Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମାହାଙ୍ଗା ବିଧାନସଭା: ପ୍ରତିଦ୍ୱନ୍ଦ୍ୱୀତାରେ ତିନି ଦଳର ଯୁବ ପ୍ରାର୍ଥୀ!

ଭୁବନେଶ୍ୱର: କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭାକୁ ବାଗ୍ମୀ ରାଜନତାମାନେ ନିର୍ବାଚିତ କରୁଥିବାର ଏକ ଅନନ୍ୟ ରେକର୍ଡ ଥିଲା। ସେଠାରୁ କଂଗ୍ରେସର ସେକ୍‍ ମତଲୁବ ଅଲ୍ଲୀ ଓ ଜନତା ଦଳ, ପରେ ବିଜେଡି ପକ୍ଷରୁ ଶରତ କର ବିଧାନସଭାକୁ ନିର୍ବାଚିତ ହୋଇ ନିଜ ବାଗ୍ମୀତାର ପରିଚୟ ଦେଇ ବକ୍ତା ଭାବରେ ସୁନାମ ଅର୍ଜନ କରିଥିଲେ। କିନ୍ତୁ ୨୦୦୪ ପରଠାରୁ ସେହି ଧାରା ଆଉ ଦେଖିବାକୁ ମିଳୁନାହିଁ। କାରଣ ଉଭୟ ନେତାଙ୍କର ପରଲୋକ ହୋଇଯାଇଛି। ତେଣୁ ଆଗାମୀ ନିର୍ବାଚନରେ ଏହି ଦୁଇନେତାଙ୍କ ପୁଅମାନେ ନିର୍ବାଚନ ସମରରେ ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏପରିକି ଗତଥରର ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ମଧ୍ୟ ଜଣେ ନୂତନ ଯୁକକଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି।

୨୦୦୯ର ନିର୍ବାଚନ ମଣ୍ଡଳୀ ପୁନଃଗଠନ ପରଠାରୁ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ମାହାଙ୍ଗାରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୯ ନିର୍ବାଚନରେ ଜିତିବା ପରଠାରୁ ବିଧାୟକ ଶ୍ରୀ ଜେନା ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ବିଜେଡି ଆଉ ପ୍ରାର୍ଥୀ କରିବ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଶରତ କରଙ୍କ ପୁଅ ଶୋଭନ କର ସର୍ବଭାରତୀୟ ଚାକିରିରୁ ଅବସର ନେଇସାରିଛନ୍ତି। ଶୋଭନ କରଙ୍କର ଏବେ ୫ଟି ଅଧ୍ୟକ୍ଷଙ୍କ ସହିତ ଭଲ ସମ୍ପର୍କ ଥିବାରୁ ସେ ନିଶ୍ଚିତ ପ୍ରାର୍ଥୀ ହେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ଏତଦ୍‍ଭିନ୍ନ ସେ ଶରତ କରଙ୍କ ପୁଅ ହୋଇଥିବାରୁ ତାଙ୍କ ପ୍ରତି ମତଦାତାମାନଙ୍କର ସହାନୁଭୂତି ରହିଥିବା ଲକ୍ଷ୍ୟ କରାଯାଉଛି। ଏହା ହେଲେ ଦଳ ବର୍ତ୍ତମାନର ବିଧାୟକ ପ୍ରତାପ ଜେନାଙ୍କୁ ଅନ୍ୟ କୌଣସି ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରାଇବ କିମ୍ବା ଦଳୀୟ ସଂଗଠନ କାମରେ ନିୟୋଜିତ କରାଇପାରେ।

ବିଜେଡି ଭଳି ବିଜେପିର ପ୍ରାର୍ଥୀ ଚୟନକୁ ନେଇ ରୋଚକ ଘଟଣା ସାମ୍ନାକୁ ଆସୁଛି। ଏକଦା ରାଜ୍ୟ ବିଜେପିରେ ଏକଚାଟିଆ ଆଧିପତ୍ୟ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚଳନ୍ତି ପ୍ରତିମା ଶାରଦା ପ୍ରଧାନ ଗତଥର ବିଜେପି ପ୍ରାର୍ଥୀଭାବେ ମାହାଙ୍ଗାରୁ ପ୍ରତିଦ୍ୱନ୍ଦ୍ୱୀତା କରି ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଆଗାମୀ ନିର୍ବାଚନରେ ଶାରଦାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବାର ଆଶା କ୍ଷୀଣ ରହିଛି। ମାହାଙ୍ଗା ବ୍ଳକର ଆରଏସଏସର କର୍ମୀ ତଥା ଯୁବ ସଂଗଠକ ସୁମନ୍ତ କୁମାର ଘଡ଼େଇଙ୍କୁ ପ୍ରାର୍ଥୀ କରିବା ପାଇଁ ସଂଘ ପକ୍ଷରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉଛି। ଏହା ଜାଣିପାରି ଶାରଦା ପ୍ରଧାନ ଏବେ ଅନ୍ୟଦଳକୁ ଯିବାକୁ କିମ୍ବା ପୁଣି ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଚୌଧୁରୀ ପ୍ରଭାତ କୁମାର ମିଶ୍ର ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି।

ମାହାଙ୍ଗା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ୪ଥର ନିର୍ବାଚିତ ହୋଇଥିବା ସେକ୍‍ ମତଲୁବ ଅଲ୍ଲୀଙ୍କ ପୁତ୍ର ମାସୁଦ ଅଲ୍ଲୀ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ମାହାଙ୍ଗା ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତା ପ୍ରାୟ ୪୬ ହଜାର ଥିବାରୁ ତାହାକୁ ଲକ୍ଷ୍ୟ ରଖି ମାସୁଦ ଅଲ୍ଲୀ ଜିତିବା ପାଇଁ ଆଶାବାଦୀ ଅଛନ୍ତି। ତାଙ୍କ ଛଡ଼ା ଗତଥରର ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଡ଼ମ୍ବା ବ୍ଲକ୍‌ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ଵର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ ରତାପାଟ ଏବଂ ଦାଶରଥୀପୁର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପ ଯାତ୍ରାର ସଚେତନତା ବାହନ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ସଂକଳ୍ପ ଯାତ୍ରା ଉପଲକ୍ଷେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଊଜ୍ଜ୍ୱଳା ଯୋଜନା, ଉଜାଲା ଯୋଜନା, ପିଏମ କିଷାନ, ଜନଧନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସୁରକ୍ଷା ବୀମା ଯୋଜନା, ଡାକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି।

ସଚେତନତା ଗାଡ଼ିରେ ଲାଗିଥିବା ଏଲଇଡି ସ୍କ୍ରିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଓ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ସଂକଳ୍ପ ଯାତ୍ରାର ନୋଡାଲ ଅଧିକାରୀମାନେ ଯୋଗ ଦେଇ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସମସ୍ତେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ବଡ଼ମ୍ବା ବ୍ଲକ୍‌ରେ ସଂକଳ୍ପ ଯାତ୍ରାର ଅନୁଧ୍ୟାନ କରିବା ଲାଗି ନୂଆଦିଲ୍ଲୀସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ କୃପାଶଙ୍କର ଯାଦବ, ପିଆଇବି, ଭୁବନେଶ୍ୱରର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଅଧିକାରୀ ମାନେ ହିତାଧିକାରୀଙ୍କ ସହ ମତ ବିନିମୟ କରିବା ସହ ଏହି ସ୍ୱତନ୍ତ୍ର ଅଭିଯାନ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ବ୍ୟାଙ୍କ ପରିଚାଳକ ଆନ୍ଧ୍ର ସୀମାନ୍ତରୁ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଟକ ଜିଲ୍ଲା ବଡମ୍ବା କାନାରା ବ୍ୟାଙ୍କ ପରିଚାଳକ ପତନ କୁମାର ସାହୁ ନିଖୋଜ ମାମଲାର ଅନ୍ତ ଘଟିଛି। ଗୋଳନ୍ଥରା ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉଦ୍ଧାର କରି ବଡମ୍ବା ପୋଲିସକୁ ଜଣାଇଛି। ପରେ ବଡମ୍ବା ପୋଲିସ ଓ ପରିବାର ସଦସ୍ୟମାନେ ଗୋଳନ୍ଥରା ଥାନାରେ ପହଞ୍ଚି ପତନଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣାର ପୋଲିସ ଅନୁଧ୍ୟାନ କରୁଛି।

ପ୍ରକାଶ ଥାଉକି ତପନ ଗତ ୨୫ ତାରିଖ ଦିନ ବ୍ୟାଙ୍କକୁ ଯିବା ପରେ ସନ୍ଧ୍ୟାରେ ଘରକୁ ଆସିନଥିଲେ ଓ ମୋବାଇଲ ଫୋନ ବନ୍ଦ କରି ଦେଇଥିଲେ। ଯାହା ଫଳରେ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଅନୁସନ୍ଧାନ ଚଳାଇ ସେ ଆନ୍ଧ୍ର ପଟୁ ଆସୁଥିବା ଖବର ପାଇ ଗୋଳନ୍ଥରା ଥାନାକୁ ଜଣାଇବା ପରେ ଗୋଳନ୍ଥରା ପୋଲିସ ସେ ଏକ ମୋଟରସାଇକେଲରେ ଆସୁଥିବା ବେଳେ ତାକୁ ଅଟକାଇ ବଡମ୍ବା ଥାନାକୁ ଅବଗତ କରାଇଥିଲେ।

ଅନ୍ୟ ପକ୍ଷରେ ତପନ ନିଖୋଜ ରହସ୍ୟମୟ ହୋଇ ରହିଛି। ସଠିକ ଅନୁସନ୍ଧାନ କଲେ ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୦୮  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୮

କଟକ ଜିଲ୍ଲାରୁ- ୨୭

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୬

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୬

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୨୬

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୦

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୫

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୧୫

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୩୫

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୩ ହଜାର ୭୦୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୩୫ ଏବଂ ବର୍ତ୍ତମାନ ୧୪୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୬୭ ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୬୭  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୭

ବୌଦ୍ଧ ଜିଲ୍ଲାରୁ- ୬

କଟକ ଜିଲ୍ଲାରୁ- ୪୦

ଦେବଗଡ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୫

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୧୯

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୭

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୬

ଷ୍ଟେଟ ପୁଲରୁ- ୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୩ ହଜାର ୪୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୮୩୧ ଏବଂ ବର୍ତ୍ତମାନ ୧୪୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ପୁଣି ବଢିଲା ସଂକ୍ରମଣ: କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୫

ବରଗଡ ଜିଲ୍ଲାରୁ- ୫

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୧୨

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୬୬

ଦେବଗଡ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୧୪

କନ୍ଧମାଳ ଜିଲ୍ଲାରୁ- ୩

କେନ୍ଦ୍ରପଡା ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୫୧

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୫

ନବରଙ୍ଗପୁର ଜିଲ୍ଲାରୁ- ୯

ନୟାଗଡ ଜିଲ୍ଲାରୁ- ୫

ନୂଆପଡା ଜିଲ୍ଲାରୁ- ୪

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୮

ସୋନପୁର ଜିଲ୍ଲାରୁ- ୮

ସୁନ୍ଦରଗଡ ଜିଲ୍ଲାରୁ- ୩୯

ଷ୍ଟେଟ ପୁଲରୁ- ୧୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୧ ହଜାର ୧୩୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୨୧୬ ଏବଂ ବର୍ତ୍ତମାନ ୧୬୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକ ଜିଲ୍ଲାର ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

କଟକ: କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗାଁରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଖଣ୍ଡୁଆଳି ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ପୃଥକ ବାସ ରଖାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।