ଖୋର୍ଦ୍ଧା : ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବାଣ୍ଟିଲା ବେଳେ ଜଣେ ଆଶା କର୍ମୀ ଟଳି ପଡିଥିଲେ । ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆଶା କର୍ମୀ ଜଣକ କ’ଣ ପାଇଁ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ କରୋନ ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୀମ୍ସାରର 7 ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।