Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକରେ ପୁଣି ଟିପୁ ସୁଲତାନଙ୍କ ପ୍ରବେଶ, ମୈସୁରୁ ବିମାନବନ୍ଦରର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଶାସକ କଂଗ୍ରେସର ଜଣେ ବିଧାୟକ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ନାମରେ ମନ୍ଦକଲ୍ଲୀ ବିମାନବନ୍ଦରର ନାମକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଗୁରୁବାର ଦିନ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ଓ ବିଜେପି ପୁଣି ଥରେ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି।

ପିଟିଆଇ ଅନୁଯାୟୀ, ହୁବଲୀ ବିମାନବନ୍ଦରକୁ କ୍ରାନ୍ତିବୀର ସଙ୍ଗୋଲୀ ରାୟନ୍ନାଙ୍କ ନାମରେ, ବେଲଗାଭି ବିମାନବନ୍ଦରକୁ କିତୁର ରାଣୀ ଚେନମ୍ମାଙ୍କ ନାମରେ, ଶିବମୋଗା ବିମାନବନ୍ଦରକୁ ଜାତୀୟ କବି ଡ. କେ.ଭି. ଜଗଜ୍ୟୋତି ବସେଭେଶ୍ୱରଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବରେ କୁହାଯାଇଛି।

ବିମାନବନ୍ଦରର ନାମ ପରିବର୍ତ୍ତନ ଉପରେ ଆଲୋଚନା ବେଳେ ହୁବଲି-ଧାରୱାଡ (ପୂର୍ବ) ବିଧାନସଭା ବିଧାୟକ ପ୍ରସାଦ କହିଛନ୍ତି ଯେ, ମୁଁ ମୈସୁରୁ ବିମାନବନ୍ଦରକୁ ଟିପୁ ସୁଲତାନ ବିମାନବନ୍ଦର ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଉଛି। କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ପରେ ବିରୋଧୀ ଦଳ ବିଜେପି ବିରୋଧ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେଡ଼ି ଠାରୁ ବହୁ ଦୂରରେ ବିରୋଧୀ ଦଳ, ଆରମ୍ଭ ହେଲା ଦ୍ଵିତୀୟ ଦିନର ଗଣତି

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।