Categories
ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ବର୍ଷା ପରେ ଫୁଲିଲା ନଦୀ, ସୃଷ୍ଟି ହେଲା ବନ୍ୟା ଆଶଙ୍କା, ଚାଲିଛି ଉଦ୍ଧାର କାର୍ଯ୍ୟ

ଭୁବନେଶ୍ବର: ଲଗାତର ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟରେ ପ୍ରବାହିତ ବିଭିନ୍ନ ନଦୀ ଫୁଲିବାକୁ ଆରମ୍ଭ କଲାଣି। ପୂର୍ବରୁ ରାସ୍ତାଘାଟରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି କରିିଥିଲା। ହେଲେ ବର୍ତ୍ତମାନ ପୁରା ବନ୍ୟା ଆଶଙ୍କା ସୃଷ୍ଟି ହେଲା। ଫଳରେ ନଦୀବନ୍ଧ ନିକଟସ୍ଥା ଅଞ୍ଚଳବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁସାରେ ଓଡିଶାର ଅନ୍ୟତମ ପ୍ରମୁଖ ନଦୀ ବୈତରଣୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିବା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ ମିଟର ବିପଦ ସଙ୍କେତ ରହିଛି।

ସେହିପରି ବଂଶଧରାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧରାର କାଶୀନଗରଠାରେ ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ଏବେ ସେଠାରେ ୫୫.୧୦ ମିଟର ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟର ଅନ୍ୟତମ ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଅବସ୍ଥା ଧିରେଧିରେ ଭୟଙ୍କର ହେବାରେ ଲାଗିଛି। ଏହି ନଦୀ ସହିତ ସଂଯୋଗ ହୋଇଥିବା ଛୋଟ ନଦୀଗୁଡିକ ଫୁଲୁଥିବାରୁ ବ୍ରାହ୍ମଣୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସମଲ ବ୍ୟାରେଜ କର୍ତ୍ତୃପକ୍ଷ ଆଜି ୭ଟି ଗେଟ ଖୋଲି ପାଣିକୁ ନିଷ୍କାସନ କରୁଥିବା ଜଣାପଡିଛି।

ତେବେ ମହାନଦୀ ଅବସ୍ଥା ମଧ୍ୟ ଭୟଙ୍କର ହେବାରେ ଲାଗିଛି। ମହାନଦୀର ବନ୍ୟାଜଳ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବେଶ କରିସାରିଲାଣି। ଏହାର ତଳମୁଣ୍ଡରେ ଥିବା ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ଗୋଦାବରୀ ନଦୀରେ ଜଳସ୍ତର ବଢିବା ଫଳରେ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ମୋଟୁ ସୀମାନ୍ତରେ ଥିବା ସାବେରୀ ନଦୀର ପାଣି ଏବେ ଗାଁ ମୁହାଁ ହେବାରେ ଲାଗିଛି।

ତେବେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଜଳଘେରିରେ ରହିଛନ୍ତି। ସେମାନଙ୍କୁ ବୋଟ ସାହାଯ୍ୟରେ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗଛନ୍ତି। କେତେକ ଅଞ୍ଚଳରେ ତଳିଆ ଲୋକଙ୍କୁ ସେଠାରୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି। ଉଦ୍ଧାର କାର୍ଯ୍ୟ କରିବା ପାଇଁ ଅଗ୍ନଶମ, ଓଡ୍ରାଫ ଏବଂ ଏନଡିଆରଏଫ ମୁତୟନ କରାଯାଇଛି। କେତେକ ଜିଲ୍ଲାର ଜିଲ୍ଲାପାଳ ଏହି ସଂପର୍କିତ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି।

Categories
Cyclone ବିଶେଷ ଖବର ରାଜ୍ୟ ଖବର

Cyclone ପ୍ରସ୍ତୁତି : ଚାରୋଟି ଜିଲ୍ଲାରେ ମୁତୟନ ହେଲେ ୬ ଟି ଓଡ୍ରାଫ ଟିମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟିଘର ଓ କୁଡିଆଘରେ ବାସକରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ।

ସେହିପରି ଆଗାମି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ।ଆସନ୍ତା ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯିବ। ୧୮ ଟି ଜିଲ୍ଲାର ଜିଲ୍ଲାପାଳ, ଭୁବେନେଶ୍‌ର, କଟକ ଓ ବ୍ରହ୍ମପୁର ମୁନିସପାଲ କମିଶନରମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ୱାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାବେଳେ ଯଦି ଏଭଳି ପରିସ୍ଥିତି ଉପୁଯେ, ତେବେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ।

ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ମାନବସମ୍ବଳ ଓ ମେସିନ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଏସ୍‌ଆରସିଙ୍କ ନିର୍ଦ୍ଦେଶମତେ ସେମାନଙ୍କୁ ନିୟୋଜନ କରାଯିବ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ସମସ୍ତ ଜିଲ୍ଲା ଓ ତତ୍‌ସଲଗ୍ନ ଅଫିସଗୁଡିକୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ବିଷୟରେ ଅବଗତ କରିବା ସହ ବାତ୍ୟାଜନିତ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ମୁକାବିଲା ପାଇଁ ସଜାଗ ରହିବେ।

ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଫିସର ଏସ୍‌ଆରସିଙ୍କ ଅଫିସ ସହ ନିରନ୍ତର ସଂଯୋଗରେ ରହିବେ। ବିଭାଗ ପକ୍ଷରୁ ଆବଶ୍ୟକୀୟ ପଶୁ ଔଷଧ ବିଭିନ୍ନ ପଶୁ ଚିକିତ୍ସାଳୟରେ ମହଜୁଦ ରଖିବେ। ବିଭାଗ ପକ୍ଷରୁ ପଶୁ ଆହାର ଯୋଗାଇ ଦେଉଥିବା ଯୋଗାଣକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ, ଯାହାକି ଆବଶ୍ୟକ ସମୟରେ କାର୍ଯ୍ୟରେ ଆସିବ ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ପୂର୍ବରୁ ସମୁଦ୍ରକୁ ଯାଇଥିବା ସମସ୍ତ ଡଙ୍ଗା ସୁରକ୍ଷିତ ଭାବେ ଫେରିଆସିଛି ।

Categories
ଆଜିର ଖବର ରାଜ୍ୟ ଖବର

ଅପରେସନ ଗଜରାଜ: ଦୁଇ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଭାସିଗଲେ ଓଡ୍ରାଫ ଟିମ

ଭୁବନେଶ୍ବର: ମହାନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ରବର ବୋଟଟି ଓଲଟି ଯାଇଛି। ମହାନଦୀ ମୁଣ୍ଡୁଳି ବ୍ୟାରେଜ ନିକଟରେ ବୋଟଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବୋଟରେ ଓଡ୍ରାଫ ଟିମ ସହ ୨ ଜଣ ଗଣମାଧ୍ୟମର ପ୍ରତିନିଧି ରହିଥିଲେ।

ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Categories
ଫଟୋ ଖବର

ଯାଜପୁର ବରୀ ବ୍ଲକର ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରୁଛନ୍ତି

ଯାଜପୁର, ଲଗାତର ବର୍ଷାରେ ଯାଜପୁର ଜିଲ୍ଲାର ବରୀ ବ୍ଲକରେ ଅନେକ ଗାଁ ପାଣି ଘେରରେ ରହିଛି। ଜଣେ ଗର୍ଭବତୀ ମହିଳା ପାଣି ଘେରରେ ଫସି ଯାଇଥିବାରୁ ତାଙ୍କୁ କୋରାପୁଟରୁ ଯାଇଥିବା ଓଡ୍ରାଫ ଟିମ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Categories
ଫଟୋ ଖବର

ଯାଜପୁର କୋରେଇ ବ୍ଲକର ବଡବିରୁନ ଗାଁରେ ଓଡ୍ରାଫ ଦଳର ଚାଲିଛି ରାତ୍ରୀ କାଳିନ ଅପରେସନ

#NightOperation of ODRAF team 8th Bn Chattarpur in Badabiruan village under Korei Block of Jajpur district.