Categories
ଆଞ୍ଚଳିକ

ଓୟୁଜେର ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରଣପୁର: ଓୟୁଜେର ନୟାଗଡ ଜିଲ୍ଲା ସଭାପତି ତଥା ରଣପୁରର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ଓୟୁଜେ ରାଜ୍ୟ ଶାଖା ତରଫରୁ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ଦୀର୍ଘ ଦିନ ଧରି ନିଷ୍ଠାପର ଭାବେ ଓୟୁଜେର କାର୍ଯ୍ୟ ତୁଲାଉ ଥିବା ହେତୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ରାଜ୍ୟ କର୍ମକର୍ତ୍ତା ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ରଣପୁର ଓୟୁଜେ ତରଫରୁ ଶ୍ରୀଯୁକ୍ତ ମହାନ୍ତିଙ୍କୁ କୃତଜ୍ଞତା ଜଣାଇବା ସହ ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ରଣପୁର ଓୟୁଜେ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏଥି ନେଇ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଞ୍ଚଳିକ

ଓୟୁଜେ ରେଢାଖୋଲ ୟୁନିଟ୍ ପକ୍ଷରୁ ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି

କନ୍ଦର୍ପ ବେହେରା

ରେଢାଖୋଲ: ଲତା ଦିଦିଙ୍କ ପରଲୋକରେ ଭାରତୀୟ ସଂଗୀତର ସୁବର୍ଣ୍ଣ ଯୁଗର ଅବସାନ ଘଟିଲା, ସାରା ଦେଶ ଲତା ଦିଦିଙ୍କ ଅବର୍ତ୍ତମାନ କାଳରେ ତାଙ୍କ ସ୍ୱରକୁ ମନେ ରଖିବ। ସେହିପରି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ଉପସ୍ଥିତ ସାମ୍ବାଦିକମାନେ ମତ ରଖିଥିଲେ।

ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ , ଉଭୟଙ୍କ ପାଇଁ ପ୍ରଥମେ ଦୁଇମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ରେଢାଖୋଲ, ନାକଟିଦେଉଳ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ଉଭୟଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ନିର୍ଭୀକତା ଖବର ପରିବେଷଣ ସମସ୍ତଙ୍କ ପାଇଁ ମନେରହିବ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ଖବର ସଂଗ୍ରହ ବେଳେ ମୃତ୍ୟୁକାଳିନ ଅର୍ଥରାଶି ବୃଦ୍ଧି କରିବା ସହିତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା।

ସେହିଭଳି ଲତା ମଙ୍ଗେସକରଙ୍କ ବଲିଉଡ ପ୍ରତି ତାଙ୍କର ଅବଦାନ ମନେରହିବ ଓ ତାଙ୍କ ପରଲୋକରେ ସାରାଦେଶ ଶୋକରେ ମ୍ରିୟମାଣ ବୋଲି ସାମ୍ବାଦିକ ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥରଲେ।

ଆଜିର ଶୋକସଭାରେ ଓୟୁଜେ ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନ , ବରିଷ୍ଠ ସାମ୍ବାଦିକ ଶରତ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ତପନ କୁମାର ବିଶ୍ୱାଳ, ସରୋଜ ସାହୁ, ମମତା ପାତ୍ର, ସୁଶାନ୍ତ ନାଗ,ଅନୀଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓୟୁଜେ ରେଢାଖୋଲ ୟୁନିଟ୍ ର ସମ୍ପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ଓୟୁଜେ ସମ୍ବଲପୁର ଜିଲ୍ଲାର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ

ରେଢାଖୋଲ: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ରେଢାଖୋଲ ଓ ନାକଟିଦେଉଳ ୟୁନିଟ୍ ତରଫରୁ ନାକଟିଦେଉଳ ସ୍ଥିତ ବନବିଭାଗ ଡାକବଙ୍ଗଳା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସଭାପତିତ୍ୱ କରିଥିଲେ। ଏଥିରେ ଓୟୁଜେର ରାଜ୍ୟସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିବା ସହ ଆଗାମି ଦିନରେ ସାମ୍ବାଦିକ ମାନଙ୍କର ସମସ୍ତ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ ସଂଘ ମାଧ୍ୟମରେ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ସଭାରେ ଯେଉଁ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ମିଳିପାରିନାହିଁ କିପରି ମିଳିବ, ସ୍ୱାସ୍ଥ୍ୟ ବୀମାର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଦି ଦାବୀକୁ ସରକାରଙ୍କୁ ଦିଆଯିବାକୁ ସଭାରେ ସ୍ଥିର ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ସ୍ୱାଇଁ କୋଷାଧ୍ୟକ୍ଷ, ଜୟନ୍ତ ଖଡିରତ୍ନ, ଉପସଭାପତି ସଂଜୟ ମିଶ୍ର, ସାଧାରାଣ ସଂପାଦକ ସୁବାସ ନାଥ ଶର୍ମା ସଂପାଦକ, ଶଙ୍କର ପୃଷ୍ଟି ସଂପାଦକ, ମନୋଜ ରାଜ ସଂଗଠନ ସଂପାଦକ, ଦିନେଶ ମହାରଣା କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ନିଜ ନଜର ମତାମତ ରଖିଥିଲେ।

ପୂର୍ବରୁ ମନୋନୟନ କମିଟି ମାଧ୍ୟମରେ ସଂଘର ସଭାପତି, ସାଧାରଣ ସଂପାଦକ ତଥା ଅନ୍ୟାନ୍ୟ ପଦପଦବୀ ପାଇଁ ସଂଘର ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା। ସଭାପତି ଭାବରେ ପ୍ରଭାତ ବେହେରା, ଉପସଭାପତି ଭାବରେ ଜୟନ୍ତ ଖଡିରତ୍ନ ଓ ହେମନ୍ତ ରାଉତ, ସାଧାରଣ ସଂପାଦକ ଭାବରେ ରାଜେଶ ବିଭାର, ସଂପାଦକ ଭାବରେ ପ୍ରଦୀପ ମିଶ୍ର ଓ କନ୍ଦର୍ପ ବେହେରା, କୋଷାଧ୍ୟକ୍ଷ ତପନ୍ ଦାଶ୍, ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ରାଧାମୋହନ ଷଡଙ୍ଗୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର, ଜାତୀୟ ପରିଷଦ ସଦସ୍ୟ ଶଚିକାନ୍ତ ସାହୁଙ୍କ ନାମକୁ ଘୋଷଣା କରାଯାଇଥିଲା।

ରମାକାନ୍ତ ମହାନନ୍ଦ ସ୍ୱାଗତ ଭାଷଣ ଦେବା ସହ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସଂଘର ସଭ୍ୟ ସାମ୍ବାଦିକ ଶରତ ପ୍ରଧାନ, ବିଜୟ ବେହେରା ସରୋଜ ସାହୁ, ରୋହିତ ଭୋଇ, ଅରୁଣ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।