Categories
ଆଜିର ଖବର ରାଜ୍ୟ ଖବର

ଦ୍ରୁତଗତିରେ କଟକ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ: ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ

ଭୁବନେଶ୍ଵର: କଟକ ରେଲୱେ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି।  ଷ୍ଟେସନ ଗେଟ୍ ନମ୍ବର-୧ ସମ୍ମୁଖରେ ଅବସ୍ଥିତ ଷ୍ଟେସନ ବଜାର ଅଞ୍ଚଳରେ ଅନଧିକୃତ ଦୋକାନ ଏବଂ ନିର୍ମାଣ ଗୁଡ଼ିକୁ ହଟାଇବା ଜରୁରୀ ଥିଲା। ଏହି ଉଚ୍ଛେଦ କାର୍ଯ୍ୟ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପକୁ ସୁସଂଘଟିତ ଭାବରେ ଅଗ୍ରସର କରିବାରେ ଉଲ୍ଲେଖନୀୟ ଭୂମିକା ନେଇଛି ଯାହାକି କଟକ ରେଲୱେ ଷ୍ଟେସନକୁ ଆଧୁନିକ ସୁବିଧା ସହିତ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।

କଟକ ଷ୍ଟେସନ ସମ୍ମୁଖରେ ଗତାଗତ ସୁବିଧା ଏବଂ ପରିବେଷ୍ଟିତ ଅଞ୍ଚଳ ପାଇଁ ୩୨ଟି ଦୋକାନ ହଟାଇବା ଆବଶ୍ୟକ ଥିଲା। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ପୋଲିସ ଏବଂ ରେଳ ସୁରକ୍ଷା ବଳର ସମନ୍ୱିତ ସମର୍ଥନ ସହିତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନଧିକୃତ ଉଚ୍ଛେଦ ଅଭିଯାନ ହୋଇଥିଲା। ଏହି ଅଭିଯାନ ଅନୁସାରେ ୩୦ଟି ଦୋକାନ ସଫଳଭାବେ ହଟାଯାଇଥିଲା, ଯେଉଁଥିରେ ୨ଟି ଦୋକାନ ନ୍ୟାୟାଳୟର ଆଦେଶ ପାଇଁ ଅପେକ୍ଷାରତ ଥିବା କାରଣରୁ ହଟାଯାଇପାରିଲା ନାହିଁ।

ଏହି ଅନଧିକୃତ ଉଚ୍ଛେଦ ଫଳରେ ବର୍ତ୍ତମାନ ଷ୍ଟେସନ ସମ୍ମୁଖର ପରିବେଷ୍ଟିତ କ୍ଷେତ୍ର ଏବଂ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ୧୦ ମିଟର ଚଉଡ଼ା ସଡ଼କକୁ ୧୮ ମିଟର କରି ବିସ୍ତାର କରାଯିବ, ଯାହା ଯାତ୍ରୀମାନଙ୍କ ପାଇଁ ଉଚିତ ଗତାଗତ ଏବଂ ଯିବା-ଆସିବା ସୁବିଧା ନିଶ୍ଚିତ କରିବ। ଏହି ଅନଧିକୃତ ଉଚ୍ଛେଦ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ମାନାଯାଉଛି।

କଟକ ରେଲୱେ ଷ୍ଟେସନର ପୁନର୍ବିକାଶ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା, ଆଧୁନିକ ଭିତ୍ତିଭୂମି ଏବଂ ବିଶ୍ୱସ୍ତରୀୟ ସେବା ଯୋଗାଇଦେବ।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା, କଟକ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି ହୋଇପାରିବ।

Categories
ଆଜିର ଖବର

କଟକ ରେଲୱେ ଷ୍ଟେସନରେ “ମାଣିଆବନ୍ଧ ହସ୍ତତନ୍ତ” ଉତ୍ପାଦ ଉପଲବ୍ଧ

ଭୁବନେଶ୍ଵର: କଟକ ରେଳ ଷ୍ଟେସନରେ ଥିବା ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଷ୍ଟଲ୍ ରେ କଟକ ଜିଲ୍ଲାର ବଡମ୍ବା ତହସିଲର ମାଣିଆବନ୍ଧ ଗ୍ରାମର ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶିତ ହୋଇଛି।  ବର୍ତ୍ତମାନ କଟକ ରେଳ ଷ୍ଟେସନରେ ଥିବା ଯାତ୍ରୀମାନେ ଷ୍ଟେସନ ପରିସରରେ ପ୍ରସିଦ୍ଧ ମାଣିଆବନ୍ଧ ହ୍ୟାଣ୍ଡଲୁମ୍ ଉତ୍ପାଦ ପାଇପାରିବେ।

ନିକଟରେ ଓଡିଶାର ବଡମ୍ବା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଏହି ବୁଣାକାରଙ୍କୁ “ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ” ଯୋଜନା ରେ, କଟକ ଷ୍ଟେସନରେ ମାଣିଆବନ୍ଧ ହସ୍ତଦନ୍ତ ଉତ୍ପାଦ ବିକ୍ରୟର ସୁଯୋଗ ଦେବା ପାଇଁ ଆଶ୍ୱାସନା ଦେଇଥିଲେ।

ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ: ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର / ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଏକ ଯୋଜନା। ରେଳ ଷ୍ଟେସନ ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ।

ଏହି ପଦକ୍ଷେପର ଏକ ଅଂଶ ଭାବରେ, ୫୦୦୦ରୁ ଅଧିକ ବୁଣାକାରଙ୍କୁ ନେଇ ଗଠିତ ମାଣିଆବନ୍ଧ ହ୍ୟାଣ୍ଡଲୁମ୍ କ୍ଲଷ୍ଟର କନ୍ସୋର୍ଟିୟମ୍, କଟକ ରେଳ ଷ୍ଟେସନକୁ ଯାଉଥିବା ଯାତ୍ରୀମାନଙ୍କୁ ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିବାର ସୁଯୋଗ ପାଇଛି।

ରେଳ ଷ୍ଟେସନରେ ଥିବା ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ଷ୍ଟଲ୍ ପ୍ରଧାନ ମନ୍ତ୍ର ବିଶ୍ୱକର୍ମା ଯୋଜନା ଅଧୀନରେ ଉପକୃତ ହୋଇଥିବା କାରିଗର ଏବଂ ହସ୍ତଶିଳ୍ପ ଲୋକଙ୍କ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଭାରତ ସରକାରଙ୍କ ଦ୍ୱାରା, ବିଶ୍ୱକର୍ମା ସମ୍ପ୍ରଦାୟର କାରିଗର ଓ କାରିଗରମାନଙ୍କୁ ସମର୍ଥନ ଏବଂ ଉନ୍ନତି ପାଇଁ ନିଆଯାଇଥିବା ଏକ ପଦକ୍ଷେପ।

ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୨ ଟି ରେଳ ଷ୍ଟେସନରେ ଓଏସ୍ଓପି ଷ୍ଟଲସ୍ ଚାଲୁ ଅଛି। ସେ ଗୁଡିକ ହେଲା ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼, ବାଲୁଗାଓଁ, ଛତ୍ରପୁର, ବ୍ରହ୍ମପୁର, ପଲାସା, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ଅନୁଗୁଳ ଏବଂ ଢେଙ୍କାନାଳ ରେଳ ଷ୍ଟେସନ। ଏହି ଷ୍ଟେସନରେ ସ୍ଥାନୀୟ କାରିଗରଙ୍କ ଉତ୍ପାଦ ପ୍ରଦର୍ଶିତ ହେଉଛି।