Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ: ୧୦୦ ଟପିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଆଜି ରାଜ୍ୟରେ ୨୮ ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଛି। ଏହି ୨୮ ଟି ମାମଲାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଚିହ୍ନଟ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ସୂଚନା ଅନୁଯାୟୀ, ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ବିଦେଶରୁ ଫେରିଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ। ବର୍ତ୍ତମାନ ଏହି ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି। ସେମାନଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କ ଉପରେ ତଦନ୍ତ କରାଯାଉଛି।

Categories
ଆଞ୍ଚଳିକ

ବାଣପୁରରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ: କୋଭିଡ଼ ନିୟମକୁ ମାନିବା ଲାଗି ନିବେଦନ କଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତରୁ ଆଜି ପ୍ରଥମ ଓମ୍ରିକନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ୨୨ ବର୍ଷୀୟ ଯୁବକ ବୋଲି ଜଣାପଡିଛି। ସେ ନିକଟରେ କତ୍ତରରୁ ଫେରିଥିବା ଜଣାପଡିଛି।

ଗତ ୩ ତାରିଖରେ ମେଡିକାଲ ପ୍ରଶାସନ ପକ୍ଷରୁ ତାଙ୍କର ଆରଟିପିସି ଆର ଏବଂ ଜିନମସିକ୍ଵେନସିଂ ପାଇଁ ନମୁନା ପଠାଯାଇଥିବା ବେଳେ ଗତକାଲି ରାତିରେ ଓମ୍ରିକନ ପଜିଟିଭ ଆସିଥିବା ଜଣାପଡିଛି।

ତେବେ ପ୍ରାଥମିକ ପଦକ୍ଷେପ ରୂପେ ମେଡିକାଲ ପ୍ରଶାସନ ପକ୍ଷରୁ ଜନୈକ ସଂକ୍ରମିତଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁ କେଉଁ ମାନେ ଆସିଛନ୍ତି ତାହାର ତଦନ୍ତ ଜାରି ରହିଛି।  ସେହିପରି ଭାବେ ଆରଆରଟି ଟିମ ବର୍ତ୍ତମାନ ସର୍ଭେ ଆରମ୍ଭ କରିଦେଇଛନ୍ତି।

ତେବେ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଅନୁରୂପ ଭାବେ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡି ଭାବେ ମାନିବା ଲାଗି ଜନସାଧାରଣଙ୍କୁ ମେଡିକାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ଵାରା ଧୀରେ ଧୀରେ ରାଜ୍ୟ ପାଇଁ ଚିନ୍ତା ବଢୁଛି। ଆଜି ସକାଳେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ହୋଇଛି। ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡିନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି। ବର୍ତ୍ତମାନ ଏହି ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଏବଂ ସେମାନେ କେଉଁ ଜିଲ୍ଲାର ବାସିନ୍ଦା, ଏହା ବିଷୟରେ ସ୍ୱାସ୍ଥ୍ୟ ବିଭାଗ ତର୍ଜମା ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ସଂକ୍ରମିତ ସଂଖ୍ୟା ୮ କୁ ବୃଦ୍ଧି

ଭୁବନେଶ୍ଵର: ଓଡିଶାରେ ଓମିକ୍ରନ ଭାରିଆଣ୍ଟ ଚିନ୍ତା ବଢାଉଛି। ଆଜି ରାଜ୍ୟରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ଏହି ୪ ଜଣ ଆକ୍ରାନ୍ତଙ୍କ ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୧ ତାରିଖରେ ଓଡିଶାରେ ପ୍ରଥମେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ସେହିଭଳି ୨୩ ତାରିଖରେ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଆଜିର ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି ହୋଇଛି। ଏହା ପୂର୍ବରୁ ଆଉ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଥିଲେ। ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତ୍ତାରରୁ ଫେରିଥିଲେ। ସେହିଭଳି ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ନାଇଜେରିଆରୁ ଓଡିଶା ଆସିଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୯୯ ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦ୍ରୁଷ୍ଟିରେ ରଖି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। କରୋନା ସଂକ୍ରମଣର ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା କୋଭିଡ ହସ୍ପିଟାଲଗୁଡିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଏବଂ ଅକ୍ସିଜେନ ରଖିବା ଲାଗି ନିର୍ଦ୍ଦେଶ ହୋଇଛି। ଏହା ସହିତ କୋଭିଡ ଶଯ୍ୟା ବୃଦ୍ଧି କରିବା ପାଇଁ କୁହାଯାଇଛି। ଏନେଇ ଡିଏମଇଟି ରମା ରମଣ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

BREAKING: ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ, ତାଞ୍ଜାନିଆରୁ ଆସି ହେଉଥିଲେ ଚିକିତ୍ସିତ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ପରେ ଗୋଟିଏ ଓମିକ୍ରନ ଭାରିୟାଣ୍ଟ ଚିହ୍ନଟ ହେବାରେ ଲାଗିଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀରେ ଏକ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ନେଇ ଆଜି ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ତାଞ୍ଜାନିଆରୁ ଏହି ଆକ୍ରାନ୍ତ ନୂଆଦିଲ୍ଲୀ ଆସିଥିଲେ। ତାଙ୍କର ନମୂନା ପଜେଟିଭି ଆସିଥିବାରୁ ତାଙ୍କ ଏଲଏନଜେପି ହସପିଟାଲରେ ଚିକିତ୍ସିତ କରାଯାଉଛି। ତେବେ ନୂଆ ଭାରିୟାଣ୍ଟ ସଂପର୍କରେ ଆଜି ରିପୋର୍ଟ ପଜେଟିଭ ଆସିଛି।

ସେ ଭାରତ ତରଫରୁ ବିପଦ ରାଷ୍ଟ୍ର ଘୋଷଣା ହୋଇଥିବା ଦେଶରୁ ଆସିଥିବାରୁ ତାଙ୍କୁ କଡା ନଜରରେ ରଖାଯାଇଥିଲା। ବର୍ତ୍ତମାନ ଦିଲ୍ଲୀ ମାମଲା ପରେ ଭାରତରେ ପାଞ୍ଚ ଜଣ ଓମିକ୍ରନ ଭାରିୟାଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛ୍ତି।