Categories
ଆଞ୍ଚଳିକ

ନେଚରପାଥି ଚିକିତ୍ସାରେ ରୋଗ ମୁକ୍ତ ଓ ଔଷଧ ମୁକ୍ତ ଜୀବନ ପାଇଁ ପ୍ରୟାସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଉମାମହେଶ୍ୱର୍ ବଣିକ ସଂଘର ସଦସ୍ୟଙ୍କ ତରଫରୁ ଏକ ଜନସେବା କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁଦୂର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନରୁ ଚିକିତ୍ସକ ଭାବେ ଡାକ୍ତର ନରେଶ ଅଗ୍ରୱାଲଙ୍କ ଦୀର୍ଘ ୪ ଘଣ୍ଟା ଧରି ମନୁଷ୍ୟ ଶରୀରର ବିଭିନ୍ନ ରୋଗର ଉତ୍ପତ୍ତି ଏବଂ ଏହାର ମୂଳରୁ ନିରାକରଣ ପାଇଁ ପ୍ରକୃତି କିଭଳି ସମସ୍ତ ଔଷଧ ଦେଈ ସାରିଛି, ତାହା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ଦିନଚର୍ୟା ଓ ସନ୍ତୁଳିତ ଖାଦ୍ୟ ମାଧ୍ୟମରେ କିଭଳି ରୋଗ ମୁକ୍ତ ହୋଇ ପାରିବେ, ସେ ସମ୍ବଦ୍ଧ ରେ ବକ୍ତବ୍ୟ ରଖିଥିଲେ।

ଏଥିରେ ଅଂଚଳର ଶତାଧିକ ଜନ ସାଧାରଣ ଯୋଗ ଦେଇ ଏହାର ସୁଯୋଗ ଉପଲବ୍ଧ କରିଥଲେ। ଉକ୍ତ ମଞ୍ଚ କୁ ସଂଘ ର ସଭାପତି ରବିନାରାୟଣ ନାୟକ ପରିଚାଳନା କରିବା ସହ ଯୋଗ ଦେଇ ଥିବା ସମସ୍ତ ଜନ ସାଧାରଣ ଙ୍କୁ ଫଳ ବଣ୍ଟନ କରାଯାଇଥିଲା।