Categories
ଆଜିର ଖବର ଖେଳ ଜାତୀୟ ଖବର

ଓଡିଆ ପୁଅ ରଚିଲେ ଇତିହାସ: ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ଗେମ୍ସରେ ଓଡିଆ ପୁଅ ପ୍ରମୋଦ ଭଗତ ଇତିହାସ ରଚିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ପ୍ରମୋଦ ଇତିହାସ ରଚିଛନ୍ତି। ଏକକ ବ୍ୟାଡମିଣ୍ଟନର ଫାଇନାଲରେ ଜିତି ପ୍ରମୋଦ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ରିଟେନ ଖେଳାଳିଙ୍କୁ ପରାଜିତ କରି ଫାଇନାଲରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ୱାର୍ଲ୍ଡ ନମ୍ବର-୧ ପାରା-ସଟଲର ପ୍ରମୋଦ ଭାଗବତ ଫାଇନାଲରେ ଡାନିଆନ୍ ବାଥେଲଙ୍କୁ ୨୧-୧୪ ଏବଂ ୨୧-୧୭ ରେ ପରାସ୍ତ କରିଛନ୍ତି। ସେ ପୂର୍ବରୁ ମାତ୍ର ୩୬ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ଜାପାନର ଡାଏସୁକେ ଫୁଜିହାରାଙ୍କ ବିପକ୍ଷରେ ୨୧-୧୧ ଏବଂ ୨୧-୧୬ ରେ ଜିତିଥିଲେ।

ସେହିପରି ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏକକ ଶ୍ରେଣୀ ବ୍ୟାଡମିଣ୍ଟନ୍ ଇଭେଣ୍ଟରେ ଭାରତର ମନୋଜ ସାର୍କ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ବ୍ରୋଞ୍ଜ ପଦକ ପଦକ ଜିତିଛନ୍ତି। ସିଧାସଳଖ ଖେଳରେ ଜାପାନର ଡେସୁକେ ଫୁଜିହାରାଙ୍କୁ ୨୨-୨୦ ଏବଂ ୨୧-୧୩ ରେ ପରାସ୍ତ କରି ମନୋଜ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଜଣେ ଓଡ଼ିଆ ପୁଅଙ୍କ ଜୀବନୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’: ଦେଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ନାମ ଯୋଡ଼ିଛନ୍ତି ଜଣେ ଓଡ଼ିଆ ପୁଅ। ଓଡ଼ିଶାରେ ସାଇରାମ ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଖୁବ୍ କମ ବସୟରେ ଚର୍ଚ୍ଚାକୁ ଆସିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର।

ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’। ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି। ଶ୍ରୀ ନନ୍ଦଙ୍କ ଏହି ସଫଳତା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି।

ମୁଖ୍ୟ ଭୂମିକାରେ ବଲିଉଡ଼ ଷ୍ଟାର ହିତେନ ତେଜୱାନୀ ଅଭିନୟ କରିଥିବା ବେଳେ ଏଥିରେ ଅନେକ ବଲିଉଡ଼ ଓ ଓଲିଉଡ଼ କଳାକାରମାନେ ସାମିଲ୍ ଅଛନ୍ତି। ସନ୍ତୋଷ ସେଟ୍ଟୀ ଏହାର ପ୍ରଯୋଜନା କରିଥିବା ବେଳେ ସଙ୍ଗୀତା ହଂସ ଓ ରାଜିନ୍ଦର ଭାଟ୍ଟିଆ ଅନ୍ୟତମ ପ୍ରଯୋଜକ ଅଛନ୍ତି। ଅଭିମୁନ୍ୟ ମିଶ୍ର କାହାଣୀ ରଚନା କରିଛନ୍ତି।

ପୁରସ୍କାର ଅପେକ୍ଷା ଏହି ଚଳଚ୍ଚିତ୍ରଟି ସାଧାରଣ ଜନତାଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତାହା ଗୁରୁତ୍ୱପୂର୍ଣ୍ଣ କଥା ବୋଲି ଅବିନାଶ ନନ୍ଦ କହିଛନ୍ତି। ଚଳଚ୍ଚିତ୍ରଟି ପ୍ରତ୍ୟେକ ଭାରତୀୟଙ୍କୁ ପରିଷ୍କାର, ପରିଚ୍ଛନ୍ନତା ସହ ସୁସ୍ଥ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପତ୍ର ମାଧ୍ୟରେ ଅନୁରୋଧ କରାଯାଇଛି।