Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋର ଧରାଇଦେଲେ ମିଳିବ ଦଶ ହଜାର ଟଙ୍କା ପୁରସ୍କାର, ଭୁବନେଶ୍ବର ପୋଲିସର ଘୋଷଣା

ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛି ପୋଲିସ।

ବିଭିନ୍ନ ଥାନାରେ ଚୋରୀ ଅଭିଯୋଗରେ ମାମଲା ଥିବା ଚୋରମାନଙ୍କ ଫଟୋ ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ମରାଯାଇଛି। ଯଦି କେହି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରାଇ ଦିଏ ତେବେ ତାଙ୍କୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏପରିକି ତାଙ୍କ ନାମ ଗୋପନ ରଖାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି।

ଦୀର୍ଘଦିନ ଧରି ଭୁବନେଶ୍ବରେ ଚୋରୀ କରି ପୋଲିସ ହାତରୁ ଖସି ପଳାଇବା ସଂଖ୍ୟା ବେଶ ଅଧିକ। ହେଲେ ସେମାନଙ୍କ ପଛରେ ଲାଗି ଧରିବା ପୋଲିସ ପାଖରେ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ଏ କ୍ଷେତ୍ରରେ ଜନ ସହଯୋଗ ପାଇଁ ଚେଷ୍ଠା କରିଛନ୍ତି ଭୁବନେଶ୍ବର ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଭୁବନେଶ୍ବର କମିଶନରେଟ ପୋଲିସରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ବର: ଆଜି କଟକ ଭୁବନେଶ୍ବର କମିଶନେରଟ ପୋଲିସ ଭିତରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ଏଥିରେ କୋଡିଏ ଜଣ ଅଧିକାରୀଙ୍କ ମଧ୍ୟରେ ଏହି ଅଦଳବଦଳ ହୋଇଛି। ଯେଉଁମାନେ ବଦଳି ହୋଇଛନ୍ତି ସେମାନେ ହେଲେ

ଏହି ଅଦଳବଦଳରେ ପୋଲିସ ଆଇଆଇସି ସହିତ ଏସିପି ମଧ୍ୟ ରହିଛନ୍ତି। ଏହିମାନଙ୍କ ମଧ୍ୟରୁ ଅନେକ ଦୀର୍ଘ ଦିନ ଧରି କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିଲେ।

ଯେଉଁ ଅଧିକାରୀଙ୍କୁ ବଦଳି କରାଯାଇଛି ସେମାନଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।