Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ଏକ ଯୋଡ଼ା ବିଶେଷ ଟ୍ରେନ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ:

୧- ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ।

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍:

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଅକ୍ଟୋବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।