Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଙ୍କପାଳରୁ ଅଭ୍ୟାସଗତ ଅପରାଧୀ ମିଟୁ ଗିରଫ, କୁଜଙ୍ଗ ପୋଲିସ୍‌କୁ ଆମେରିକାରୁ ଓଡିଆ ଯୁବକଙ୍କ ପ୍ରଶଂସା

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ପଙ୍କପାଳ ସ୍କୁଲ୍ ତଥା ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରୁ ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି। ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ।

ମିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାବେଳେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତି ଥିବାବେଳେ ପେଷାଦାର ଭାବେ ଚୋରାମଦ ବେପାର କରିଥାଏ। ପୋଲିସ୍ ଏହି ଘଟଣାରେ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍‌ର ଏଭଳି ପ୍ରଶଂସନୀୟ କାର୍ଯ୍ୟପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି।

ପ୍ରକାଶ ଯେ, ଗତକାଲି କୁଜଙ୍ଗରୁ ଏକ ନମ୍ବର ବିହୀନ ବୁଲେଟ୍‌ରେ ଚୋରା ମଦ ନେଇ ପଙ୍କପାଳ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଥିଲା। ଫଳରେ କୁଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ପଙ୍କପାଳରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଅପରାଧୀ ମିଟୁ ଚମ୍ପଟମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ ତାକୁ ମାଡ଼ିବସିଥିଲା। ତା ନିକଟରୁ ଦେଶୀ ମଦ (ଆସ୍କା ଫଟି)୩୦ ଲିଟର ଜବତ କରାଯାଇଥିବା ବେଳେ ଏହି କାରବାରେ ବ୍ୟବହୃତ ନମ୍ବର ବିହୀନ ବୁଲେଟ୍‌ଟିକୁ ପୋଲିସ୍ ଜବତ କରିଥିଲା।

ପୋଲିସ୍ ମିଟୁ ନାମରେ କେସ୍ ନଂ ୪୧୪/୨୩ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିଲା। ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ ମନୋଜ ଦାସ ଓରଫ୍ ମିଟୁ ନାମରେ କେନ୍ଦ୍ରାପଡ଼ା, ପାରାଦ୍ୱୀପ, କୁଜଙ୍ଗ ଭଳି ବିଭିନ୍ନ ଥାନାରେ ଅପରାଧୀକ ମାମଲା ସହିତ ସେ ସେକ୍ସ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ଭାବେ ତା ନାମରେ ମାମଲା ରହିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି। ଏବେ ତା ନାମରେ ୧୧୦ (ଅଭ୍ୟାସଗତ ଅପରାଧୀ) ଭାବେ ମାମଲା ରହିଥିବାବେଳେ ଆଗାମୀ ଦିନରେ ସେ ଜାମିନ୍‌ରେ ଆସି ଯଦି ଅପରାଧୀକ ମାମଲାରେ ସଂପୃକ୍ତି ରୁହେ ତାକୁ ଏ ଅଂଚଳରୁ ତଡ଼ିପାର କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା-ମୋ ପରିବାର ସହାୟତାରେ ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ସାସଣ୍ଡା ଗ୍ରାମର ୩୬ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଗତ ୬ବର୍ଷ ଧରି କତାରରେ ରହି କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ ୨ତାରିଖରେ ତାଙ୍କର ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ସାଉଦି ଆରବ ଯାତ୍ରା କରିଥିଲେ। ସେ ଅଗ୍ନାଶୟ ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ପୁନର୍ବାର ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଗତ ଜୁଲାଇ ୧୦ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ବିୟୋଗରେ ପୁରା ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ତାଙ୍କ ମୃତଦେହକୁ ବିଂଝାରପୁର ଫେରାଇ ଆଣିବା ପାଇଁ ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ସହଯୋଗ ଲୋଡ଼ିଥିଲେ ।

ଶ୍ରୀମତୀ ମଲ୍ଲିକ ଘଟଣା ବିଷୟରେ ପ୍ରଥମେ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ଜଣାଇଥିଲେ ଏବଂ ଠିକ୍ ସେହିପରି, ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ବାହାରିନ୍ ରେ ଥିବା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡଃ.ଅରୁଣ ପ୍ରହରାଜ (ଓଡ଼ିଆ ସମାଜର ପ୍ରତିଷ୍ଠାତା- ବାହାରିନ)ଙ୍କୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡଃ. ପ୍ରହରାଜ ତୁରନ୍ତ ପଦକ୍ଷେପ ନେଇ ସାଉଦି ଆରବର ପ୍ରଶାସନିକ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ମୃତ ଦେହକୁ ସାଉଦି ଆରବରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଥିଲେ।

ଏହି ପରିପ୍ରେକ୍ଷିରେ ଆଜି ଗୋବିନ୍ଦଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ଜନତା ଦଳ ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୃତଦେହକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରି ନିଜ ଜନ୍ମସ୍ଥାନ ବିଂଝାରପୁରକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ଯାତାୟାତ ବ୍ୟବସ୍ଥା କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଆବୁଧାବିରେ କରୋନା ଯୋଗୁଁ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର : କରୋନା ଯୋଗୁଁ ଆବୁଧାବିରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆବୁଧାବିରେ ସମ୍ପୃକ୍ତ ଯୁବକ ଲେବର ସୁପରଭାଇଜର କାମ କରୁଥିଲେ । ଆବୁଧାବି ଅଲ୍‌ ଏନ୍‌ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡେଥ୍‌ ସାର୍ଟିଫିକେଟ୍ ମିଳିଛି‌ । ଡେଥ୍‌ ସାର୍ଟିଫିକେଟ୍‌ରେ ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି । ଯୁବକ ଜଣକ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍‌ ଚନ୍ଦନ ନଗରର ବୋଲି ଜଣାପଡିଛି ।