Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ହସପିଟାଲ ଆଇସିୟୁରେ ବାଜିବ ମ୍ୟୁଜିକ, କଟକ ମେଡିକାଲର ନିଷ୍ପତି

କଟକ: ଏଣିକି ଆଇସିୟୁରେ ଶୂନଶାନ ତଥା ରୋଗୀଙ୍କ ଦେହରେ ଲାଗିଥିବା ମେସିନର ଟକଟକ୍ ଶଦ୍ଦ ଆଉ ଶୁଭିବ ନାହିଁ। ତା ପରିବର୍ତ୍ତେ ସେଠାରେ ଶୁଭିବ ଜଗନ୍ନାଥ ଭଜନର ଇନଷ୍ଟ୍ରୁମେଣ୍ଟାଲ ସଂଗୀତ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି କଟକ ବଡ ମେଡିକାଲ କର୍ତ୍ତୁପକ୍ଷ। ରୋଗୀମାନଙ୍କୁ ଆଇୟୁସିରେ ମ୍ୟୁଜିକ ଥେରାପି ପ୍ରଦାନ କରାଯିବ ବୋଲି କର୍ତ୍ତୁପକ୍ଷ କହିଛନ୍ତି।

ବର୍ତ୍ତମାନ ଆଇସିୟୁ ର ପରିବେଷ ବେଶ ଗମ୍ଭିର ରହିଛି। ଯାହା କେବଳ ରୋଗୀ କାହିଁକି ସେଠାକାର କର୍ମଚାରୀଙ୍କୁ ମଧ୍ୟ ବିରକ୍ତିକର କରୁଛି। ସେମାନଙ୍କ ମନକୁ ହାଲକା କରିବା ପାଇଁ ଏହି ବ୍ୟବସ୍ଥା କରାଯିବ। ତେବେ ଗୀତ ପରିବର୍ତ୍ତେ ସେଠାରେ କେବଳ ଇନଷ୍ଟୁମେଣ୍ଟାଲ ସଂଗୀତ ପରିବେଷଣ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଣପୁରରେ ଅଗ୍ନିକାଣ୍ଡ: ୬ ଗୁରୁତରଙ୍କୁ ଏମ୍ସ ଆଉ କଟକ ବଡ ମେଡିକାଲକୁ କରାଗଲା ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ସକାଳ ୮.୩୦ ଘଟିକା ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ଘରକୁ କବଳିତ କରିଦେଇଥିଲା। ଏହା ଦେଖି ସାହି ପଡିଶା ଲୋକ ଘର ଭିତରକୁ ପ୍ରବେଶ କରିବା ସମୟରେ ଏକ ବଡ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଗୁରୁତର ଭାବେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ  ହୋଇଛନ୍ତି।

ତେବେ ଗୁରୁତର ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଏମ୍ସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବେ ବେଳେ ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଅଗ୍ନିକୁ ଆୟତ୍ତ କରିବାରେ ଲାଗି ପଡ଼ିଥିବାବେଳେ, ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ରଂଜିତ ନାୟକ ଏବଂ ସରପଞ୍ଚ ଅଜୟ କୁମାର ମହାରଥା ଆଦି ଉପସ୍ଥିତ ଅଛନ୍ତି।

ତେବେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଠାକୁର ଘର ଦୀପ ଦ୍ୱାରା ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏବଂ ଯାହା ବିସ୍ଫୋରଣ ହୋଇଥିଲା ତାହା ଏକାଧିକ କବାଟ ଭାଙ୍ଗିବାରୁ ହୋଇଥିବାର କୁହାଯାଉଛି। ତେବେ ଗ୍ୟାସ ଟାଙ୍କି ଫାଟିନଥିବାର ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ। ଘରେ ଥିବା ସମସ୍ତ ୩ ଟି ଗ୍ୟାସ ଟାଙ୍କି ସୁରକ୍ଷିତ ଅଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ହେବ ଭିତ୍ତିଭୂମି ସୁଧାର

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଦେଶର ୭୩ଟି ସରକାରୀ ମେଡ଼ିକାଲ କଲେଜ ଏବଂ ପ୍ରତିଷ୍ଠାନର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି।  ଏଥିରେ ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ପାଇଁ ଯୋଜନା ରହିଛି। ଏଗୁଡ଼ିକ ହେଲା-କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ, ବୁର୍ଲାସ୍ଥିତ ଭିଏସଏସ ମେଡ଼ିକାଲ କଲେଜ ଏବଂ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ।

ଯୋଜନାର ତୃତୀୟ ପର୍ଯ୍ୟାୟରେ ଏମକେସିଜି ଓ ଭିଏସଏସ ମେଡ଼ିକାଲ କଲେଜକୁ ସାମିଲ କରାଯିବାକୁ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କଟକ ମେଡ଼ିକାଲ କଲେଜକୁ ସାମିଲ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ସୂଚନା ଦେଇଛନ୍ତି।

ତେବେ ଏହି ଯୋଜନାରେ ନୂତନ ସରକାରୀ ମେଡ଼ିକାଲ କଲେଜ ବା ପ୍ରତିଷ୍ଠାନ ଖୋଲାଯିବାର ବ୍ୟବସ୍ଥା ନାହିଁ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନର ମେଡ଼ିକାଲ କଲେଜଗୁଡ଼ିକରେ ସୁପର ସ୍ପେଶାଲିଟି ବ୍ଲକ (ଏସଏସବି) ଏବଂ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର କିମ୍ବା ମେଡ଼ିକାଲ ସରଞ୍ଜାମ କିଣିବାର ବ୍ୟବସ୍ଥା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଏସସିବି ମେଡ଼ିକାଲରେ ଅଘଟଣ: ଛାତରୁ ଫ୍ୟାନ୍ ଖସି ରୋଗୀ ଗୁରୁତର, ଆଇସିୟୁରେ ଭର୍ତ୍ତି

କଟକ: ପୁଣି କଟକ ବଡ଼ ମେଡ଼ିକାଲରେ ଘଟିଛି ଅଘଟଣ। ମେଡ଼ିକାଲ ଛାତରୁ ଫ୍ୟାନ୍ ଖସି ଜଣେ ଚିକିତ୍ସାଧିନ ମହିଳା ରୋଗୀଙ୍କ ଉପରେ ପଡିବାରେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଏହି ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନିଆଁରେ ପୋଡ଼ି ଆହତ ହୋଇଥିବା ଏହି ମହିଳା ଜଣକ ଗତ ୪ ଦିନ ପୂର୍ବେ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲରେ ଭର୍ତି ହୋଇଥିଲେ। ସେ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିଲେ। ତେବେ ଆଜି ହଠାତ୍ ଫ୍ୟାନ୍ ଟି ଘୁରୁଥିବା ଅବସ୍ଥାରେ ତାଙ୍କ ଉପରେ ଖସି ପଡିଥିଲା। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମେଡ଼ିକାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ବଡ଼ ମେଡ଼ିକାଲ ଛାତରୁ ଫ୍ୟାନ୍ ଖସିବା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଛାତରୁ ଫ୍ୟାନ୍ ଖସି ଚିକିତ୍ସାଧିନ ରୋଗୀ ଗୁରୁତର ହୋଇଥିବାର ନଜିର୍ ରହିଛି। ଅପରପକ୍ଷରେ ଆଜିର ଘଟଣା ପାଇଁ ମେଡ଼ିକାଲ କର୍ତୃପକ୍ଷଙ୍କ ଦାୟୀତ୍ୱହିନତା ଓ ଅପାରଗତାକୁ ଦାୟୀ କରିଛନ୍ତି ସେଠାରେ ଚିକିତ୍ସାଧିନ ଥିବା ଅନ୍ୟ ରୋଗୀ ଓ ସେମାନଙ୍କ ଆଟେଣ୍ଡାଂଟ।