Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କଟକର ପାର୍ଶ୍ବବର୍ତ୍ତି ଅଞ୍ଚଳର ରାସ୍ତା ହେବ ଚଉଡା, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି ହୋଇଥାଏ। ବିଭିନ୍ନ ଆର୍ଥିକ ବର୍ଗର ଲୋକମାନେ ଏହାର ସୁଯୋଗ ନେଇଥାଆନ୍ତି । ଯେଉଁମାନେକି ମୁଖ୍ୟତଃ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବସବାସ କରିଥାନ୍ତି । ତା ଛଡ଼ା ନିଜର ବୃତ୍ତି, ଶିକ୍ଷା, ଚିକିତ୍ସା ଜମିଜମା ଖର୍ଦ୍ଦି-ବିକ୍ରୀ, ନ୍ୟାୟାଳୟ କାର‌୍ୟ୍ୟ, ଉତ୍ପାଦ ଦ୍ରବ୍ୟ ବିକ୍ରୀବଟା ଓ ବାଣିଜ୍ୟ ଆଦି ପାଇଁ ଅନେକ ଲୋକ ଦୈନିକ ସହରକୁ ଯିବା ଆସିବା କରିଥାଆନ୍ତି।

ପାର୍ଶ୍ୱବର୍ତ୍ତୀ ଅଂଚଳରେ ଉତ୍ତମ ରାସ୍ତା ତିଆରି ହେଲେ ସହରକୁ ଯିବା ଆସିବା ସୁଗମ ହେବ। ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଦି କମିବ। ତା ଛଡ଼ା ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନାଗରିକ ସେବାକେନ୍ଦ୍ର ଆଦି ବିକଶିତ ହେଲେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତ୍ତି ହେବ। ସହର ଉପରେ ମଧ୍ୟ ଆବାସିକ-ଚାପ କମିବ।

ତେଣୁ ବିଭିନ୍ନ ପ୍ରମୁଖ ସହରର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ପାଇଁ ଏକ ୫-ବର୍ଷିଆ କାର୍ଯ୍ୟ ଯୋଜନା ଚିଠା ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀ ମହାପାତ୍ର ପୁର୍ତ୍ତ, ଗ୍ରାମ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସହରକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଚିହ୍ନଟ କରି ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚିହ୍ନିତ ରାସ୍ତା ଗୁଡ଼ିକ ମଧ୍ୟରେ ଆନ୍ତଃ-ସଂଯୋଗୀକରଣ ମାଧ୍ୟମରେ ଏକ ରୋର୍ଡ ନେଟ୍-ଓ୍ୱାର୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଯୋଜନା ତିଆରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ପାନୀୟ ଜଳ ଓ ନର୍ଦ୍ଦମା ପାଇପ୍, ବିଭିନ୍ନ ପ୍ରକାର କେବୁଲ ଆଦି ନିମନ୍ତେ ସହର ମଧ୍ୟସ୍ଥ ରାସ୍ତାକୁ କାଟିବା, ପ୍ରଶସ୍ତିକରଣ ନିମନ୍ତେ ଚିହ୍ନିତ ରାସ୍ତା ଓ ଛକ ସ୍ଥାନମାନଙ୍କରୁ ବିଦ୍ୟୁତ ଓ ଟେଲିଫୋନ୍ ଆଦି ଖୁଣ୍ଟ ସ୍ଥାନାନ୍ତର କରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଭୁବନେଶ୍ୱରର ରସୁଲଗଡ଼ ଜଙ୍କ୍ସନ୍, କଳ୍ପନା ଛକ, ରବିଟକିଜ୍ ଛକ ଓ ବେହେରା ସାହି ଛକ ଆଦିର ପ୍ରଶସ୍ତିକରଣ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ରାସ୍ତା ତଳେ ପାଇପ୍ ଓ କେବୁଲ ନେବା ପାଇଁ ରାସ୍ତା କାଟିବା ଅନୁମତି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ ଦେବେ। ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପାଇପ୍ ବିଛା କାମ ସାରି ତୁରନ୍ତ ରାସ୍ତାକୁ ପୂର୍ବାବସ୍ଥାକୁ ଆଣିବା ପାଇଁ କାମ କରୁଥିବା ସଂସ୍ଥା ବା ବିଭାଗ ଦାୟୀ ରହିବେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ଙ୍କ ସମେତ ସଂପୃକ୍ତ ବିଭାଗର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଭୁବନେଶ୍ବରରେ ଆଜି ଲାଗୁ ହେଲା ନାଇଟ କର୍ଫ୍ୟୁ, ରାତି ଆଠଟାରୁ ଦୋକାନବଜାର ବନ୍ଦ

ଭୁବନେଶ୍ବର: ଆଜିଠାରୁ କଟକ ଭୁବନେଶ୍ବରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ଆଜି ରାତି ଆଠଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଫଳରେ ଏହି ସମୟରେ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିବ। ଏହି କଟକଣା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ।

ମୁଖ୍ୟତଃ ଆଜିଠାରୁ ଶାରଦୀୟ ଦୁର୍ଗାପୂଜାର ମାହୋଲ ଆରମ୍ଭ ହେଉଥିବାରୁ ସରକାର ଏହି କଟକଣା ଲାଗୁ କରିଛନ୍ତି। ଫଳରେ ଲୋକମାନେ ସଂଧ୍ୟାରେ ମେଢ ବୁଲିବାର ସୁଯୋଗ ପାଇପାରିବେ ନାହିଁ। ଏହି ସମୟରେ ଯେଉଁମାନେ ଆଇନି ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଥିପାଇଁ କମିଶନରେଟ ପୋଲିସ ତରଫରୁ କଡା ତଦାରଖ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଇଟ କର୍ଫୁ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ, କଟକ ଭୁବନେଶ୍ବରରେ ଜଗିବେ 10 ପ୍ଲାଟୁନ ପୋଲିସ

ଭୁବନେଶ୍ବର, ବର୍ତ୍ତମାନ କରୋନା ସ୍ଥିତି ଯାହା ସେଥିରେ କଟକଣା ମାନିବାକୁ ପଡିବ। ଯଦି କେହି ଏହାର ଖିଲାପ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିପରି ଚରମ ବାଣୀ ଶୁଣାଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।

ଦୁଇ ମହାନଗରରେ ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କମିଶନର କହିଛନ୍ତି। 60ରୁ ଅଧିକ ଅଫିସର ଏହାର ତଦାରଖ କରିବେ। ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ ରହିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ସହ ଅଧିକ ଆଇସିୟୁ ବେଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।

ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ TMC, Covid Care Centre ଏବଂ Covid Care Home ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନା ଗୁଡିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବା, ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନ୍ଭିତ୍ତିକ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ ନିୟମାନବଳୀକୁ ଆହୁରି କଡାକଡି ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ। ହଟ୍ ସ୍ପଟ୍ ଜିଲ୍ଲାକୁ ଅଧିକ ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ।

ସେହିପରି ମୃତ୍ୟୁ ହାର ସାରା ଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ । ଗୁରୁତର ରୋଗୀଙ୍କ ପାଇଁ Step-down ICU ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଦ୍ବୟ ଏବଂ ଭୁବନେଶ୍ବର-କଟକ ମ୍ୟୁନିସପାଲ କର୍ପୋରେସନର କମିଶନର ଦ୍ବୟ କୋଭିଡ ପରିସ୍ଥିତ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କହିଥିଲେ।

ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ବର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ଟୁଇନ୍‌ ସିଟିରେ ହୋଇପାରିବନି ଗଣେଶ ପୂଜା

ଭୁବନେଶ୍ବର : କରୋନା ପାଇଁ ମନ୍ଦିର ତଥା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବାବେଳେ ପୂଜା ପାର୍ବଣରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ଥର କାଉଡି ଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଗଣେଶ ପୂଜା ଉପରେ ମଧ୍ୟ କରୋନାର ମାଡ ଦେଖାଯାଇଛି ।

କରୋନା ପାଇଁ ଏ ବର୍ଷ କଟକ- ଭୁବନେଶ୍ବରରେ ଗଣେଶ ପୂଜା ମନା। ଟୁଇନ୍‌ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।  ଟୁଇନ୍‌ ସିଟିରେ ଗଣେଶ ପୂଜା ବନ୍ଦ ନେଇ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଧର୍ମୀୟ ସମାବେଶକୁ ମନା ଥବାରୁ ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ସୂଚନା ଦିଆଯାଇଛି । ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାତ୍ୟା ବେଳେ ଆଉ ଲାଇନ କଟିବ ନାହିଁ, କଟକ ଭୁବନେଶ୍ବରରେ ମାଟି ତଳେ ବିଛାଯିବ ବିଦ୍ୟୁତ ତାର

ଭୁବନେଶ୍ବର, ଦୈତନଗରୀ ଭୁବନେଶ୍ୱର ଓ କଟକବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ କେବୁଲ୍‌ ଯୋଗେ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୧୩୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଚାହିଦା ପୂରଣ ହୋଇପାରିବ ଏବଂ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମ୍ଭବ ହେବ । ଏହି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ଓ ଆଗାମୀ ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଗତ ଫନି ବାତ୍ୟା ବେଳେ ଭୁବନେଶ୍ବର କଟକରେ ବିଦ୍ୟୁତ ସେବା ପୁରା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଫଳରେ ମହାନଗରବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ। ମୁଖ୍ୟତଃ ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥାଏ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାଲିଠାରୁ କଟକ- ଭୁବନେଶ୍ବର ମଧ୍ୟରେ ଚାଲିବ ବସ୍‌

ଭୁବନେଶ୍ବର : କାଲିଠାରୁ କଟକ ଭୁବନେଶ୍ବର ମଧ୍ୟରେ ବସ୍‌ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଏହି ବସ୍ ଚାଲିବ। ସରକାରୀ ଚାକିରିଆଙ୍କ ପାଇଁ ଗୋଟିଏ ବସ୍‌ ଚଳାଇବେ ରାଜ୍ୟ ସରକାର ।  ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ୍ ଚାଲିବ ବୋଲି ସୂଚନା ରହିଛି । ଏହି ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ ଆସ କରିବ । ସରକାରୀ କର୍ମଚାରୀମାନେ ଏହି ବସ୍‌ରେ ଯିବା ଆସିବା କରିପାରିବେ । ଏନେଇ ଭଡା 30 ଟଙ୍କା ଧାର୍ଯ୍ୟ କରାଯାଇଛି ।