Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ପରଲୋକ, ପିସିସି ତରଫରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା, ପୂର୍ବତନ ଏ.ଆଇ.ସି.ସି ସଦସ୍ୟା ସନ୍ଧ୍ୟା ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ବରସ୍ଥିତ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ସନ୍ଧ୍ୟା ଦେବୀଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ସନ୍ଧ୍ୟା ଦେବୀ କଂଗ୍ରେସ ଦଳରେ ଦୀର୍ଘଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀଯୁକ୍ତ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅନୁଷ୍ଠିତ ଶୋକସଭାରେ ପୂର୍ବତନମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ବିଭୂତି ମିଶ୍ର, ପ୍ରକାଶ ମିଶ୍ର, ଜ୍ଞାନ ପଟ୍ଟନାୟକ, ତରୁଣ ମିଶ୍ର, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ମନୋରଞ୍ଜନ ଦାସ, ମିହିର ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ସୁବ୍ରତ ମହାପାତ୍ର, ରାଜ କିଶୋର ବାରିକ, ଜୟକୃଷ୍ଣ ସୁବୁଧୀ, ରଶିକ ପଟ୍ଟନାୟକ, ମନୋରଞ୍ଜନ ରାଉତରା, ପ୍ରଭାତ ପ୍ରତାପ ସିଂ, ନରୋତମ ନାୟକ, ଜ୍ୟୋତିଶ ସାହୁ, ଏମ୍‌ଡ଼ି ସାହା ଦୁଲ୍ଲା ଓ କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସ୍ୱଗର୍ତ ସନ୍ଧ୍ୟା ଦେବୀଙ୍କ ପରଲୋକରେ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ସନ୍ଧ୍ୟାଦେବୀଙ୍କ ଅମର ଅତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ସନ୍ଧ୍ୟାଦେବୀଙ୍କ ପ୍ରାର୍ଥୀବ ଶରୀରକୁ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ଅଣାଯିବା ପରେ ପୂର୍ବତନ ପିସିସି ସଭାପତି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଡଃ ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ସତ୍ୟବ୍ରତ ନାୟକ, ସୁଧାଂଶୁ ମହାନ୍ତି, ବିଜୟ ଦ୍ୱିବେଦୀ, ପ୍ରଣତି ମିଶ୍ର ପ୍ରମୁଖ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଟୀକା ନେବା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା ଗତକାଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହୁଛନ୍ତି। ହେଲେ ସେ କରୋନା ଟୀକା ନେବା ପରେ ଆକ୍ରାନ୍ତ ହୋଇଥିବା ଖବର ନିଜେ ସୂଚନା ଦେଇଛନ୍ତି। ନଗମା ଏପ୍ରିଲ ୨ ତାରିଖରେ କରୋନା ଟୀକାର ପ୍ରଥମ ଡୋଜ ନେଇଥିଲେ।

ତେଣୁ ଟୀକା ନେବା ପରେ ମଧ୍ୟ ସତର୍କ ରହିବାକୁ ତାଙ୍କ ପ୍ରଶଂସକମାନଙ୍କୁ ସେ ଅନୁରୋଧ କରିଛନ୍ତି। ନଗମା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।