Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଜେଲ ଉପରେ ଆକ୍ରମଣ: ୧୪ ମୃତ, ୨୪ କଏଦୀ ଫେରାର

ନୂଆଦିଲ୍ଲୀ: ଅଜ୍ଞାତ ବନ୍ଧୁକଧାରୀ ମେକ୍ସିକୋର ଏକ ଜେଲ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମ ଅନୁଯାୟୀ ରବିବାର ଦିନ ମେକ୍ସିକୋର ଉତ୍ତର ସିଉଦାଦ ଜୁଆରେଜ୍ ସହରର ଏକ ଜେଲ ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ, ଏହି ଆକ୍ରମଣରେ ଅଜ୍ଞାତ ସଂଖ୍ୟକ ବନ୍ଧୁକଧାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ମୃତକଙ୍କ ମଧ୍ୟରେ ୧୦ ଜଣ ଜେଲର ରକ୍ଷୀ ଏବଂ ସୁରକ୍ଷା କର୍ମୀ ଅଛନ୍ତି।

ସୂଚନାନୁସାରେ, ନୂଆ ବର୍ଷ ଅବସରରେ କିଛି କଏଦୀଙ୍କ ସମ୍ପର୍କୀୟମାନେ ଭେଟିବା ପାଇଁ କ୍ୟାମ୍ପସ ବାହାରେ ଅପେକ୍ଷା କରିଥିଲେ। ସେହି ସମୟରେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ। ଯାହା ପରେ ଜେଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ହୋଇଥିଲା। ଜେଲ ଭିତରେ କିଛି ବନ୍ଦୀ ଅନେକ ଜିନିଷରେ ନିଆଁ ଲଗାଇ ଜେଲର ରକ୍ଷୀଙ୍କ ସହ ସଂଘର୍ଷ କରିଥିଲେ। ତେବେ ୨୪ ଜଣ କଏଦୀ ଖସି ପଳାଇଯିବାର ସକ୍ଷମ ହୋଇଥିଲେ। ବର୍ତ୍ତମାନ ଏହି ଆକ୍ରମଣ ପଛର କାରଣ ଅନୁସନ୍ଧାନ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଫେରାର ଅଭିଯୁକ୍ତ ଜଣଙ୍କ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ବୋଲି ଜଣାପଡିଛି। ୨୦୧୩ ମସିହାରେ ଚୋରି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ। ତେବ ଯୁବକ ଜଣଙ୍କୁ ପୋଲିସ ଧରିବା ସହିତ ଥାନାରେ ଦୁଇଦିନ ଧରି ଅଟକ ରଖିଥିଲା। ଗତକାଲି ରାତି ୧୦ଟା ସମୟରେ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡିନାହିଁ।