Categories
ଆଜିର ଖବର ଜାତୀୟ ଖବର ଧର୍ମ

ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର!, ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ମନ୍ଦିର ହିନ୍ଦୁ ଧର୍ମର ସବୁଠାରୁ ପ୍ରସିଦ୍ଧ ଏବଂ ବଡ ଧାର୍ମିକ ସ୍ଥାନ ଅଟେ। ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିବାକୁ ଏଠାକୁ ଆସନ୍ତି। ଭକ୍ତଙ୍କ ସୁବିଧା ପାଇଁ ମୋଦୀ ସରକାର କଟରା ପର୍ଯ୍ୟନ୍ତ ରେଳ ସେବା ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ସହଜ କରିଥାଏ। ଏହା ସହିତ, ବର୍ତ୍ତମାନ ଦର୍ଶନ କରିବା ଲାଗି ସମୟ ମଧ୍ୟ ସଞ୍ଚୟ ହୋଇଥାଏ। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣରୁ କଟରା ରେଳ ଷ୍ଟେସନ ପର୍ଯ୍ୟନ୍ତ ମାତା ବୈଷ୍ଣୋ ଦେବୀଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି।

ଚେନ୍ନାଇ ଏବଂ ଦିଲ୍ଲୀରୁ କଟରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ଚେନ୍ନାଇରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ର ନାମ ହେଉଛି ଶ୍ରୀମାତା ବୈଷ୍ଣୋ ଦେବୀ କଟରା-ଚେନ୍ନାଇ ଏକ୍ସପ୍ରେସ। ଏଥି ସହିତ ଚେନ୍ନାଇରୁ ଚାଲୁଥିବା ଟ୍ରେନ୍ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଚାଲିବ। ଏହି ଟ୍ରେନ୍ ହେଉଛି ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ଅଟେ। ଏହି ମାର୍ଗଗୁଡିକର ଯାତ୍ରୀମାନେ ମାତା ବବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ସୁବିଧା ପାଇବେ।

ପ୍ରକାଶ ଯୋଗ୍ୟ ଯେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ଜମ୍ମୁ, ପଞ୍ଜାବ ଏବଂ ହରିୟାଣାର ଯାତ୍ରୀମାନେ କଟରା-ଚେନ୍ନାଇ ଏକ୍ସପ୍ରେସ ଦେଇ ମାତା ବୈଷ୍ଣୋ ଦେବୀ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଏବଂ ଦିଲ୍ଲୀରୁ ଯାତ୍ରୀମାନେ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଦେଇ କଟରା ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ ଯେ ଟ୍ରେନ୍ ନମ୍ବର ୨୨୬୫୫ ଏବଂ ୨୨୬୫୬ ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ-ଏର୍ନାକୁଲମ୍ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ସପ୍ତାହରେ ଥରେ ଯିବା ଆସିବା କରିବ। ଏହି ଟ୍ରେନ୍ ୬ ଏବଂ ୮ ଜୁଲାଇରେ ଚାଲିବ। ଅନ୍ୟ ପଟେ, ଟ୍ରେନ୍ ନମ୍ବର ୧୬୦୩୧/୧୬୦୩୨ ଚେନ୍ନାଇ ସେଣ୍ଟ୍ରାଲ୍ – ଶ୍ରୀମାତା ବୈଷ୍ଣୋ ଦେବୀ କଟରା ସପ୍ତାହରେ ଦୁଇଥର ଯିବା ଆସିବା କରିବ।