Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୋଲିସକୁ ନିଶା ଦେଇ ଫେରାର ହେଲା ଗ୍ୟାଙ୍ଗଷ୍ଟାର ହାଇଦର, କମିଶନରେଟ ପୋଲିସର ମୁଣ୍ଡବିନ୍ଧା

କଟକ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ପୋଲିସକୁ ଚକମା ଦେଇ କଟକ ମେଡିକାଲରୁ ଫେରାର ହୋଇଯାଇଛି। ଗତ 12 ଦିନ ଧରି ହାଇଦର କଟକ ମେଡିକାଲରେ ଚିକିତ୍ସିତ ହେଉଥିଲା। ତେବେ ତା ପାଖରେ ନିୟୋଜିତ ଥିବା ପୋଲିସ କର୍ମିଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିବାର ଜଣାପଡିଛି।

ହାଇଦର ପ୍ରଥମେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲା। ହେଲେ ସେଠାକାର ଡାକ୍ତର କଟକ ମେଡିକାଲକୁ ରେଫର କରିଦେଇଥିଲେ। ସେ କଟକରେ ଚିକିତ୍ସିତ ହେଉଥିଲା। ହେଲେ ଆଜି ଅପରାହ୍ନରେ ହାଇଦରକୁ ଇଂଜେକସନ ଦେବା ପାଇଁ ସ୍ବାସ୍ଥ୍ୟକର୍ମି ଯାଇଥିଲେ। ହେଲେ ହାଇଦର ବେଡରେ ନ ଥିଲେ। ଏପରିକି ତାଙ୍କର ଲୁଗାପଟା ମଧ୍ୟ ତାଙ୍କ ରୁମରେ ନ ଥିଲା।

ପ୍ରଥମେ ସ୍ବାସ୍ଥ୍ୟ କର୍ମି ସେଠାରେ ନିୟୋଜିତ ସୁରକ୍ଷା କର୍ମିଙ୍କୁ ଖୋଜିଥିଲେ। ହେଲେ ସେମାନେ ନିଘୋଡ ନିଦରେ ଶୋଇପଡିଥିଲେ।  ସ୍ବାସ୍ଥ୍ୟ କର୍ମି ସେମାନଙ୍କୁ ଉଠାଇ ହାଇଦର କାହିଁ ବୋଲି ପଚାରିଥିଲେ। ହେଲେ ସେମାନେ ଉଠିବାର ଅବସ୍ଥାରେ ନ ଥିଲେ। ଟଳିଟଳି ବାହାରକୁ କୁଆଡେ ଯାଇଥିବ ବୋଲି କହିଥିଲେ।

ସେମାନଙ୍କର ଏପରି ଅବସ୍ଥା ଦେଖିବା ପରେ ସ୍ବାସ୍ଥ୍ୟକର୍ମି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ। ଘଟଣା ପ୍ରଘଟ ହେବା ପରେ ପୋଲିସ ଫୋର୍ସ ପହଁଞ୍ଚି ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି। ଖୋଦ ପୋଲିସ କମିଶନର ଏକ ଟିମ ଗଠନ କରି ହାଇଦରଙ୍କୁ ଖୋଜିବା କାମରେ ଲାଗିଛନ୍ତି। କଟକ ମେଡିକାଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ନାକାବନ୍ଧି କରାଯାଇଛି।

ହସପିଟାଲରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। ହାଇଦର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମି କିପରି ହାଇଦର ଦେଇଥିବା ଖାଦ୍ୟ ଗ୍ରହଣ କରିଥିଲେ ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଖୁବଶିଘ୍ର ହାଇଦର ଧରାପଡିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି।

ଖଣି ବ୍ୟବସାୟୀ ରଶ୍ମି ରଂଜନ ମହାପାତ୍ର ଏବଂ ଗ୍ୟାଙ୍ଗଷ୍ଟାର ସୁଲେମନର ଭାଇକୁ ହତ୍ୟା କରିବା ନେଇ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଫଳରେ ହାଇଦର 14 ବର୍ଷ ଧରି ଜେଲରେ ରହିଛି। ବର୍ତ୍ତମାନ ସେ ଫେରାର ହେବା ନେଇ ପୋଲିସର ମୁଣ୍ଡବଥା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ କମିଶନରେଟରେ ତତ୍ପରତା, ଅମାନିଆ ବ୍ୟବସାୟୀଙ୍କୁ ସାବାଡ

ଭୁବନେଶ୍ବର, କଟକ ଭୁବନେଶ୍ବରରେ କୋଭିଡ19 ନିୟମ ଉଲ୍ଲଂଘନ ହେଉଛି। ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ କଟକ ଭୁବନେଶ୍ବର କମିଶନରେଟ ପୋଲିସ ବେଶ ତତ୍ପରତା ପ୍ରକାଶ କରିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଛି।
ସେହି ଅନୁସାରେ ଆଜି ପୋଲିସ ଭୁବନେଶ୍ବରର ବିଭିନ୍ନ ଦୋକାନ ବଜାର ଏପରିକି ଉଠା ଦୋକାନ ଉପରେ ମଧ୍ୟ ଚଢାଉ କରିଛି। ଆଜି ପୋଲିସ ପ୍ରାୟ 34ଟି ବ୍ୟବସାୟୀକ ସଂସ୍ଥା ଉପରେ ଏହି ଚଢାଉ କରାଯାଇ ଥିଲା। ଏଥିରେ ସାମାଜିକ ଦୂରତା ବଜାଇ ନ ରଖିଥିବାରୁ 7 ହଜାର 9 ଶହ 57 ଜଣଙ୍କ ନାମରେ ମାମଲା ରୁଜ କରାଯାଇଛି।