Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କଂଗ୍ରେସ ସଭାପତି ପାଇଁ ହେବ ନିର୍ବାଚନ, ଓଡିଶା କଂଗ୍ରେସ ଭବନରେ ବ୍ୟବସ୍ଥା

ଭୁବନେଶ୍ବର: ଆଜି କଂଗ୍ରେସର ସଭାପତିପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ରାଜ୍ୟର କଂଗ୍ରେସ ମୁଖ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ସେହିପରି ଦିଲ୍ଲୀରେ ଏଆଇସିସି ରେ ମଧ୍ୟ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ।

ବହୁ ବର୍ଷ ପରେ କଂଗ୍ରେସ ଏକ ଅଣ ଗାନ୍ଧୀ ପରିବାରର ସଭାପତି ଦେଖିବାକୁ ଯାଉଛି। କାରଣ ଏହି ସଭାପତି ଦୌଡରେ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର। ଦୀର୍ଘ ୨୨ ବର୍ଷ ବର୍ଷ ପରେ କଂଗ୍ରେସର ଏହି ନିର୍ବାଚନ ଅନୁଷ୍ଠିତ ହେଉଛି।

ଏହି ଭୋଟ ଗ୍ରହଣ ପାଇଁ ଦେଶରେ ୪୦ଟି ମତଦାନ କେନ୍ଦ୍ରରେ ୬୮ ବୁଥ କରାଯାଇଛି। ଯେଉଁଥିରେ ପ୍ରଦେଶ କଂଗ୍ରେସ କମିଟିର ପ୍ରାୟ ୯ ହଜାର ୮ଶହରୁ ଅଧିକ ସଦସ୍ୟ ଓ ପ୍ରତିନିଧି ଭୋଟ ଦେବେ। ମତଦାନ ସରିବା ପରେ ବାଲାଟ ବକ୍ସକୁ ସିଲ କରି ଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ। ଅକ୍ଟୋବର ୧୯ ତାରିଖରେ ଭୋଟ ଗଣନା ପରେ ଫଳାଫଳ ଘୋଷଣା କରାଯିବ।