Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବାହାରିଲା ୪୭ଟି ପଦବୀ ପାଇଁ ନିଯୁକ୍ତି, ଦରମା ମାସିକ ୪୪ ହଜାରରୁ ଆରମ୍ଭ

ଭୁବନେଶ୍ବର: ଓଡିଶା ସ୍ବାସ୍ଥ୍ୟ ବିଭାଗର ୪୭ଟି ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଏହି ପଦବୀ ଗୁଡିକ ରାଜ୍ୟ ପବ୍ଲିକ ସର୍ଭିସ କମିସନ ମାଧ୍ୟମରେ ଚୟନ କରାଯିବ। ସେଥିପାଇଁ ଓପିଏସସି ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ମନୋନିତ ପ୍ରାର୍ଥୀମାନେ ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ଓଡିଶା ଡ୍ରଗସ କଣ୍ଟ୍ରୋଲରରେ ଡ୍ରଗସ ଇନସ୍ପେକ୍ଟର ଭାବେ ନିଯୁକ୍ତି ପାଇବେ।

ସୂଚନା ଅନୁସାରେ ଏହି ପ୍ରାର୍ଥୀମାନଙ୍କର ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବ। ସେମାନେ ଫାର୍ମାସୀରେ ଡକ୍ଟରେଟ ବା ଡି ଫାର୍ମା ବା ଏମ ଫାର୍ମ କରିଥିବା ଆବଶ୍ୟକ।  ଏମାନେ ରାଜ୍ୟ ସରକାରଙ୍କ ଗ୍ରୁପ ବି ସ୍ଲାବରେ ଆସିବେ। ଫଳରେ ଏମାନଙ୍କର ଦରମା ୪୪୯୦୦ ରୁ ଆରମ୍ଭ ହୋଇ ୧,୪୨୪୦୦ ଟଙ୍କା ପର‌୍ୟ୍ୟନ୍ତ ପାଇପାରିବେ। ଏ ସଂପର୍କରେ ବିସ୍ତୁତ ତଥ୍ୟ www.opsc.gov.in  କୁ ଲଗଅନ କରି ଜାଣିପାରିବେ। ତେବେ ଆସନ୍ତା ୧୫ ତାରିଖରୁ ପ୍ରାର୍ଥିମାନେ ଆବେଦନ କରିବେ। ଏହି ଆବେଦନ ଅକ୍ଟୋବର ୧୦ ତାରିଖରେ ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ଆଜିଠାରୁ ଏକ ନୂଆ ଦାୟିତ୍ଵ ନେଇଛନ୍ତି। କଟକ ଓପିଏସସି କାର୍ଯ୍ୟାଳୟରେ ସେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ସେ ୧୯୮୮-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ଗତକାଲି ପୋଲିସ ସେବାରୁ ଅବସର ନେଇଥିଲେ। ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଥିବା ଶ୍ରୀ ମହାନ୍ତି ଟ୍ୱିନ୍ ସିଟିର ପୋଲିସ୍ କମିଶନର ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ।

ଦାୟିତ୍ଵ ନେବା ଅବସରରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ନିୟମିତ ଭାବେ ଶିକ୍ଷାବିତଙ୍କ ପରାମର୍ଶରେ ଓପିଏସସି ପରୀକ୍ଷା କାର୍ଯ୍ୟପ୍ରଣାଳୀକୁ ସୁଦୃଢ କରିବା ସହ  ପରୀକ୍ଷାରେ ସ୍ଵଚ୍ଛତା ରଖାଯିବ।