Categories
ଆଜିର ଖବର ରାଜ୍ୟ ଖବର

ମଙ୍ଗଳବାରଠାରୁ କଟକରେ ଆଣ୍ଟିଜେନ୍ ଟେଷ୍ଟ, କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ

କଟକ, କରୋନା ମୁକାବିଲା ପାଇଁ ମଙ୍ଗଳବାରଠାରୁ କଟକରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ। ସବୁ ରୋଗୀଙ୍କର କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ କରିବାକୁ ସ୍ଥିର ହୋଇଛି। ମଙ୍ଗଳବାରଠାରୁ ଗୁରୁତର ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ କ୍ୟନସର ହସ୍ପିଟାଲରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ବସିଥିବା ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସଟଡାଉନ ବେଳେ ଜରୁରୀ ନଥିଲେ ହସ୍ପିଟାଲ ଆଉଟଡୋର ନଆସିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସଟଡାଉନ ସମୟରେ ଦୁଇ ହସ୍ପିଟାଲକୁ ବିଶୋଧନ କରାଯିବ। ବୈଠକ ପରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ କଟକ ସହରରେ 8 ତାରିଖ ଯାଏଁ ସଟ୍ ଡାଉନ୍ ଲାଗୁ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ 6 ପଜିଟିଭ୍‌

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ 6 କରୋନା ପଜିଟିଭ୍‌  ଚିହ୍ନଟ ହୋଇଥିବା ନେଇ ସିଡିଏମ୍‌ଓ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରେ 4ଜଣ କ୍ୟାନସର ରୋଗୀ ରହିଥିବାବେଳେ ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବାର ସୂଚନା ରହିଛି । ପୂର୍ବରୁ ହସ୍ପିଟାଲରୁ 3 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ଦୁଇ ଜଣ ନର୍ସ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।