜନ, ଏଲଏନଟି ଭଳି ଅଗ୍ରଣୀ କମ୍ପାନୀ ଟେକ୍ସଟାଇଲ, ସେଲ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଶୀୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଦିଗରେ ସେମାନଙ୍କୁ ରୋଜଗାର ଦେବା ଦିଗରେ ଆଜି କୌଶଳ ମହୋତ୍ସବ ଉପଲକ୍ଷେ ୧୨୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବା ଖୁସିର ବିଷୟ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସଡକପଥ, ରେଳପଥର ବିକାଶକୁ ଗୁରୁତ୍ୱ ଦେବା ସହ ଆକାଶ ପଥରେ ବିମାନ ଉଡାଣ ପାଇଁ ଏୟାରପୋର୍ଟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିପରି ଶହୀଦ ବାଜି ରାଉତଙ୍କ ଭୂମି ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ଆଗାମୀ ଦିନରେ ଦେଶର ଏକ ଅଗ୍ରଣୀ ଅଞ୍ଚଳ ଓ ଶିଳ୍ପଭିତ୍ତିକ ଅଞ୍ଚଳ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ବହୁ ପ୍ରତିକ୍ଷୀତ ଅନୁଗୋଳ-ସୁକିନ୍ଦା ରେଳ ଲାଇନର ଲୋକାର୍ପଣ କରାଯିବ। ଏହି ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ଜରିଆରେ ଧାମନଗର ବନ୍ଦର ପର୍ଯ୍ୟନ୍ତ ଜଳମାର୍ଗ ତିଆରି କରାଯିବ। ଡୁବୁରିରୁ ବହ୍ଲର ଯାଏଁ ବ୍ୟାପିଥିବା ଜାତୀୟ ରାଜପଥକୁ କେନ୍ଦୁଝର ରାସ୍ତାରେ ଯୋଡିବା ପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି।

ସେହିପରି ଭାରତ ସରକାର ଦେଶରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଚଳିତ ବର୍ଷ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାସ୍ତା, ଘାଟ, ଘର, ଏୟାରପୋର୍ଟକୁ ବିକଶିତ କରୁଛନ୍ତି। ନୂଆ ନୂଆ କାମ ବାହାରୁଛି। ନୂଆ ଶିଳ୍ପ ହେଉଛି। ନୂଆ ନୂଆ କାମ ବାହାରୁଛି। ତେଣୁ କାମ ଅନ୍ୱେଷଣରେ ଥିବା ପ୍ରତିଭାସମ୍ପନ୍ନ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ମୋଦି ସରକାରଙ୍କ କଳ୍ପନାକୁ ସାକାର କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ କମୁଛି ସଂକ୍ରମଣ, ୩୦୦ ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୪

ଦେବଗଡ ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୧୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୬ ହଜାର ୫୮୧ ଏବଂ ବର୍ତ୍ତମାନ ୨୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ସେଲ ଓ ଏଏଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ଵର: ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି। ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ଉଡାଣ ପରିଚାଳନା ପାଇଁ ନିଜ ବିମାନ ବନ୍ଦର ବ୍ୟବହାର କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲେ। ଏବେ ରାଉରକେଲାରୁ ବାଣିଜ୍ୟିକ ଉଡାଣ ଆରମ୍ଭ କରିବା ପାଇଁ ସେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଜରିଆରେ ଏଏଆଇ ସହିତ ଓ ଏଣ୍ଡ ଏମ ରାଜିନାମାରେ ସ୍ୱାକ୍ଷର କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନ ବନ୍ଦରର ଉନ୍ନୟନ ପାଇଁ ବିତ୍ତୀୟ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ସରକାର ଅନ୍ୟ ସ୍ଥାନୀୟ କ୍ଲିୟରାନ୍ସ ପ୍ରାପ୍ତିରେ ସହାୟତା ପ୍ରଦାନ କରିବା ସହ ସୁରକ୍ଷା, ଫାୟାର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ। ସେଲ- ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏଏଆଇ, ବିମାନ ବନ୍ଦର ପରିଚାଳନା ଓ ପ୍ରବନ୍ଧନ କରିବ।

ଏହି ବିମାନ ବନ୍ଦର ଔଦ୍ୟୋଗିକ ସହର ରାଉରକେଲା ଓ ଆଖପାଖର ସମସ୍ତ ବିମାନ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଆଗାମୀ ହକି ବିଶ୍ୱ କପ ପରିପ୍ରେକ୍ଷୀରେ ବିମାନ ସେବା ଆରମ୍ଭ ହେବା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଜାନୁୟାରୀ ୨୦୨୩ରେ ଖେଳାଯିବାକୁ ବିଶ୍ୱକପ ହକିରେ ସମୁଦାୟ ୪୪ଟିରୁ ୨୦ଟି ମ୍ୟାଚ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି। ଏହି ବିଶ୍ୱସ୍ତରର କାର୍ଯ୍ୟକ୍ରମ ଦେଖିବାକୁ ରାଉରକେଲାକୁ ବହୁ ସଂଖ୍ୟାରେ ଲୋକ ଆସିବେ। ସେଥିପାଇଁ ଯାତାୟତ ଆବଶ୍ୟକତା ପୂରଣ ପାଇଁ ବିମାନ ସଂଯୋଗୀକରଣ ଏକ ପ୍ରମୁଖ ଭୂମିକା ରହିଛଇ।

ଦେଶର ସର୍ବବୃହତ ଷ୍ଟିଲ କମ୍ପାନୀ, ସେଲ ଓ ମହାରତ୍ନ କମ୍ପାନୀ, ସିପିଏସଇ ଉତ୍ପାଦନ ୟୁନିଟ ନିଜ ଆଖପାଖ ଅଞ୍ଚଳର ବିକାଶରେ ସକ୍ରିୟ ଭୂମିକା ନିର୍ବାହ କରୁଛି। ଆଞ୍ଚଳିକ ଅର୍ଥନୈତିକ ଗତିବିଧିକୁ ଆଗେଇ ନେବା ପାଇଁ ଏହା ଏକ ଜନହିତକର କାର୍ଯ୍ୟକ୍ରମ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସୂର୍ଯ୍ୟ ପରାଗରେ ‘ବିରିୟାନୀ’ ଖାଇବା ମାମଲା, ଏଫ୍ଆଇଆର୍ ଦାଖଲ କଲେ ସାଧୁ

ଭୁବନେଶ୍ୱର: ସୂର୍ଯ୍ୟ ପରାଗ ସମୟରେ ଭୁବନେଶ୍ୱରର କିଛି ଲୋକ ଏକ କମ୍ୟୁନିଟି ଭୋଜିରେ ବିରିୟାନୀ ପରିବେଷଣ ଘଟଣାରେ ଓଡିଶାର ସାଧୁ ତଥା ଧାର୍ମିକ ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ନିଜକୁ ହେତୁବାଦୀ ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ଦ୍ୱାରା ‘ଅନ୍ଧ ବିଶ୍ୱାସ’ ଭାଙ୍ଗିବା ପାଇଁ ଏହି ଭୋଜିର ଆୟୋଜନ କରାଯାଇଥିଲା। ତେବେ କେତେକ ଧାର୍ମିକ ସଂଗଠନ ପୁରୀ ଏବଂ କଟକସ୍ଥିତ ବିଭିନ୍ନ ପୋଲିସ୍ ଷ୍ଟେସନରେ ହେତୁବାଦୀଙ୍କ ବିରୋଧରେ ଅତି କମରେ ଚାରିଟି ଏଫ୍ଆଇଆର୍ ଦାଖଲ କରିଛନ୍ତି।

ପୁରୀର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ‘ସେମାନେ ଅଜ୍ଞ। ତାଙ୍କର କାର୍ଯ୍ୟ ସନାତନ ଧର୍ମର ମୌଳିକ ନୀତି ବିରୁଦ୍ଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ ସେହି ଲୋକମାନେ ଖାଇଥିବା ଖାଦ୍ୟ ସେମାନଙ୍କ ଜୀବନର ଅଭିଶାପ ହୋଇପାରେ। ସାଧୁ କହିଛନ୍ତି ଯେ, ‘ଭାରତୀୟଙ୍କ ଦର୍ଶନ, ବିଜ୍ଞାନ ଏବଂ ସାମାଜିକ ଆଚରଣ ଆଧାରରେ ନିୟମ ଏବଂ ପରମ୍ପରା ପ୍ରସ୍ତୁତ କରାଯାଇଛି। କେଉଁ ସମୟରେ ଖାଇବା ଉଚିତ୍ ତାହା କୁହାଯାଇଛି।

ଏଥି ସହିତ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ପଦ୍ମ ଶ୍ରୀ ବାବା ବଳିଆ ମଧ୍ୟ ‘ହେତୁବାଦୀ’ ଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସୂର୍ଯ୍ୟ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ଖାଲି ପେଟରେ ରହିବାର ପ୍ରଥା ବିଜ୍ଞାନ ଉପରେ ଆଧାରିତ।

ଏହି ସମୟରେ, ହେତୁବାଦୀମାନେ କହିଛନ୍ତି ଯେ, ନଭେମ୍ବର ୮ ତାରିଖରେ ଚନ୍ଦ୍ରଗ୍ରହଣ ସମୟରେ ସେମାନେ ମଧ୍ୟ ତାହା କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ପ୍ରତାପ ରଥ କହିଛନ୍ତି ଯେ, “ଯାହା ବିଜ୍ଞାନ ଉପରେ ଆଧାରିତ ନୁହେଁ ତାହାକୁ ଅନୁସରଣ କରାଯିବା ଉଚିତ୍ ନୁହେଁ। ମୁଁ ପିଲାଦିନରୁ ଚନ୍ଦ୍ରଗ୍ରହଣ ସମୟରେ ଖାଇସାରିଛି ଏବଂ ଏହା ଜାରି ରଖିବି। ମୁଁ କୌଣସି ଆଇନକୁ ଉଲ୍ଲଂଘନ କରିନାହିଁ କିମ୍ବା ସମ୍ବିଧାନ ବିରୋଧରେ ଯାଇନାହିଁ।