Categories
ଆଜିର ଖବର ରାଜ୍ୟ ଖବର

ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ -ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଓଡ଼ିଶାର ଏମ୍ଏସ୍ଇ, ଗ୍ରାମୀଣ ଉଦ୍ୟୋଗୀ ଓ ଗ୍ରାମୀଣ ଉତ୍ପାଦକଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଉପଯୁକ୍ତ ବିପଣନ ମାଧ୍ୟମ ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ଓରମାସ ନିଜର ମିଳିତ ପ୍ରୟାସ ପାଇଁ ବେଶ୍ ଜଣାଶୁଣା। ଏହା ସମସ୍ତ ଅନୁବନ୍ଧିତ ଅଂଶୀଦାର ମାନଙ୍କୁ ସେମାନଙ୍କର ସମସ୍ତ ମାର୍କେଟିଂ ଏବଂ ବ୍ରାଣ୍ଡିଂ କାର୍ଯ୍ୟକଳାପରେ ସହାୟତା ମଧ୍ୟ ପ୍ରଦାନ କରିଥାଏ।

ଏହି ବୁଝାମଣାପତ୍ର ଜରିଆରେ ଓରମାସ ସହ ଜଡ଼ିତ ସମସ୍ତ କ୍ଷୁଦ୍ର ଉଦ୍ୟୋଗ ଏବଂ ଗ୍ରାମୀଣ ଉତ୍ପାଦକଙ୍କୁ ଜିଇଏମ୍ରେ ନିୟୋଜିତ କରାଯିବ। ଏହି ପ୍ଲାଟଫର୍ମ ଆଞ୍ଚଳିକ ବିକ୍ରେତା ଏବଂ ସେବା ପ୍ରଦାନକାରୀ ମାନଙ୍କୁ ସମଗ୍ର ଦେଶରେ ସରକାରୀ କ୍ରେତାମାନଙ୍କ ସହିତ ବ୍ୟବସାୟ କରିବା ପାଇଁ ସିଧାସଳଖ ବଜାର ସଂଯୋଗ ପ୍ରଦାନ କରିବ।

ଏହି ବୁଝାମଣାପତ୍ର ଜରିଆରେ ଓରମାସ ସହ ଜଡିତ ମହିଳା ଓ ଏସସି/ଏସଟି ଏମଏସଇ, ଷ୍ଟାର୍ଟଅପ୍, ବୁଣାକାର, କାରିଗର, ଏଫପିଓ, ଏଫପିସି, ଏସଏଚ୍ଜି ଇତ୍ୟାଦି ବିକ୍ରେତାମାନେ ଜିଇଏମ୍ରେ ଉତ୍ସର୍ଗୀକୃତ ଆଉଟଲେଟ ଅଧୀନରେ ସେମାନଙ୍କ ଉତ୍ପାଦ କ୍ୟାଟାଲଗ୍ ପ୍ରଦର୍ଶନ କରି ସେମାନଙ୍କର ବ୍ୟବସାୟ ସୁଯୋଗକୁ ବିସ୍ତାର କରି ପାରିବେ, ଯାହା ଦ୍ୱାରା ସେମାନଙ୍କ ବ୍ରାଣ୍ଡ ଦୃଶ୍ୟମାନତା ବୃଦ୍ଧି ପାଇପାରିବ ଏବଂ ଗ୍ରାମୀଣ ଉତ୍ପାଦ ପାଇଁ ଦୃଢ଼ ବିପଣନ ନେଟୱାର୍କ ପ୍ରତିଷ୍ଠା କରା ଯାଇପାରିବ।

ଜିଇଏମ୍ ରେ ସାମାଜିକ ସମନ୍ୱିତକରଣ ଏକ ମୁଖ୍ୟ ମୂଲ୍ୟବୋଧ ଅଟେ। ପ୍ରତିଷ୍ଠା ପର ଠାରୁ ଏହି ସଂଗଠନ ପକ୍ଷରୁ ସର୍ବସାଧାରଣ କ୍ରୟ କାର୍ଯ୍ୟରେ ସର୍ବଭାରତୀୟ ବିକ୍ରେତା ଓ ସେବା ପ୍ରଦାନକାରୀଙ୍କ ଅଂଶଗ୍ରହଣକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କ୍ରୟ କାର୍ଯ୍ୟକଳାପର ଡିଜିଟାଲୀକରଣ ମାଧ୍ୟମରେ, ଜିଇଏମ୍ ମାନୁଆଲ ହସ୍ତକ୍ଷେପ ଏବଂ ପ୍ରବେଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରି ବ୍ୟବସାୟ କରିବାରେ ସହଜତା ଆଣିଛି।

ଜିଇଏମ୍ ବିଷୟରେ:

ସରକାରୀ ଇ – ମାର୍କେଟପ୍ଲେସ୍ ହେଉଛି ଏକ ଅନଲାଇନ୍ ସର୍ବସାଧାରଣ କ୍ରୟ ପୋର୍ଟାଲ୍ , ଯାହା ବିଭିନ୍ନ ସରକାରୀ ବିଭାଗ, ଏଜେନ୍ସି, ପଞ୍ଚାୟତ, ସମବାୟ ସଂସ୍ଥା ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ସାମଗ୍ରୀ ଏବଂ ସେବା କ୍ରୟକୁ ସୁଗମ କରିବା ପାଇଁ ବିକଶିତ ହୋଇଛି। ସର୍ବସାଧାରଣ କ୍ରୟରେ ସ୍ୱଚ୍ଛତା, ଦକ୍ଷତା ଏବଂ ସୁଲଭତା ଆଣିବା ପାଇଁ ସରକାରଙ୍କ “ଡିଜିଟାଲ ଇଣ୍ଡିଆ” ପଦକ୍ଷେପର ଏକ ଅଂଶ ଭାବରେ ଅଗଷ୍ଟ ୨୦୧୬ରେ ଏହା ଆରମ୍ଭ କରାଯାଇଥିଲା। ଦକ୍ଷତା, ପାରଦର୍ଶିତା ଏବଂ ସମନ୍ୱିତକରଣ ଭଳି ତିନୋଟି ମୁଖ୍ୟ ସ୍ତମ୍ଭ ଦ୍ୱାରା ପରିଚାଳିତ ଜିଇଏମ୍ ର ଲକ୍ଷ୍ୟ ହେଉଛି ସର୍ବସାଧାରଣ କ୍ରୟ ପ୍ରକ୍ରିୟାକୁ ସରଳ କରିବା, କାଗଜପତ୍ର ମାଧ୍ୟମରେ କାର୍ଯ୍ୟ ହ୍ରାସ କରିବା ଏବଂ ଉନ୍ନତ ଶାସନ ପାଇଁ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିବା।

Categories
RakshaBandhan ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ଓରମାସ ବିକ୍ରି କରୁଛି ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ‘ଟେରାକୋଟା ରାକ୍ଷୀ’

ଭୁବନେଶ୍ବର, ଏଥର ରାକ୍ଷୀ ବଜାରକୁ ଗରମ କରିଛି ଓରମାସ ପ୍ରସ୍ତୁତ ପ୍ରାକୃତିକ ଜିନିଷର ତିଆରି ରାକ୍ଷୀ। ଭଳିକି ଭଳି ରାକ୍ଷୀ ଦେଖିଲେ ମନ ଖୋସି ହୋଇଯାଉଛି। ଏହି ରାକ୍ଷୀ ରାଜ୍ୟର ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏହି ରାକ୍ଷୀ କିଣିବାରେ ବର୍ତ୍ତମାନ ଗ୍ରାହକଙ୍କ ବେଶ ଆଗ୍ରହ ପରିଲକ୍ଷିତ ହୋଇଛି।

ଭୁବନେଶ୍ବରର ୟୁନିଟ-8 SIRD କ୍ୟାମ୍ପସକୁ ଲାଗି ଏହି ଷ୍ଟଲ କରାଯାଇଛି। ଏଥିରେ ମହିଳାମାନେ ସବାଇ ଘାସ, ଗୋଲଡେନ ଘାସ, ଧାନ, ଝୋଟ ପ୍ରଭୃତିରେ ଏହି ରାକ୍ଷୀ ତିଆରି କରିଛନ୍ତି। ଏପରିକି ଏହି ଷ୍ଟଲରେ ଟେରାକୋଟା ରାକ୍ଷୀ ମଧ୍ୟ ବିକ୍ରି କରାଯାଉଛି। ଯାହା ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି। ଏହି ଷ୍ଟଲର ନାମ ରଖାଯାଇଛି “ନିଆରା ରାକ୍ଷୀର ସମ୍ଭାର”